ଉପଖଣ୍ଡ ର ସମସ୍ତ ବ୍ଲକ କୁ ଶନିବାର ଓ ରବିବାର ସଟଡାଉନ ଘୋଷଣା
ବରଗଡ :- ଆଜି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ସରେଇକେଲା ଗ୍ରାମରୁ ଜଣେ କୋରୋନା ସଂକ୍ରମିତ ଠାବ ହେବାପରେ ଜିଲ୍ଲାପାଳ ବରଗଡ଼ ଶ୍ରୀ ଜ୍ୟୋତି ରଞ୍ଜନ ପ୍ରଧାନଙ୍କର ନିର୍ଦେଶ କ୍ରମେ ସରେଇକେଲା ଗ୍ରାମକୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଛି । ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୁଆନ ଙ୍କର ପ୍ରତକ୍ଷ ତତ୍ୱବାଧାନରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମାନେ ସରେଇକେଲା ଗ୍ରାମକୁ ଯାଇ ଗ୍ରାମରୁ ବାହାରୁଥିବା ସମସ୍ତ ରାସ୍ତା ଗୁଡିକୁ ବାଉଁଶ ଲଗାଇ ବନ୍ଦ କରିଦେଇଥିଲେ । ଏହି ଅବସରରେ ପାଇକମାଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ମେହେର , ଜଗଦଲପୁର ଥାନା ଅଧିକାରୀ ଲିଲିମା ଲଳିତା ବାର୍ଲା, ସ୍ଥାନୀୟ ଅଙ୍ଗନବାଡି ଦିଦି , ଆଶା ପ୍ରମୁଖ ଉପସ୍ଥିତ ଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ସରେଇକେଲାର ସଂକ୍ରମିତ ଜଣକ ଲୋକାଲ କେଶ ହେଇଥିବା କାରଣରୁ ପ୍ରଶାସନିକ ଅଧିକାରୀ ମାନଙ୍କର ଚିନ୍ତା ବଢିଯାଇଛି ।
ସରେଇକେଲା ଅଂଚଳରୁ ଜଣେ ସଂକ୍ରମିତ ଠାବ ହେବା ପରେ ଆଜି ଉପଜିଲ୍ଲାପାଳ ଙ୍କର ନିର୍ଦେଶ କ୍ରମେ ଉପଖଣ୍ଡର ପାଇକମାଲ , ଝାରବନ୍ଧ , ଗାଇସିଲେଟ ବ୍ଲକ ଗୁଡିକୁ ଚଳିତ ମାସର ପ୍ରତ୍ୟେକ ଶନିବାର ଓ ରବିବାର ସଟଡାଉନ ଘୋଷଣା କରାଯାଇଛି । ଏହି ସଟଡାଉନ ପ୍ରକ୍ରିୟା ଆସନ୍ତା କାଲିଠାରୁ ଲାଗୁ ହେବ ବୋଲି ଉପଜିଲ୍ଲାପାଳ ଜଣାଇଛନ୍ତି । ଯଦି କୋଣସି ଅତି ଜରୁରୀ କାମ ନଥାଏ ତେବେ କେହି ଘରୁ ବାହାରକୁ ବହାରନ୍ତୁ ନାହିଁ ବୋଲି ଝାରବନ୍ଧ ବିଡ଼ିଓ ଶ୍ରୀ ରୁନୁ ଲାକ୍ରା ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।