ହେଡଲାଇନସ୍:

ଟୁଇଟର ଆକାଉଣ୍ଟ ବି ହେଉଛି ହ୍ୟାକ୍ : ସବିଶେଷ ତଥ୍ୟ ମାଗିଲେ ଭାରତ ସରକାର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆଦିଲ୍ଲୀ (ଏସପିବି) :  : ନିରାପଦ ବି ନୁହେ ଟୁଇଟର ଆକାଉଣ୍ଟ | ଏହା ହେଉଛି ହାକ | ଆଉ ଏ ସମ୍ପର୍କରେ ଟୁଇଟର ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ଭାରତ ସରକାର |  ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟରକୁ ଏକ ନୋଟିସ ପଠାଇ ଗତ ସପ୍ତାହରେ ଘଟିଥିବା ବିଶ୍ୱବ୍ୟାପୀ ହ୍ୟାକ୍ ଦ୍ୱାରା ପ୍ରଭାବିତ ହୋଇଥିବା ଭାରତୀୟ ଆକାଉଣ୍ଟଗୁଡିକର ସବିଶେଷ ତଥ୍ୟ ମାଗିଛନ୍ତି  ଭାରତ ସରକାର | 

ସୂତ୍ରରୁ ପ୍ରକାଶ ଯେ ଶୁକ୍ରବାର ରାତିରେ ଟ୍ୱିଟରକୁ ଏହି ନୋଟିସ  ପଠାଯାଇଛି ଯେଉଁଥିରେ ଗତ ସପ୍ତାହରେ ହୋଇଥିବା ବିଶ୍ୱବ୍ୟାପୀ ହ୍ୟାକ୍ ସମୟରେ କେତେଜଣ ଭାରତୀୟ ଆକାଉଣ୍ଟରେ କଂପରମଆଇଜ   ହୋଇଛି ସେନେଇ ସରକାର ଟ୍ୱିଟରରୁ ଉତ୍ତର ମାଗିଥିଲେ। ଏହି ହ୍ୟାକିଂ ଦ୍ୱାରା  ପ୍ରଭାବିତ ହୋଇଥିବା ଭାରତୀୟମାନଙ୍କୁ ଏହି ହ୍ୟାକ୍ ବିଷୟରେ ସୂଚନା ଦିଆଯାଇଛି କି ବୋଲି ନୋଟିସରେ ପ୍ରଶ୍ନ କରାଯାଇଥିବା ଜଣାପଡିଛି | 

ଭାରତର ସାଇବର ସିକ୍ୟୁରିଟି ନୋଡାଲ ଏଜେନ୍ସି  ସିଆରଟି-ଇନ୍ ମଧ୍ୟ ଟୁଇଟରକୁ ଭାରତରୁ ଆସିଥିବା ୟୁଜର୍ସଙ୍କ ସଂଖ୍ୟା ବିଷୟରେ ସୂଚନା ମାଗିଛି, ଯେଉଁମାନେ ଦୁଷ୍କର୍ମକାରୀ ଟୁଇଟ୍ ଏବଂ ଲିଙ୍କ୍ ପରିଦର୍ଶନ କରିଛନ୍ତି | ହ୍ୟକାରଙ୍କ ଦ୍ୱାରା କରାଯାଇଥିବା ହ୍ୟାକିଙ୍ଗ ଯୋଗୁ କି ପ୍ରକାର କ୍ଷତି ହୋଇଛି . ଏହାର କାରଣ କଣ ଓ ଏହାର ନିରାକରଣ ପାଇଁ ଟୁଇଟର ପକ୍ଷରୁ କଣ ପଦକ୍ଷେପ ନିଆଯାଇଛି ତାହାର ସବିଶେଷ ସୂଚନା ଭାରତ ସରକାରଙ୍କ ପକ୍ଷରୁ ମଗାଯାଇଥିବା ଜଣାପଡିଛି | 

