ବାରିପଦା(ଦିଲ୍ଲୀପ ମହାନ୍ତି)- ବାରିପଦା ପୌରପରିଷଦର ୱାର୍ଡ ନମ୍ବର ୧୫ ପୂର୍ଣ୍ଣଚନ୍ଦ୍ରପୁରଠାରେ ଥିବା ଘରୋଇ ଗାୟତ୍ରୀ ହସପିଟାଲ ଏଣ୍ଡ ରିସର୍ଚ୍ଚ ସେଣ୍ଟର ଓ ବାରିପଦା ପଣ୍ଟିତ ରଘୁନାଥ ମୁର୍ମୁ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାଲ ସମ୍ମୁଖରେ ଥିବା ଜୟା ଘରୋଇ ହସପିଟାଲକୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସିଲ କରାଯାଇଛି । ବାରିପଦା ଉପଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ, ସ୍ୱତନ୍ତ୍ର ମାଜିଷ୍ଟ୍ରେଟ କ୍ଷମତା ପ୍ରାପ୍ତ ବାରିପଦା ତହସିଲଦାର ରାମଚନ୍ଦ୍ର ସୋରେନ ଓ ବାରିପଦା ସଦର ଏସଡ଼ିପିଓ କେ କେ ହରିପ୍ରସାଦଙ୍କୁ ନେଇ ଏକ ମିଳିତ ଟିମ ଆଜି ସହରର ବିଭିନ୍ନ ଘରୋଇ ହସପିଟାଲ ଆଦି ଉପରେ ଚଢ଼ାଉ କରିଥିଲେ । ଏହି ସମୟରେ ଗାୟତ୍ରୀ ହସପିଟାଲ ଏଣ୍ଡ ରିସର୍ଚ୍ଚ ସେଣ୍ଟର ଓ ଜୟା ହସପିଟାଲ ଭାରତୀୟ ପେନାଲ କୋଡ଼ ଏବଂ ବାଇଓ ମେଡ଼ିକାଲ ୱେଷ୍ଟମେନେଜମେଣ୍ଟ ଗାଇଡ଼ ଲାଇନକୁ ଉଲ୍ଲଙ୍ଘନ କରୁଥିବାର ପରିଲକ୍ଷିତ ହେବା କାରଣରୁ ଏହି ଦୁଇ ଘରୋଇ ହସପିଟାଲକୁ ସିଲ କରାଯାଇଛି ବୋଲି ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି ।