ହେଡଲାଇନସ୍:

ଦିପ୍ତିପୁର ଟିଏମସି ଅଂଚଳ ହେଳା ସାନିଟାଇଜ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମେଲଛାମୁଣ୍ଡା(ମନୋଜ ଭୋଇ)ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଦିପ୍ତିପୁରସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଟାଳ ପଂଚାୟତ ତରଫରୁ ନିର୍ମାଣ ହୋଇଥିବା ଟିଏମସି ଅଂଚଳକୁ ମଙ୍ଗଲବାର ସକାଳେ ପ୍ରଶାସନ ତରଫରୁ ସାନିଟାଇଜ କରାଯାଇଛି । ଟିଏମସି ସହିତ ସଂଗ୍ଳନ ଥିବା ଦିପ୍ତିପୁର ବସଷ୍ଟାଣ୍ଡକୁ ମଧ୍ୟ ପଦ୍ମପୁର ଦମକଳ ବାହିନୀ ଦ୍ୱାରା ସାନିଟାଇଜ କରାଯାଇଛି । ଟିଏମସିରେ ବାସକରିଥିବା ଜୈନେକ ବାଳିକାର ପଜେଟିଭ ରିପୋଟ ଆସିବା ପରେ ଅଧିକ ସଂକ୍ରମଣ ଆଶଙ୍କାକୁ ରୋକିବା ପାଇଁ ପ୍ରଶାସନ ତରଫରୁ ତ୍ୱରିତ ପଦକ୍ଷେପ ନିଆଯାଇଥିବା ଟାଳ ସରପଂଚ ସୌକିଲାଲ ସେଟ ସୂଚନା ଦେଇଛନ୍ତି । ପ୍ରକାଶ ଯୋଗ୍ୟ ଯେ ଦିପ୍ତିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଟାଳ ପଂଚାୟତ ତରଫରୁ ଟିଏମସି(ଅସ୍ଥାୟୀ ଚିକିତ୍ସା ଶିବିର) ଭାବେ ବ୍ୟବହାର କରାଯାଉଛି । କନସଂହା ପଂଚାୟତ ଟିଏମସିରୁ ଦିପ୍ତିପୁର ଟିଏମସିକୁ ସ୍ଥାନାନ୍ତରିତ ହୋଇଥିବା କେତେକ ଅନ୍ତେବାସୀଙ୍କ ମଧ୍ୟରୁ ଜୈନେକ ବାଳିକାର ନମୁନାରେ ପଜେଟିଭ ଟିପୋଟ ସୋମବାର ସକାଳେ ଆସିଥିଲା । ପ୍ରଶାସନ ତରଫରୁ ବାଳିକା ଜଣକୁ ଚିକିତ୍ସା ପାଇଁ ବରଗଡ କୋଭିଡ ସେଂଟରକୁ ପଠାଇବା ସହ ଜିଲ୍ଳାପାଳଙ୍କ ନିର୍ଦେଶ କ୍ରମେ ସୋମବାର ରାତ୍ରରୁ ଟିଏମସି ଅଂଚଳକୁ ନିଷିିଧାଂଚଳ ଏବଂ ଟିଏମସି ବାଉଣ୍ଡ୍ରିକୁ ଚାରିପଟରୁ ଲାଗିଥିବା ମିସନାରୀ ଡାକ୍ତରଖାନା, ଖେଳପଡିଆ, ମିସନାରୀ ଗୀର୍ଜା ଘର ଆଦିକୁ ବଫର ଜୋନ ଭାବେ ଘୋଷଣା କରାଯାଇଥିଲା ।

 

 

 

0
0
0
s2sdefault