ସୂଚନା ଯୋଗ୍ୟ ଯେ ହ୍ୟାକରମାନେ ଅନେକ ବିଶ୍ୱସ୍ତରୀୟ କର୍ପୋରେଟ୍ ନେତା, ରାଜନେତା, ସେଲିବ୍ରିଟି ଏବଂ ବ୍ୟବସାୟର ଆକାଉଣ୍ଟ ହ୍ୟାକ୍ କରିବା ପାଇଁ ଟୁଇଟର ସିଷ୍ଟମରେ ପ୍ରବେଶ କରିଥିଲେ | ସୂଚନା ଅନୁଯାୟୀ  ଜୁଲାଇ 15 ରେ ଘଟିଥିବା ଏହି ଆକ୍ରମଣରେ ହ୍ୟାକରମାନେ ଟ୍ୱିଟରର ଆଭ୍ୟନ୍ତରୀଣ ସିଷ୍ଟମକୁ ପ୍ରବେଶ କରି ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ, ରିଅଲିଟି ଟିଭି ତାରକା କିମ କରଦାସିୟାନ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏବଂ ବିଲିୟନେୟାର ଏଲୋନ ମସ୍କଙ୍କ ଆକାଉଣ୍ଟକୁ ପଶିଯାଇଥିଲେ |  ହ୍ୟାକ୍ ହୋଇଥିବା ହାଇ-ପ୍ରୋଫାଇଲ୍ ଆକାଉଣ୍ଟ ମଧ୍ୟରେ ରାପର୍ କାନି ୱେଷ୍ଟ୍, ଆମାଜନ ଡଟ୍ କମ୍ ପ୍ରତିଷ୍ଠାତା ଜେଫ୍ ବେଜୋସ୍, ନିବେଶକ ୱାରେନ୍ ବଫେଟ୍, ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ ଏବଂ ଉବେର ଏବଂ ଆପଲର କର୍ପୋରେଟ୍ ଆକାଉଣ୍ଟ ମଧ୍ୟ ରହିଥିଲା।

"ବର୍ତ୍ତମାନ ସୁଦ୍ଧା, ଆମେ ଜାଣୁ ଯେ ସେମାନେ ଆମର ଇଂଟରନାଲ ସପୋର୍ଟ ଟିମକୁ ଜ୍ଞାତ ଟୁଲ ଆଧାରରେ  କେବଳ 130 ଟି ଟ୍ୱିଟର ଆକାଉଣ୍ଟକୁ ଟାର୍ଗେଟ୍ କରି ସେହି ଆକାଉଣ୍ଟ ଗୁଡିକରେ ପ୍ରବେଶ କରିଥିଲେ | ସେଥିମଧ୍ୟରୁ  45 ଟି ଆକାଉଣ୍ଟ ପାଇଁ ଆକ୍ରମଣକାରୀମାନେ ଏକ ପାସୱାର୍ଡ ପୁନ ରୀସେଟ୍ , ଆକାଉଣ୍ଟକୁ ଲଗ୍ଇନ୍ କରିବାକୁ ଏବଂ ଟ୍ୱିଟ୍ ପଠାଇବାକୁ ସକ୍ଷମ ହୋଇଥିଲେ" ବୋଲି ଟ୍ୱିଟର ପକ୍ଷରୁ ସୂଚନ ଦିଆଯାଇଥିବା ସମ୍ବାଦ ସାରବରହ ସଂସ୍ଥା ଏଏନଆଇ ସୂତ୍ରରୁ ଜଣାପଡିଛି | 

" ଆମେ ବିଶ୍ୱାସ କରୁ ଯେ ଆକ୍ରମଣକାରୀମାନେ ଏକ ସୋସିଆଲ  ଇଞ୍ଜିନିୟରିଂ ସ୍କିମ୍ ମାଧ୍ୟମରେ କିଛି ଟ୍ୱିଟର କର୍ମଚାରୀଙ୍କୁ ଟାର୍ଗେଟ କରିଥିଲେ। ସେମାନେ ଅଳ୍ପ ସଂଖ୍ୟକ କର୍ମଚାରୀଙ୍କୁ ମାନିପ୍ୟୁଲେଟ୍ କରିଥିଲେ ଏବଂ ଟ୍ୱିଟରର ଆଭ୍ୟନ୍ତରୀଣ ସିଷ୍ଟମକୁ ପ୍ରବେଶ କରିବାକୁ ସେମାନଙ୍କର ପରିଚୟପତ୍ର ବା କ୍ରେଡେନ୍ସିଆଲ ବ୍ୟବହାର କରିଥିଲେ | ସର୍ବୋପରି  ଆମର ଡବଲ -ଫ୍ୟାକ୍ଟର୍ ସୁରକ୍ଷା ବଳୟ ଭେଦ କରି କେତେକ ଏକାଉଣ୍ଟରେ ପ୍ରବେଶ କରି ପାରିଥିଲେ"  ବୋଲି  ଟ୍ୱିଟର ସ୍ପଷ୍ଟିକରଂଜ ରଖିଛି |

0
0
0
s2sdefault