ଅସହାୟ ମାନଙ୍କ ସହ ସଦାବେଳେ ରହିଥିଲି , ରହିଛି ଏବଂ ଆଗକୁ ମଧ୍ୟ ରହିଥିବି :ଯୁବସମାଜସେବୀ ଶ୍ରୀକାନ୍ତ ମିଶ୍ର

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ପଦ୍ମପୁର- କରୋନା ଭୂତାଣୁ ଯୋଗୁଁ ସାରା ଭାରତରେ ପ୍ରଥମ ପର୍ଯ୍ୟାୟରେ ୨୧ଦିନ ପରେ ଦ୍ବିତୀୟ ପର୍ଯ୍ୟାୟରେ ୧୮ଦିନ ପାଇଁ ତାଳାବନ୍ଦ ଜାରି ରହିଛି । ତାଳାବନ୍ଦ ଯୋଗୁଁ ଅତିଆବଶ୍ୟକ ସେବା ବ୍ୟତୀତ ସମସ୍ତ କାର୍ଯ୍ୟ ବନ୍ଦ ରହିଛି । ଯେଉଁ ଲୋକମାନେ ପ୍ରତିଦିନ କାମକରି କିଛି ଟଙ୍କା ଆଣିଲେ ତାଙ୍କ ଚୁଲି ଜଲୁଥିଲା ସେମାନଙ୍କ ପାଇଁ ବର୍ତ୍ତମାନ ସମୟ  ଦୟନୀୟ ସମୟ ହୋଇଛି , କାହିଁକି ନା କରୋନା କଟକଣା ଯୋଗୁଁ ସେମାନେ ଘରୁ ବାହାରି ପାରୁନାହାଁନ୍ତି । ସେମାନଙ୍କ ରୋଜଗାର ବନ୍ଦ ହୋଇଛି ତେଣୁ ତାଙ୍କ ଚୁଲି ଜଲିବା ମଧ୍ୟ କଷ୍ଟକର ହୋଇପଡିଛି । ସେହି ଅସହାୟଙ୍କ ବିପଦ ସମୟର ବନ୍ଧୁ ହୋଇଛନ୍ତି ବିଜେପୁର ବ୍ଳକର ପଥର୍ଲା ଗ୍ରାମର ଯୁବ ସମାଜସେବୀ ଶ୍ରୀକାନ୍ତ ମିଶ୍ର । ସେ ନିଜ ବ୍ଳକ ବିଜେପୁରରେ ଅସହାୟ ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ । ଶ୍ରୀକାନ୍ତ ମିଶ୍ର ଗାଇସିଲାଟ ବ୍ଳକର ଜଗଲପାଟ,ଭାଙ୍ଗମୁଣ୍ଡା,ଅଇଁଲାବାହାଲ,ବଡ଼ସାହାଜବାହାଲ,ଟେଙ୍ଗନାପାଲି,ରାଇସଲପଦର,ଅମଲିପାଲି,ଭୁତିବାହାଲ,ଉମରାଦ ଓ ନାଥପାଲି ଗ୍ରାମର ପ୍ରାୟ ତିନିଶହ ଅସହାୟଙ୍କୁ ଶୁଖିଲା ଖାଦ୍ୟ ଯଥା ଚାଉଲ,ଡାଲି,ଚିନି,ଚା,ଚୁଡା ବିସ୍କୁଟ, ଆଲୁ,ପିଆଜ ଆଦି ବଣ୍ଟନ କରିଥିଲେ । ଏହା ସହ ଶ୍ରୀକାନ୍ତ ମିଶ୍ର  ଅସହାୟ ମାନଙ୍କ ସହ ସଦାବେଳେ ରହିଥିଲି ଏବେମଧ୍ୟ ରହିଛି ଏବଂ ଆଗକୁ ମଧ୍ୟ ରହିଥିବି ବୋଲି ମତବ୍ୟକ୍ତ କରିଛନ୍ତି । ଏହି ଶୁଖିଲା ଖାଦ୍ୟ ବଣ୍ଟନରେ ଲକ୍ଷ୍ମଣା ଯୁଆଡି,ମଙ୍ଗଳୁ ସାହୁ, ଲକ୍ଷ୍ମଣା ବଗର୍ତ୍ତି,ବେଣୁଧର ନାୟକ,ସଦାନନ୍ଦ ସାହୁ,ଚିତ୍ତରଞ୍ଜନ ସାହୁ, ଉପେନ୍ଦ୍ର ସାହୁ, ରଥ ସାହୁ,କୈଲାଶ ଷାଣ୍ଢ, ବିପିନ ସାହୁ,ମଧୁସୂଦନ ମିଶ୍ର, ସୁଧିର ମହାକୁର, ପିତାମ୍ବର ସାହୁ ଓ ଚୈତୁ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

0
0
0
s2sdefault