ହେଡଲାଇନସ୍:

କୋଭିଡ-୧୯ ସଂକ୍ରମଣ ରୋକିବାରେ ସହାୟକ 3-D ସାମଗ୍ରୀର ଦୁଇଟି ଅଭିନବ ଡିଜାଇନ  ପ୍ରସ୍ତୁତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆଦିଲ୍ଲୀ- କୋଭିଡ-19ର ସଂକ୍ରମଣକୁ ରୋକିବାରେ ସହାୟକ ହେଉଥିବା 3-D ସାମଗ୍ରୀର ଦୁଇଟି ଅଭିନବ ଡିଜାଇନ ଗୌହାଟିସ୍ଥିତ ଜାତୀୟ ଔଷଧୀୟ ଗବେଷଣା ପ୍ରତିଷ୍ଠାନ (ନାଇପର-ଜି)ର ଗବେଷକମାନେ ପ୍ରସ୍ତୁତ କରିଛନ୍ତି । ସେଥି ମଧ୍ୟରୁ ଗୋଟିଏ 3-D ପ୍ରିଂଟେଡ ହ୍ୟାଣ୍ଡି-ପ୍ରିଂ ସାମଗ୍ରୀ ଓ  ଅନ୍ୟଟି 3-Dପ୍ରିଂଟେଡ ଆଣ୍ଟିମାଇକ୍ରୋବିୟାଲ ଫେସ ସିଲ୍ଡ । ଖାଲି ହାତରେ ବିଭିନ୍ନ ବସ୍ତୁ ଓ ସାମଗ୍ରୀ ଛୁଇଁବାରୁ କରୋନା ଭୁତାଣୁ ସଂକ୍ରମଣ ଆଶଙ୍କା ଅଧିକ ରହୁଥିବାରୁ ତାହାକୁ ପ୍ରତିହତ କରିବା ପାଇଁ ଗଭୀର ଅନୁଶୀଳନ  ଓ ଗବେଷଣା ପରେ ଏହି ଦୁଇ ସାମଗ୍ରୀର ଡିଜାଇନ ପ୍ରସ୍ତୁତ ହୋଇଛି ।

3-Dପ୍ରିଂଟେଡ ହ୍ୟାଣ୍ଡି-ପ୍ରିଂ ସାମଗ୍ରୀକୁ କବାଟଝରକା ଖୋଲିବା ଓ ବନ୍ଦ କରିବା ଆଦି ପାଇଁ ବ୍ୟବହାର କରାଯାଇପାରିବ। ଡ୍ରୟାର,ରେଫ୍ରିଜିରେଟର ହ୍ୟାଣ୍ଡେଲ, ଏଲିଭେଟର ବଟନ, ଲ୍ୟାପଟପ-ଡେସ୍କଟପ, କି ବୋର୍ଡ ତଥା ସୁଇଚ ବଟନରେ ଏହାକୁ ବ୍ୟବହାର କରିହେବ । ଏସବୁ ସାମଗ୍ରୀ ଯାହା ଏବେ ପାରମ୍ପରିକ ଜ୍ଞାନକୌଶଳରେ ନିର୍ମିତ ତାହା ବାରମ୍ବାର ସ୍ପର୍ଶ ଦ୍ୱାରା ସବୁଠୁ ଅଧିକ ସଂକ୍ରମିତ ହୋଇଥାଏ । ତେଣୁ ସାଂପ୍ରତିକ କାଳରେ ଘରେ ଓ ହସ୍ପିଟାଲରେ ଏହି ନୂଆ 3-D ପ୍ରିଂଟେଡ ହ୍ୟାଣ୍ଡସ ପ୍ରିଂ ସାମଗ୍ରୀକୁ ଲଗାଇଲେ ସଂକ୍ରମଣ ଆଶଙ୍କା ରହିବ ନାହିଁ ।

ଦ୍ୱିତୀୟ ସାମଗ୍ରୀ ଆଣ୍ଟି ମାଇକ୍ରୋବିୟାଲ ଫେସ ସିଲ୍ଡ ଦ୍ୱାରା କରୋନା ସଂକ୍ରମିତଙ୍କ ଚିକିତ୍ସା ଓ ଉପଚାରରେ ନିୟୋଜିତ କର୍ମଚାରୀ ଓ ଚିକିତ୍ସକ ମୁହଁ, ନାକ, ପାଟି, ଆଖି ଓ ଅନ୍ୟାନ୍ୟ ଇନ୍ଦ୍ରୀୟ  ଦ୍ୱାରା ହେଉଥିବା ସଂକ୍ରମଣରୁ ସୁରକ୍ଷିତ ରହିପାରବେ । ସବିଶେଷ ଗବେଷଣା ପରେ ଏହି ସାମଗ୍ରୀର ଡିଜାଇନ ପ୍ରସ୍ତୁତ ହୋଇଛି । ଏହା ଅତ୍ୟନ୍ତ ନିରାପଦ ଓ ପିନ୍ଧିବାକୁ ସହଜ ଏବଂ ଏହାର ରାସାୟନକ ସ୍ଥିରତା ଉତମ । ତେଣୁ ସହଜରେ ଯେ କୌଣସି ଉତମମାନର ସାନିଟାଇଜର ଦ୍ୱାରା ସଫା କରିହେବ ।

ନାଇପର-ଜିର ନିର୍ଦ୍ଦେଶକ ଡକ୍ଟର ୟୁ ଏ ଏନ ମୂର୍ତି କହିଛନ୍ତି ଯେ ଏହି ଦୁଇ ସାମଗ୍ରୀର କ୍ଷୁଦ୍ର ମଡେଲ ପ୍ରସ୍ତୁତ ହୋଇଛି । ଏହା ଉପରେ ଆଉ କିଛି ଗବେଷଣା ଓ  ଅନୁଧ୍ୟାନ କରାଯାଇ ଏସବୁର ଉତ୍ପାଦନ ପାଇଁ ବିଭିନ୍ନ କମ୍ପାନୀ ଓ ସଂସ୍ଥାକୁ ଅନୁମତି ଦେବାକୁ ବିଚାର କରାଯାଉଛି । କରୋନା ମୁକାବିଲାରେ ଏହି ଦୁଇ ସାମଗ୍ରୀ ବିଶେଷ ସହାୟକ ହେବ ବୋଲି ସେ ଆଶାପ୍ରକାଶ କରିଛନ୍ତି ।

 

0
0
0
s2sdefault