ହେଡଲାଇନସ୍:

ଲଖନପୁର ବନ୍ଧବାହାଲଠାରେ ଏକ ୭୦ ଶଯ୍ୟା ବିଶିଷ୍ଟ କୋଭିଡ ହେଲଥ କେୟାର ସେଣ୍ଟର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପ୍ରଶାସନ ଏବଂ ଏମସିଏଲ ମଧ୍ୟରେ ସ୍ୱାକ୍ଷରିତ ହେଲା ଏମ୍ଓୟୁ

ଝାରସୁଗୁଡା / (ସୁବାଷ ସାହାରେ) : ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକର ବନ୍ଧବାହାଲ ଠାରେ ଏକ ୭୦ ଶଯ୍ୟା ବିଶିଷ୍ଟ କୋଭିଡ ହେଲଥ କେୟାର ସେଣ୍ଟର ପ୍ରତିଷ୍ଠା ପାଇଁ ଆଜି ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ଓ ଏମ.ସି.ଏଲ ମଧ୍ୟରେ  ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି । ଜିଲ୍ଲା କାର୍ଯ୍ୟାଳୟର ଡି.ଏମ୍ ଏଫ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ସରୋଜ କୁମାର ସାମଲ ଓ ଏମ.ସି.ଏଲ ର ଡାଇରେକ୍ଟର (ପର୍ସନାଲ) କେଶବ ରାଓ ବୁଝାମଣା ପତ୍ର ସ୍ବାକ୍ଷର କରିଥିଲେ । କୋଭିଡ ହସ୍ପିଟାଲ ପ୍ରତିଷ୍ଠା ପାଇଁ ଏମ.ସି.ଏଲ ପକ୍ଷରୁ ସମସ୍ତ ଆନୁସଙ୍ଗିକ ସୁବିଧା ସୁଯୋଗ ଯୋଗାଇ ଦେବାକୁ ସହମତି ପ୍ରକାଶ କରିଥିବାରୁ ଜିଲ୍ଲାପାଳ ଏମ୍ ସି ଏଲ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଥିଲେ । ଡ଼ାଇରେକ୍ଟର ପର୍ସନାଲ ଶ୍ରୀ ରାଓ ଏହି ଅବସରରେ ମହାମାରୀ କରୋନାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ତତ୍ତ୍ୱାବଧାନରେ ବନ୍ଧବାହାଲ ଠାରେ ପ୍ରତିଷ୍ଠା ହେବାକୁ ଯାଉଥିବା କୋଭିଡ ହସ୍ପିଟାଲ ପାଇଁ ଏମ୍ ସି ଏଲ ପକ୍ଷରୁ ସମସ୍ତ ସହଯୋଗ କରାଯିବ ବୋଲି କହିଥିଲେ । ଏମ୍ ସି ଏଲର ସିଏସଆର ଫଣ୍ଡରୁ ସମସ୍ତ ଖର୍ଚ୍ଚ ବହନ କରାଯିବ ବୋଲି ଶ୍ରୀ ରାଓ କହିଥିଲେ । ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପ୍ରଦୀପ କୁମାର ସାହୁ ବୈଠକର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ୱ ) ଲିଲି କୁମାରୀ କୁଲୁ, ପ୍ରକଳ୍ପ ନିର୍ଦ୍ଦେଶକ (ପୁନର୍ବାସ ଓ ଥଇଥାନ) ଆଲୋମଣି ସେଠୀ, ଡେପୁଟି କଲେକ୍ଟର ଅଶ୍ୱିନୀ କୁମାର ପଣ୍ଡା, ସିଡିଏମଓ ଜଗଦୀଶ ଚନ୍ଦ୍ର ବାରିକ, ଏମସିଏଲ ର ସିଏସଆର ସାଧାରଣ ପରିଚାଳକ ବି. ସାଇରାମ, ଚିଫ ଅଫ ମେଡିକାଲ ସର୍ଭିସେସ ଡ. ଡି ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault