ରାଉରକେଲା : ବିଜୁଙ୍କ ୨୩ତମ ଶ୍ରାଦ୍ଧ ଦିବସରେ ୨୩ମହିଳାଙ୍କ ରକ୍ତଦାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା / ହୋରାଚାନ୍ଦ ଦେଉରିଆ : ଲକ୍ ଡାଉନ୍ ସମୟରେ ବିଭିନ୍ନ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦେଖା ଦେଇଛି। କରୋନା ଭୟରେ ସ୍ୱେଚ୍ଛାକୃତ ରକ୍ତଦାତାମାନେ ମଧ୍ୟ ରକ୍ତ ଦାନ କରିବାକୁ ଘରୁ ବାହାରିବାକୁ ଉଚିତ ମଣିଲେ ନାହିଁ। ଫଳରେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ଜୀବନ ସଙ୍କଟାପନ୍ନ  ହେଲା।ଏଭଳି ସ୍ଥିତିର ରାରରକେଲା ମହିଳାମାନେ ଘରୁ ବାହିରି ଆସି ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବାକୁ ପ୍ରୟାସ କରିଛନ୍ତି। ସୂର୍ଗତ ବିଜୁ ପଟ୍ଟନାୟକଙ୍କ ୨୩ତମ ଶ୍ରାଦ୍ଧ ଦିବସରେ ରାଉରକେଲାର ୨୩ ମହିଳା ରକ୍ତଦାନ କରିଛନ୍ତି। ବିଜୁ ଜନତା ଦଳର ‘ଜୀବନ ବିନ୍ଦୁ’ ପକ୍ଷରୁ ଧରି ଚାଲିଥିବା ରକ୍ତଦାନ ଶିବିରରେ ଆଜି କେବଳ ମହିଳାମାନେ ରକ୍ତଦାନ କରିଛନ୍ତି। ଏମାନଙ୍କ ମଧ୍ୟରେ ମହିଳା ପୋଲିସ କର୍ମଚାରୀ ମଧ୍ୟ ରହିଛନ୍ତି | ସେମାନଙ୍କ ମଧ୍ୟରେ ରଶ୍ମିତା ସାହୁ, ପ୍ରମୋଦିନୀ ତ୍ରିପାଠୀ, ମିନତୀ ଜେନା,ନିରୁପମା ନାୟକ,ମୁକ୍ତା ତିଗା,ଜୟନ୍ତୀ ନାୟକ,ରାଜଲକ୍ଷ୍ମୀ ପ୍ରଧାନ,ସରିତା ତ୍ରିପାଠୀ,ସ୍ନେହଲତା ନାୟକ,କବିତା ଏକ୍କା, ରୀନାରାଣୀ ପ୍ରଧାନ,ଜୁଲି ରାୟ, ସାବିତ୍ରୀ ବେହେରା,ସୋନମ ସିଂ,ସୀମା ସିଂ,ଗୀତା ତାଣ୍ଡି,ରାଜବାଟୀ ପ୍ରଧାନ,ଜସ୍ମିତା ତିର୍କୀ,ଜ୍ୟୋର୍ତିମୟୀ ରାଉତ, ସୁକାନ୍ତୀ ମହାରଣା, ଗୀତାଞ୍ଜଳୀ ଦାସ, ଜୋସ୍ନା ନାୟକ ଓ ଉମା ନାୟକ ପ୍ରମୁଖ ଅନ୍ୟତମ |

ରେକର୍ଡ:ସଂଗ୍ରହ ହେଲା ୩୩୭ ବ୍ଲଡ୍ ୟୁନିଟ୍

ଏପ୍ରିଲ ୩ରୁ ରାଉରକେଲା ସହରର ବିଭିନ୍ନ ସ୍ଥାନରେ ପ୍ରତିଦିନ ରକ୍ତ ସଂଗ୍ରହ ଆରମ୍ଭ ହେଲା।ସ୍ଥାନୀୟ ବିଧାୟକ ସାରଦା ପ୍ରସାଦ ନାୟକଙ୍କ ଉପସ୍ଥିତିରେ ଛାତ୍ର-ଯୁବ ବିଜେଡିର କର୍ମକର୍ତ୍ତାମାନେ ପ୍ରଥମେ ରକ୍ତଦାନ କଲେ। ପରବର୍ତ୍ତି ସମୟରେ ଜୀବନ ବିନ୍ଦୁର ଆବାହକ କୁନ ବିହାରୀ ଦାସଙ୍କ ସଂଯୋଜନାରେ ରାଉରକେଲାର ବିଭିନ୍ନ ସଂଗଠନ ରକ୍ତଦାନ ଶିବିରରେ ଅଂଶଗ୍ରହଣ କଲେ। ରକ୍ତର ଆବଶ୍ୟକତା ଏବଂ ଲୋକଙ୍କ ଆଗ୍ରହ ଦେଖି ରକ୍ତଦାନ ଶିବିରକୁ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି ସୁନ୍ଦରଗଡ଼ ବିଜେଡି ପ୍ରଭାରୀ ତଥା ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ।ଦୀର୍ଘ ୧୪ଦିନ ଧରି ଚାଲିଥିବା ଏଭଳି ମହତ କାର୍ଯ୍ୟରେ ରାଉରକେଲା ଚାମ୍ବର୍ସ ଅଫ କମର୍ସ,ଟ୍ରକ-ଟିପର ଆସୋସିଏସନ୍,ଟ୍ରଲର ସଂଘର କର୍ମକର୍ତ୍ତାମାନେ ଅଂଶଗ୍ରହଣ କରିଛନ୍ତି। 

0
0
0
s2sdefault