ଝାରସୁଗୁଡା/ ସୁବାସ ସାହାରେ : ଝାରସୁଗୁଡା ଜିଲ୍ଲା ବେହେରାମାଲ କିଷାନ ଛକରେ ଆଜି ମାନବ ସେବା ସଂଘ ଏବଂ ବନ ବିଭାଗ ମିଳିତ ଉଦ୍ୟମରେ ୭୧ ତମ ବନ ମହୋତ୍ସବ ଅବସରରେ ଛୋଟ ଛୋଟ( ୧୧୦୦ )ଚାରା ଗଛ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ବନ ବିଭାଗ ଅଧିକାରୀ ରମେଶ ଚନ୍ଦ୍ର ନାଥ ଉପସ୍ଥିତ ରହି ଚାରା ବଣ୍ଟନ ଆରମ୍ଭ କରିଥିଲେ । କିଷାନ ଛକ ରେ ଜିଲ୍ଲା ର ବିଭିନ୍ନ ପ୍ରାନ୍ତ ରୁ ଆସୁଥିବା ଲୋକମାନେ ଏହି ଜାଗାରେ ରହି ଖାତାରେ ଲେଖାଇ ମାତ୍ର ଏକ ଟଙ୍କା ଚାରା ପ୍ରତି ଦେବାକୁ ପଡୁଥିଲା ଯାହା ଗୋଟିଏ ଲୋକ ଗୋଟିଏ ଗଛ ସ୍ଲୋଗାନ କୁ ବାସ୍ତବରେ ପରିଣତ କରିପାରିବ ଓ ପ୍ରାୟ ୩ଲକ୍ଷ ଚାରା ବଣ୍ଟନ କରିବାକୁ ଧାର୍ଯ୍ୟ କରାଯାଇଥବାର ବନ ଅଧିକାରୀ ରମେଶ ନାଥ ଙ୍କ ଦ୍ଵାରା କୁହାଯାଇଥିଲା ।ବରିଷ୍ଠ ଆଇନଜୀବୀ ତଥା ସମାଜସେବୀ ତାପସ ରାଏ ଚୌଧୁରୀ ମାନବ ସେବା ସଂଘ ଟ୍ରଷ୍ଟ ର କାର୍ଯ୍ୟ କୁ ପ୍ରସଂସା କରିଥିଲେ ଏବଂ ଗଛ ଥିଲେ ଅମ୍ଳଜାନ, ଛାଇ, ଫଳ, ଫୁଲ ମିଳିପାରିବ ଗୋଟିଏ ଗଛ ବହୁ ଉପକାର ପରିବେଶ ଓ ମଣିଷ କୁ ଦେଇଥିବାର କହିଥିଲେ ।ଏହା ସହ ଆଗାମୀ ଦିନରେ ମଧ୍ୟ ଚାରା ଗଛ ବଣ୍ଟନ କରାଯିବ ବୋଲି ସୂଚନା ଦିଆଯାଇଛି ।ଝାରସୁଗୁଡ଼ାରେ ସରବାହାଲ, ବସ ଷ୍ଟାଣ୍ଡ, ଓ କିଷାନ ଛକ ରେ ଚାରା ଗଛ ବଣ୍ଟନ କରାଯାଉଛି ।ମାନବ ସେବା ସଂଘ ଟ୍ରଷ୍ଟ ଦ୍ୱାରା ଅଜଣା ସବ ସତ୍କାର, ସିଲେଇ ମେସିନ ବଣ୍ଟନ, ଛତା, ଚପଲ ବଣ୍ଟନ ଏବଂ ଆଜି ଗଛ ଚାରା ବଣ୍ଟନ କରି ସମାଜ ପ୍ରତି ଉଦାହରଣ ସୃଷ୍ଟି କରିଛି ଏବଂ କୋବିଡ଼ ୧୯ ମୁକାବିଲା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପାଣ୍ଠି କୁ ସହାୟତା ରାଶି ପ୍ରଦାନ କରାଯାଇଥିବାର ବିଗତ ଦିନରେ ଦେଖିବାକୁ ମିଳିଥିଲା ।ଟ୍ରଷ୍ଟ ସଭାପତି ସୁବାଷ ସାହରେ ଜଣେ ନିର୍ଭିକ ସାମ୍ବାଦିକ ଥାଇ ଏକ ଟ୍ରଷ୍ଟ ଗଠନ କରି ଆଜକୁ ପନ୍ଦର ବର୍ଷ ହେଲା ସାମାଜିକ କାର୍ଯ୍ୟକ୍ରମ ତୁଲେଇ ଆସିଛନ୍ତି ।ଏହି କାର୍ଯ୍ୟକ୍ରମ ର ସମସ୍ତ ଶ୍ରେୟ ଟ୍ରଷ୍ଟ ର ସଦସ୍ୟ ମାନେ ବୋଲି ସାହରେ ମତପୋଷଣ କରିଥିଲେ ଆଜିର କାର୍ଯ୍ୟକ୍ରମ ରେ ବରିଷ୍ଠ ସମାଜସେବୀ ରମେଶ ଗାନ୍ଧୀ, ଆଇନଜୀବୀ ମାନସ ସିଂହା, ସୋଫିଆ ମିଞ୍ଜ, ରାଜକୁମାର ମଜୁମଦାର,ଅବସର ପ୍ରାପ୍ତ ସେନା ଅଧିକାରୀ ରତ୍ନାକର ପ୍ରଧାନ, ସଞ୍ଜୟ ଶ୍ରୀବାସ୍,ମହମ୍ମଦ ଖୁର୍ସିଦ ଆଲାମ ଖାଁ, ବନ ବିଭାଗ କର୍ମଚାରୀ ପ୍ରଦୀପ ନାୟକ ଓସ୍ବେଚ୍ଛାସେବୀ କାର୍ଯ୍ୟରତ ଜୟନ୍ତ ନେଟି, ନିରନ୍ତ ଖଡ଼ିଆ ଉପସ୍ଥିତ ଥିଲେ ।