ସୁନ୍ଦରଗଡ଼ ଜିଲ୍ଲାରେ ବିଜୁ ପଟ୍ଟନାୟକଙ୍କ୨୩ ତମ ଶ୍ରାଦ୍ଧ ଦିବସ ପାଳିତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡ଼/ ହୋରାଚାନ୍ଦ ଦେହୁରୀଆ :- ପ୍ରବାଦ ପୁରୁଷଙ୍କ ବିଶିଷ୍ଟ ଜନ ନାୟକ ବିଜୁ ପଟ୍ଟନାୟକଙ୍କ ୨୩ ତମ ଶ୍ରାଦ୍ଧ  ଶ୍ରାଦ୍ଧ ଦିବସକୁ ନିରାଡମ୍ବର ଭାବେ ପାଳନ କରିବା ପାଇଁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ନିର୍ଦ୍ଦେଶ କୁ ପାଳନ କରି  ସୁନ୍ଦରଗଡ଼ ସଦର ନିର୍ବାଚନ ମଣ୍ଡଳୀ ତରଫରୁ ପୂର୍ବତନ ବିଧାୟକ ଯୋଗେଶ କୁମାର ସିଂ ସର୍ବପ୍ରଥମେ ନିଜ ସର୍ଗିପାଲି ସ୍ଥିତ ବାସଭବନରେ ସକାଳ  ୮ ଘଟିକା ସମୟରେ  ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ବାବୁ ଙ୍କ ୨୩ ତମ ଶ୍ରାଦ୍ଧ ଦିବସ ଅବସରରେ ବିଜୁ ବାବୁଙ୍କ ଫଟୋଚିତ୍ର ରେ  ପୁଷ୍ପ ମାଲ୍ୟ ପ୍ରଦାନ କରି  ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ବିଜୁ ଜନତାଦଳ ସୁପ୍ରିମୋ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ କରିଥିବା ନିବେଦନ  କୌଣସି ବ୍ୟକ୍ତି ରକ୍ତ ଅଭାବରୁ ସ୍ଵାସ୍ଥ୍ୟଗତ ସମସ୍ୟାରେ ନ ପଡନ୍ତି ନିବେଦନକୁ   ଅନୁସରଣ କରି ସମ୍ମାନ ଦେଇ ସୁନ୍ଦରଗଡ଼ ସଦର ନିର୍ବାଚନ ମଣ୍ଡଳୀ ବିଜୁଜନତା ଦଳ ପକ୍ଷରୁ ପୂର୍ବତନ ବିଧାୟକ ଶ୍ରୀ  ଯୋଗେଶ କୁମାର ସିଂଙ୍କ  ନେତୃତ୍ୱରେ ସୁନ୍ଦରଗଡ଼ ରକ୍ତଭଣ୍ଡାର ଠାରେ ଜୀବନବିନ୍ଦୁ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ ଓ ଆଜିଠାରୁ ପର୍ଯ୍ୟାୟ କ୍ରମେ ଜୀବନବିନ୍ଦୁ (ରକ୍ତ ସଂଗ୍ରହ ) କାର୍ଯ୍ୟକ୍ରମ ଜାରି ରହିବ । ଆଜିର ଏହି ଜୀବନବିନ୍ଦୁ କାର୍ଯ୍ୟକ୍ରମ ସୁନ୍ଦରଗଡ଼ ସାଙ୍ଗଠନିକ ଜ଼ିଲ୍ଲା ବିଜୁ ଜନତାଦଳ ସଭାପତି ଶ୍ରୀ ବିନୟ କୁମାର ଟପ୍ପୋ ଓ ଶ୍ରୀ  ସିଂଙ୍କ ଉପସ୍ଥିତିରେ ଶୁଭାରମ୍ଭ କରାଯାଇଥିଲା l ଆଜିର ଏହି କାର୍ଯ୍ୟକ୍ରମ ୧୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା