ମୟୂରଭଞ୍ଜ ଜିଲ୍ଲାକୁ  ୯୮ ବିଦେଶ ଫେରନ୍ତାଙ୍କ ସ୍ୱାବ୍ ରିପୋର୍ଟ ନେଗେଟିଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜିଲ୍ଲାରୁ କୋଭିଡ଼-୧୯ ପରୀକ୍ଷା ପାଇଁ ଯାଇଥିବା ୩୫୪ ସାମ୍ପଲରୁ ୨୨୭ ନେଗେଟିଭ

 ୧୨୭ ରିପୋର୍ଟକୁ ଅପେକ୍ଷା,ଅଲଗା ରାଜ୍ୟରୁ ମୟୂରଭଞ୍ଜକୁ ଫେରିଛନ୍ତିି ୧୨ ହଜାର ୨୦୫ 

ବାରିପଦା(ଦିଲ୍ଲୀପ ମହାନ୍ତି )- ଏପ୍ରିଲ୧୭ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରୁ ମୋଟ ୩୫୪ ଜଣଙ୍କ ନିକଟରୁ ସ୍ୱାବ ସଂଗ୍ରହ କରାଯାଇ କୋଭିଡ଼-୧୯   ପରୀକ୍ଷା ନିମନ୍ତେ ପଠା ଯାଇଥିଲା । ଏହା ମଧ୍ୟରୁ  ୨୨୭ଟି ସ୍ୱାବର ରିପୋର୍ଟ ଆସିଥିବା ସମୟରେ ୧୨୭ଟି ରିପୋର୍ଟ ପହଁଞ୍ଚି ନାହିଁ । ଆସିଥିବା ସମସ୍ତ ୨୨୭ଟି ସ୍ୱାବ୍ର  ରିପୋର୍ଟ ନେଗେଟିଭ ରହିଛି ବୋଲି ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି । ଏଥି ସହିତ ସମସ୍ତ ୯୮ ବିଦେଶ ଫେରନ୍ତାମାନଙ୍କର କ୍ୱାରେଣ୍ଟାଇନ ସମୟ ସମାପ୍ତ ହୋଇସାରିଛି । ସେହିପରି ଅଲଗା ରାଜ୍ୟଗୁଡ଼ିକରୁ ଜିଲ୍ଲାକୁ ଫେରି ଆସିଥିବା ମୋଟ ୧୨ହଜାର ୨୦୫  ଜଣଙ୍କ ମଧ୍ୟରୁ ୧୧ହଜାର ୮୧୫ ଜଣଙ୍କର କ୍ୱାରେଣ୍ଟାଇନ ସମୟ ସମାପ୍ତ କରିବା ପରେ ଘରକୁ ଫେରିଯାଇଥିବା ସମୟରେ ୩୯୦ ଜଣ କ୍ୱାରେଣ୍ଟାଇନରେ ରହିଥିବାର ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏହା ମୟୂରଭଞ୍ଜବାସୀଙ୍କ ନିମନ୍ତେ ଆଶ୍ୱସ୍ତିର ବିଷୟ ହୋଇଥିବା ବେଳେ ଜନସାଧାରଣ କୌଣସି ଜରୁରୀ କାର୍ଯ୍ୟ ନ ଥିଲେ ନିଜ ନିଜ ଘର ମଧ୍ୟରେ ସୁରକ୍ଷିତ ଭାବେ ରହିବା ନିମନ୍ତେ ଜିଲ୍ଲାପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । 

0
0
0
s2sdefault