ପ୍ରଥମ ଥର ପାଇଁ ବୈଜ୍ଞାନିକମାନେ ପ୍ରକଶ କଲେ ସତ୍ୟ, କୋଭିଡ -19 ମହାମାରୀ କରୋନା ଜୀବାଣୁ ମଶା ମାଧ୍ୟମରେ ବିସ୍ତାର ହୋଇପାରିବ ନାହିଁ
ୱାଶିଂଟନ୍: ବର୍ଷାଦିନେ ମଶା କାମୁଡ଼ିବା କାରଣରୁ ମ୍ୟାଲେରିଆ ଏବଂ ଡେଙ୍ଗୁ ଭଳି ରୋଗ ହେବାର ଆଶଙ୍କା ବୃଦ୍ଧିପାଇଥାଏ | ଅପରପକ୍ଷରେ ସମଗ୍ର ବିଶ୍ୱରେ କରନା ଏବେ କାୟା ବିସ୍ତାର କରିଛି | ଏହାର ସଂକ୍ରମଣ ଓ ବାହକକୁ ନେଇ ବିଭିନ୍ନ ସମୟରେ ବିଭିନ୍ନ ତତ୍ୱ ପ୍ରକାଶ ପାଉଛି | ଏପରିକି ଭରସାଯୋଗ୍ୟ ମାର୍ଗ ଦର୍ଶୀ ସଂସ୍ଥା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବାରମ୍ବାର ଭିନ୍ନ ଭିନ୍ନ ମନ୍ତବ୍ୟ ଦେଉଛି | ଏପରି ପରିସ୍ଥିତିରେ, ମଶା କାମୁଡ଼ିବା ମଧ୍ୟ କରୋନାଭାଇରସ୍ ସଂକ୍ରମଣ ବିସ୍ତାର କରିପାରିବ କି ନାହିଁ ତାହା ଉପରେ ଲୋକମାନେ ସନ୍ଦେହ କରିବା ସ୍ୱାଭାବିକ | ଆଉ ଏହାକୁ ନେଇ ବୈଜ୍ଞାନିକ ମାନେ ପ୍ରଥମ ଥର ପାଇଁ ନିଶ୍ଚିତ କରିଛନ୍ତି ଯେ କୋଭିଡ -19 ର ମହାମାରୀ ସୃଷ୍ଟି କରୁଥିବା କରୋନା ଜୀବାଣୁ ମଶା ମାଧ୍ୟମରେ ବିସ୍ତାର ହୋଇପାରିବ ନାହିଁ। ଫଳରେ ଏହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ପୂର୍ବରୁ "ମଣିଷକୁ ମଶା କାମୁଡ଼ିବା ଦ୍ୱାରା କରୋନା ରୋଗ ବ୍ୟାପି ନଥାଏ" ଦେଇଥିବା ତଥ୍ୟକୁ ଦୃଢ଼ୀଭୁତ କରିଛି |
ଆମେରିକାର କାନସାସ୍ ଷ୍ଟେଟ୍ ୟୁନିଭରସିଟିର ଅନୁସନ୍ଧାନକାରୀ ତଥା ସହ-ଲେଖକ ଷ୍ଟିଫେନ୍ ହିଗ୍ସ କହିଛନ୍ତି ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦୃଢ ଭାବରେ କହିଛି ଯେ ମଶା ଦ୍ୱାରା କରୋନା ଭୁତାଣୁ ବିସ୍ତାର ହୋଇପାରିବ ନାହିଁ। ଆମେ କରିଥିବା ଅଧ୍ୟୟନରେ, ଏହି ଦାବିକୁ ପ୍ରମାଣ କରିବା ପାଇଁ ପ୍ରଥମ ଥର ପାଇଁ ପ୍ରାମାଣିକ ତଥ୍ୟ ଉପସ୍ଥାପିତ ହୋଇଛି |
ବିଶ୍ୱବିଦ୍ୟାଳୟର ଇନଷ୍ଟିଚ୍ୟୁଟ୍ ଅଫ୍ ବାୟୋସେଫଟି ରିସର୍ଚ୍ଚ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ, ତିନୋଟି ସାଧାରଣ ପ୍ରଜାତିର ମଶା Aedes aegypti, Aedes albopictus ଏବଂ Culex quinquefasciatus.ମଧ୍ୟରେ କରୋନା ଭୁତାଣୁ ପ୍ରଜନନ କରିବାରେ ଅସମର୍ଥ | ତେଣୁ ମଶା ମାଧ୍ୟମରେ ମଣିଷଙ୍କ ନିକଟରେ ଏହି ଭୁତାଣୁ ପହଞ୍ଚିପାରିବ ନାହିଁ। ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ଯଦିଓ ସଂକ୍ରମିତ ବ୍ୟକ୍ତି ମଶା କାମୁଡ଼େ, ତେବେ ସେହି ବ୍ୟକ୍ତିଙ୍କ ରକ୍ତରେ ଥିବା କରୋନା ଜୀବାଣୁ ମଶା ଭିତରେ ବଞ୍ଚିପାରିବେ ନାହିଁ, ତେଣୁ ଯଦି ମଶା ଅନ୍ୟକୁ କାମୁଡ଼େ ତେବେ ସଂକ୍ରମଣ ହେବାର ଆଶଙ୍କା ନାହିଁ।