ଜଗଦେବ ରାମଙ୍କ ବିୟୋଗରେ ଭିଏଚପି ନେତାଙ୍କ ଶୋକ
ସୁନ୍ଦରଗଡ଼(ହୋରାଚାନ୍ଦ ଦେଉରିଆ) - ଅଖିଳ ଭାରତୀୟ ବନବାସୀ କଲ୍ୟାଣ ଆଶ୍ରମର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜଗଦେବ ରାମ ଓରାମଙ୍କ ଗତକାଲି ଅପରାହ୍ନ 3 ଘଟିକା ସମୟରେ ଛତିଶଗଡର ଯଶପୁରରେ ଥିବା ବନବାସୀ କଲ୍ୟାଣ ଆଶ୍ରମରେ ହୃଦଘାତ କାରଣରୁ ସ୍ବର୍ଗବାସ ହୋଇଥିବା ବେଳେ ତାଙ୍କ ବିୟୋଗରେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ବିଶ୍ୱହିନ୍ଦୁ ପରିଷଦ ଧର୍ମପ୍ରସାର ବିଭାଗର ପଶ୍ଚିମ ଓଡିଶା ପରାବର୍ତ୍ତନ ପ୍ରମୁଖ ଶାନ୍ତନୁ କୁସୁମ ! ଜଗଦେବ ରାମଙ୍କ ବିୟୋଗ ହିନ୍ଦୁ ସମାଜ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଶ୍ରୀ କୁସୁମ କହିଥିବା ବେଳେ ସମଗ୍ର ଭାରତର ବନାଞ୍ଚଳରେ ରହୁଥିବା ଭାଇ ଭଉଣୀଙ୍କ ପାଇଁ ତାଙ୍କର ସମର୍ପଣ ଭାବ ଆମକୁ ସବୁଦିନ ପ୍ରେରିତ କରିବ ପ୍ରକାଶ କରିଛନ୍ତି | ଏହି ଅବସରରେ ଶ୍ରୀ କୁସୁମ ଏକ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ ସମଗ୍ର ଭାରତବାସୀ ବିଶେଷକରି ବନାଞ୍ଚଳରେ ରହୁଥିବା ଅଧିବାସୀ ମାନେ ସେମାନଙ୍କର ଜଣେ ପ୍ରିୟ ବନ୍ଧୁଙ୍କୁ ହରାଇଛନ୍ତି | ସେ ପ୍ରତିଷ୍ଠା କରି ଯାଇଥିବା ଆଦର୍ଶ ଦେଶର ଯୁବ ସମାଜକୁ ବନବାସୀ ଭାଇ ଓ ଭଉଣୀଙ୍କର ଉନ୍ନତି ପାଇଁ ନିଜର ଜୀବନକୁ ଉସର୍ଗ କରିବା ନିମିତ୍ତ ପ୍ରେରଣା ଯୋଗାଇବ ! ତେଣୁ ଜଗଦେବ ରାମଙ୍କ ବିୟୋଗ ହିନ୍ଦୁ ସମାଜ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଶ୍ରୀ କୁସୁମ କହିଥିବା ବେଳେ ସ୍ବର୍ଗତ ଜଗଦେବଙ୍କ ଅମର ଆତ୍ମାର ସଦଗତି ପାଇଁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିଛନ୍ତି |