ହେଡଲାଇନସ୍:

ଗାଁ ମଝିରେ ପୋଖରୀ, ଘରୁ ବାହାରିବାକୁ ରାସ୍ତା ନାହିଁ 

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

 

ଶାସକ ପ୍ରଶାସକ/ ହାଟଡିହି : ଘର ଦୁଆର ମୁହଁ ରେ ବିପଦ | ରାସ୍ତା ଖଣ୍ଡିଏ ନାହିଁ l ଘରୁ ବାହାରିଲେ ପୋଖରୀ ହୁଡ଼ା ହିଁ ଏକମାତ୍ର ରାସ୍ତା l  ଗାଁ ମଝିରେ ସରକାରୀ  ପୋଖରୀ lପୋଖରୀ ଚାରିପଟେ ଲୋକ ମାନେ ବସବାସ କରୁଛନ୍ତି l  ପୋଖରୀ ହୁଡ଼ା ଖାଇ ଘର ଦୁଆର ମୁହଁ କୁ ପୋଖରୀ ଲାଗି ଗଲାଣି l ବିଲ ହିଡ଼ ପରି ପୋଖରୀ ହୁଡ଼ା ଗ୍ରାମବାସୀ ଙ୍କ ରାସ୍ତା ପାଲଟିଛି l ବର୍ଷା ଦିନେ ଘରୁ ବାହାରିବା କଷ୍ଟକର ହୋଇ ପଡିଛି l କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଢେଙ୍କା ପଞ୍ଚାୟତ ଛୁଆଳିଆ ଗ୍ରାମବାସୀଙ୍କ ର ଦୁର୍ଦ୍ଦଶା ଅଦ୍ୟାବଧି ଘୁଞ୍ଚି ପାରିନି l ଏଠାରେ ପ୍ରାୟ 70 ପରିବାର ର 500 ରୁ ଉର୍ଦ୍ଧ ଲୋକ ବସବାସ କରନ୍ତି l ସମସ୍ତେ କୈବର୍ତ୍ତ ସଂପ୍ରଦାୟ ର ଅଟନ୍ତି l ଛାତ୍ର ଛାତ୍ରୀ ମାନେ ସ୍କୁଲ କୁ ଯାଇପାରୁ ନାହାନ୍ତି l ଆମ୍ବୁଲାନ୍ସ କି ଦମକଳ ଗାଡି ଗାଁ ଭିତରକୁ ଯିବା ତ ଦୂରର କଥା l ଚାଲିକି ଯିବା ଅସମ୍ଭବ ହୋଇଛି l ପୋଖରୀ ହୁଡ଼ା ଯାତାୟାତ ବେଳେ ପୋଖରୀକୁ ଖସି ପଡିବା ର ଭୟ ଥିବା ବେଳେ ବହୁତ ଥର ବି ହୁଡ଼ାରୁ ପୋଖରୀ ଭିତରକୁ ପଡି ଦୁର୍ଘଟଣା ଘଟିଲାଣି lପୋଖରୀ ରେ ପଡି ଜୀବନ ଚାଲିଯିବା ଭୟ ରେ  ଖେଳ କୁଦ ବୟସ ର ପିଲାଙ୍କୁ ପରିବାର ଲୋକ ଘରେ ପୁରାଇ ରଖନ୍ତି l ବିଷଧର ଜନ୍ତୁଙ୍କ ପାଦୃଭାବ ଗ୍ରାମବାସୀ ଙ୍କ ଚିନ୍ତା ବଢ଼ାଇଛି lପୋଖରୀର ଦୂଷିତ ପାଣି ରୋଗ ସଂକ୍ରମଣ ର ସମ୍ଭାବନା ସୃଷ୍ଟି କରିଛି l  ପୋଖରୀ ର ପ୍ରୋଟେକ୍ସନ ୱାଲ ନିର୍ମାଣ ଓ ଗ୍ରାମ ଭିତର ରାସ୍ତା ନିର୍ମାଣ ପାଇଁ ଲୋକ ପ୍ରତିନିଧି ଓ ବ୍ଲକ ପ୍ରଶାସନ କୁ ଅବଗତ କରାଯାଇ ଥିଲେ ବି କୌଣସି ପଦକ୍ଷେପ ନିଆଯାଇ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l ଏଥିପ୍ରତି ଦୃଷ୍ଟି ଦେବାକୁ ୱାର୍ଡ ମେମ୍ବର ଗୌରାଙ୍ଗ ସେଠି, ନିରଞ୍ଜନ ମାଝୀ, ଶିବ ପରିଡା, ଶୁକଦେବ ପରିଡା, ଦେବେନ୍ଦ୍ର ପରିଡା, ବଟକୃଷ୍ଣ ପରିଡା, ରବୀନ୍ଦ୍ର ପରିଡା,  ବାବୁ ପରିଡା, ବାବୁଲି ଦଳେଇ, ପୁରସ୍ତମ୍ଭ ମାଝୀ, ପୂର୍ଣ୍ଣଚନ୍ଦ୍ର ମାଝୀ, କୁଞ୍ଜ ବିହାରୀ ପରିଡା ପ୍ରମୁଖ ଦାବି କରିଛନ୍ତି l

 

0
0
0
s2sdefault