ଶ୍ରାଦ୍ଧ ଦିବସରେ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମନ୍ତ୍ରୀ ପ୍ରତାପ ଜେନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର (ଶାସକ ପ୍ରଶାସକ) : ପ୍ରବାଦପୁରୁଷ, ମହାନ ସ୍ୱାଧିନତା ସଂଗ୍ରାମୀ, ଉକ୍ରଳ ଜନନୀର ବରପୁତ୍ର ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଆଜି ୨୩ତମ ଶ୍ରାଦ୍ଧ ଦିବସରେ ପଂଚାୟତିରାଜ ଓ ପାନୀୟଜଳ , ଆଇନ , ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ଜେନା ତାଙ୍କ ସରକାରୀ ବାସଭବନରେ ବିଜୁ ବାବୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧା ସୁମନ ଜଣାଇଛନ୍ତି । ସେ କହିଛନ୍ତି ଯେ ବିଜୁ ବାବୁଙ୍କ ସାହସିକତା, ଏକ ସ୍ୱାଭିମାନୀ ଓଡିଶା ଗଠନର ସ୍ୱପ୍ନ ଓ ରାଷ୍ଟ୍ରପ୍ରେମ ଆମ ସମସ୍ତଙ୍କୁ ପ୍ରେରଣା ଦେଉଥିବ । ସବୁବେଳେ ଲୋକଙ୍କ ସହ ରହିବା ଏବଂ ପ୍ରତିଟି ଲୋକଙ୍କ ପାଇଁ ଉନ୍ନତି ମୂଳକ କାର୍ଯ୍ୟକରିବା ତାଙ୍କର ମନ୍ତ୍ର ଥିଲା , ଯାହାକି ଆମ ସମସ୍ତଙ୍କୁ ଲୋକଙ୍କ ସେବା ପାଇଁ ସବୁବେଳେ ଅନୁପ୍ରାଣିତ କରିଆସୁଛି ଏବଂ କରୁଥିବ । ସେହି ପୁଣ୍ୟାତ୍ମା ବରପୁତ୍ରଙ୍କୁ ଭକ୍ତିପୁତ ବିନମ୍ର ଶ୍ରଦ୍ଧାଞ୍ଜଳି ।

0
0
0
s2sdefault