ହେଡଲାଇନସ୍:

ପ୍ଲାଜମା ଦାତାଙ୍କୁ ଧନ୍ୟବାଦ ଜଣାଇଲେ ସାଂସଦ ଓ ବିଧାୟକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବିଶ୍ୱ ମହାମାରୀ କୋରୋନା କବଳରୁ ସଂକ୍ରମିତ ବ୍ୟକ୍ତି ମାନଙ୍କର ଜୀବନ ରକ୍ଷା ପାଇଁ  ମୁଖ୍ୟମନ୍ତ୍ରୀ ରାଜ୍ୟରେ କୋରୋନା ସଂକ୍ରମଣରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତି ମାନଙ୍କୁ ପ୍ଲାଜମା ଦାନ କରିବା ନିମନ୍ତେ ଅନୁରୋଧ କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ଅନୁରୋଧ , ଜିଲ୍ଲା ପ୍ରଶାସନ ଓ  ସାଂସଦ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଓ ବରଗଡ଼ ବିଧାୟକ ଙ୍କର ପ୍ରୟାସ କ୍ରମେ ବରଗଡ଼ ନିକଟସ୍ଥ କଣ୍ଟାପାଲି ଗ୍ରାମର 2 ଜଣ ଯୁବକ ପ୍ଲାଜ୍ମା ଦାନ କରିବାକୁ ରାଜି ହୋଇଛନ୍ତି । ଆଜି ମାନ୍ୟବର ବରଗଡ଼ ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ , ସାଂସଦ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଙ୍କର ଉପସ୍ଥିତ ରେ ପ୍ଲାଜ୍ମା ଦାତା ଉମେଶ ଦାଶ ଓ ରବୀନ୍ଦ୍ର ସାହୁଙ୍କୁ ପୁଷ୍ପ ଗୁଛ ଦେଇ ସମ୍ବର୍ଦ୍ଧିତ  କରିବା ସହିତ ସେମାନଙ୍କର ପ୍ଲାଜମା ସଂଗ୍ରହ କରିବା ପାଇଁ ଦାତା ମାନଙ୍କୁ ଭୀମସାରକୁ ପଠେଇ ଦିଆ ଯାଇଥିଲା ।

ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ରଞ୍ଜନ ପ୍ରଧାନ ଙ୍କର ସମେତ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମିର୍ଧା ଟପ୍ପୋ , ବରଗଡ଼ ଉପଜିଲ୍ଲାପାଳ ଶ୍ରୀ ପ୍ରଭାସ ଦଣ୍ଡସେନା , ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀ ଅରୁଣ କୁମାର ପାତ୍ର , ଅନେକ ଡାକ୍ତର ତଥା ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ । ପ୍ଲାଜ୍ମା ଦାତା ଶ୍ରୀ ଦାଶ ଓ ଶ୍ରୀ ସାହୁ ବରଗଡ଼ ଜିଲ୍ଲା ପାଇଁ କୋବିଡ଼ ହିରୋ , ତାଙ୍କର ଏହି ମହତ କାର୍ଯ୍ୟ ଜିଲ୍ଲା ପାଇଁ ଗୌରବ ଆଣିବା ସହିତ ଅନ୍ୟ ମାନଙ୍କର ପାଇଁ ଉଦାହରଣ ସୃଷ୍ଟି କରିବ ବୋଲି ଅଧିକାରୀ ମାନେ କହିଛନ୍ତି । 

      ଏଠାରେ ସୂଚନାଯୋଗ୍ୟ ଯେ ଅନ୍ୟ ଆଠ ଜଣ ସ୍ବେଚ୍ଛାକୃତ ଭାବରେ ପ୍ଲାଜମା ଦାନ କରିବା ନିମନ୍ତେ ଜଣାଇଛନ୍ତି । ଇଛୁକ ଦାତା ମାନଙ୍କର ଉପଯୁକ୍ତ ପରୀକ୍ଷଣ ପରେ ଆଗାମୀ ଦିନରେ ସେମାନଙ୍କୁ ପ୍ଲାଜମା ଦାନ ପାଇଁ ପଠାଯିବ ବୋଲି ଜଣା ପଡ଼ିଛି ।

    ଆଜି ଜିଲ୍ଲାରୁ 1ଦଶ ଜଣ ନୂଆ ସଂକ୍ରମିତ ଚିହ୍ନଟ ହେଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ପ୍ରଦାନ କରାଯାଇଛି । ଅନ୍ୟପଟେ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଜିଲ୍ଲାର ସମସ୍ତ ବ୍ୟବସାୟୀ କୋବିଡ଼ ନିୟମକୁ ପାଳନ କରି ସକାଳ 6 ଘଣ୍ଟାରୁ ସନ୍ଧ୍ୟା  6 ଘଣ୍ଟା ପର୍ଯନ୍ତ ଦୋକାନ ଖୋଲିପରିବେ ବୋଲି ଜିଲ୍ଲା ସୂଚନା ଅଧିକାରୀ କଲ୍ୟାଣି ଦାଶ ଜଣାଇଛନ୍ତି ।

 

 

0
0
0
s2sdefault