l ରକ୍ତ ଦାତା ମାନଙ୍କ ମଧ୍ୟରେ ସର୍ବ ପ୍ରଥମେ ବିଜୁ ଯୁବ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ସୁମନ୍ତ କୁମାର ପଣ୍ଡା, ବିଜୁ ଯୁବ ଜନତା ଦଳ ସମ୍ପାଦକ ଅସିତ ରାୟ, ପୂର୍ବତନ କାଉନ୍ସିଲର ସୁମନ୍ତ ସାହୁ, ହେମନ୍ତ ମେହେର, ସନ୍ତୋଷ ପୃଷ୍ଟି, ଆଶିଷ ତ୍ରିପାଠୀ, ଅମନ ହୁସେନ, ଉଦିତ ହୋତା ସମେତ ଅନ୍ୟମାନେ ରକ୍ତ ଦାନ କରିଥିଲେ ଉକ୍ତ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ସଦର ବ୍ଲକ ଉପାଧକ୍ଷ ଅଶ୍ଵିନୀ କୁମାର ନାଏକ, ବିଜୁ ଜନତା ଦଳ ରାଜ୍ୟକାରିଣୀ ସଦସ୍ୟ ହରଜେନ୍ଦ୍ର ସିଂ, ବରିଷ୍ଠ ନେତା ଗୋପ ମହାନ୍ତି,ଜୟନାରାୟଣ ତ୍ରିପାଠୀ,  ବିଜୁ ଛାତ୍ର ଜନତା ଦଳ ପଶ୍ଚିମାଞ୍ଚଲ ଜୋନ ସଭାପତି ବୈକୁଣ୍ଠ କୁମାର ନାଏକ, ବିଜୁ ଜନତା ଦଳ ଆଇନଜୀବି ସାମ୍ମୁଖ୍ୟ ଜ଼ିଲ୍ଲା ଆବାହକ ଅଶୋକ କୁମାର ସ୍ୱାଇଁ , ଷ୍ଟିଫେନ ଉଇଲସନ ସୋରେଙ୍ଗ, ପୂର୍ବତନ ନଗରପାଳ ବେଣୁଧର ତାଣ୍ଡିଆ, ପୂର୍ବତନ କାଉନ୍ସିଲର ପଞ୍ଚା ବାରଲା, ମୁକେଶ ପୁରୋହିତ, ଶିବାଜୀ ନାଏକ, ସହବାଜ଼ ହୁସେନ,ହେମନ୍ତ ପାଢ଼ୀ, ପ୍ରଦିପ ସାହୁ,ଅମିତ ପଟେଲ, ସମେତ ଅନ୍ୟମାନେ ଥିଲେ l  ରକ୍ତ ସଂଗ୍ରହ ସାରିବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ  "କେହି ଭି ଭୋକିଲା ରହିବେ ନାହିଁ" ଭୋକିଲାଙ୍କୁ ନିଜ ପରିବାର ସଦସ୍ୟ ଭାବି ଖାଦ୍ୟ ଦିଅ " କୁ ଅନୁସରଣ କରି ଆଜି ସୁନ୍ଦରଗଡ଼ ବିଜୁଜନତା ଦଳ କର୍ମକର୍ତ୍ତାଙ୍କ ସହିତ ଆଇନଜୀବି ସାମ୍ମୁଖ୍ୟ ଜ଼ିଲ୍ଲା ଆବାହକ ଶ୍ରୀ ଅଶୋକ କୁମାର ସ୍ୱାଇଁ ଆଇନଜୀବି ପୌରାଞ୍ଚଳ ର ବିଜୁ ଜନତା ଦଳ ର ପୂର୍ବତନ କାଉନ୍ସିଲର ଓ  ବିଜୁ ଜନତା ର ବରିଷ୍ଠ ନେତା,ଯୁବ ନେତା,  ଛାତ୍ର ନେତା ଓ ଦଳୀୟ କର୍ମୀ ମାନଙ୍କ ସହାୟତା ରେ ୱାର୍ଡ ୱାର୍ଡ ବୁଲି ରାସନ କାର୍ଡ ନଥିବା  ୨୦୦  ଟି ପରିବାରକୁ ଶୁଖିଲା ରନ୍ଧାଖାଦ୍ୟ ବଣ୍ଟନ କରିଥିବା ଜଣାପଡ଼ିଛି   l

 

0
0
0
s2sdefault