ହେଡଲାଇନସ୍:

" ମୁଁ ଆଦୌ ଲାଞ୍ଚ ନେଇନି " 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

"କିଛି ଭଲ ଲୋକ ଅଛନ୍ତି, ସେମାନଙ୍କ ମନୋବଳ ବଢ଼ାଇବା ଉଚିତ "

ଭୁବନେଶ୍ୱର(ଶାସକ ପ୍ରଶାସକ) :  " ମୁଁ ଆଦୌ ଲାଞ୍ଚ ନେଇନି | ଗତ ୨୨ ବର୍ଷର ଚାକିରୀ ଭିତରେ ମୁଁ କେବେ ବି ଲାଞ୍ଚ ନେଇନାହିଁ | ୫୦୦ରୁ ୬୦୦ ଅଫିସର ମୋ ସହିତ ପୋଲିସ, ବିଦ୍ୟୁତ ଓ ପରିବହନ ବିଭାଗରେ କାମ କରିଛନ୍ତି | ସେମାନଙ୍କ ସହ ଆଲୋଚନା କଲେ ବା ସର୍ଭେ କଲେ ଜାଣି ପାରିବ | " ଏଭଳି ଦୃଢୋକ୍ତି ବାଢ଼ିଛନ୍ତି ଓଡିଶା କ୍ୟାଡରର ବରିଷ୍ଠ ଆଇପିଏସ ଅଫିସର ଅରୁଣ ବୋଥ୍ରା | ଶ୍ରୀ ବୋଥ୍ରା ହଠାତ କାହିଁକି ଏପରି କହିଲେ ତାହା ହୁଏତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବ |  

ହେଲେ କଥାଟା ହେଉଛି ଟୁଇଟର କଥା କଟାକଟି | ଜଣେ ସଚିନ କାଚୁରେ ନାମକ ଜଣେ ବ୍ୟକ୍ତି ଟୁଇଟ କରି ଲେଖିଲେ " ଲାଞ୍ଚ ହେଉ ନଥିବା କୌଣସି ପୋଲିସ କର୍ମଚାରୀ ଓ ଅଧିକାରୀଙ୍କୁ ଦେଖିଛନ୍ତି କି ?  ମୁଁ କୌଣସି ପୋଲିସକୁ ବିଶ୍ୱାସ କରିପାରିବିନି, ଯେ କୌଣସି ପାହ୍ୟାର ହୋଇଥାନ୍ତୁ | ସେମାନେ ସୁନ୍ଦର କଥା କୁହନ୍ତି, ମୋଟିଭେଟ କରନ୍ତି , ଜ୍ଞାନ ଦିଅନ୍ତି , ହେଲେ ମୁଁ ଉଚ୍ଚ ଗଳାରେ କହିବି ସବୁ ପୋଲିସ ମ୍ୟାନ ଦୁର୍ନୀତିଗ୍ରସ୍ତ | ସର୍ଭେ କଲେ ଜଣାପଡିଯିବ | "  

 ଆଉ ଏତକ ଦେଖିବା ପରେ ତାହାର କଡା ଉତ୍ତର ଦେଲେ ଶ୍ରୀ ବୋଥ୍ରା | ସେ ତାଙ୍କ ଟୁଇଟର ଉତ୍ତରରେ ଲେଖିଲେ "ଗତ ୨୨ ବର୍ଷର ଚାକିରୀ ଭିତରେ ମୁଁ କେବେ ବି ଲାଞ୍ଚ ନେଇନାହିଁ | ୫୦୦ରୁ ୬୦୦ ଅଫିସର ମୋ ସହିତ ପୋଲିସ, ବିଦ୍ୟୁତ ଓ ପରିବହନ ବିଭାଗରେ କାମ କରିଛନ୍ତି | ସେମାନଙ୍କ ସହ  ଆଲୋଚନା କଲେ ବା ସର୍ଭେ କଲେ ଜାଣି ପାରିବ |" ଏଭଳି ଏକ ସାର୍ବଜନୀନ ମନ୍ତବ୍ୟ ପାଇଁ ଦୁଃଖ ପ୍ରକାଶ କରିବାକୁ ଲେଖିଥିଲେ ଶ୍ରୀ ବୋଥ୍ରା | 

ଆଉ ତାପରେ ଶ୍ରୀ ବୋଥ୍ରାଙ୍କ ଟୁଇଟ ଦେଖି ସଚିନ କାଚୁରେ ନାମକ ବ୍ୟକ୍ତି ଯେଉଁ ଟୁଇଟରେ ଉପରୋକ୍ତ ମନ୍ତବ୍ୟ ଦେଇଥିଲେ ତାକୁ ତୁରନ୍ତ ଡିଲିଟ ଦେଇଛନ୍ତି |  ତାର କିଛି ସମୟ ପରେ Sachin Kachure (सचिन कचुरे) ପୁଣି ଟୁଇଟ କରି ଦୁଃଖ ପ୍ରକାଶ କଲେ | ସେ ତାମିଲ ଟୁଇଟରେ ଉଲ୍ଲେଖ କଲେ ଯେ "ଅରୁଣ ସାର ... ମୋର ତ୍ରୁଟିପୂର୍ଣ୍ଣ ଟୁଇଟ ପାଇଁ ମୁଁ କ୍ଷମା ଭିକ୍ଷା କରୁଛି | ମୁ ହୃଦୟରୁ କ୍ଷମାପ୍ରାର୍ଥୀ | ମୁଁ ଭୁଲି ଯାଇଥିଲି ପ୍ରତ୍ୟେକ ବ୍ୟବସ୍ଥାରେ କିଛି ଭଲ ଲୋକ ଅଛନ୍ତି ବୋଲି | ସମସ୍ତଙ୍କୁ ଦୋଷ ଦେବା ଭୁଲ | ମୁଁ ବାସ୍ତବରେ ସରି ସାର | ମୁ ସବୁ କଥାକୁ ଜେନେରାଲାଇଜ କରିବା ଠିକ ନୁହେ | ମୋତେ ଦୟାକରି କ୍ଷମା କରିଦେବେ | 

ତା ଉତ୍ତରରେ ଅରୁଣ ବୋଥ୍ରା ଲେଖିଲେ " ହାଲୋ ସଚିନ, ନୋ ସରି ପ୍ଲିଜ | ତୁମେ ତୁମ ମତ ରଖିଲ | ମୋ ମୋ ମତ ରଖିଲି | କିଛି ବ୍ୟକ୍ତିଗତ ନୁହେଁ | ମୁଁ ବି ଭୁଲ କରେ | ସତ କହିବାକୁ ଗଲେ ଆପଣଙ୍କ ସହ କେତେକାଂଶରେ ସହମତ | ସମସ୍ତଙ୍କୁ ଗୋଟେ ତୁଳିରେ ରଙ୍ଗ ଦେବା ବା  ସମସ୍ତକୁ ଏକା ପ୍ରକାର ଭାବିବାକୁ ନେଇ  ମୋ ଅସହମତି ଥିଲା | ସମାଜରେ ସଚୋଟ ଲୋକ ଅଛନ୍ତି | ଆମେ ସେମାନଙ୍କ ମନୋବଳ ବଢ଼ାଇବା ଉଚିତ "  

 

 

 

0
0
0
s2sdefault