ହେଡଲାଇନସ୍:

ପଦ୍ମପୁର ପବ୍ଲିକ ସ୍କୁଲ ତରଫରୁ ମାସ୍କ ବଣ୍ଟନ।

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

(ପଦ୍ମପୁର/ଶାସକ ପ୍ରଶାସକ):-ସାରା ପୃଥିବୀରେ ବ୍ୟାପିଥିବା ମାରାତ୍ମକ କରୋନା ଭାଇରସକୁ ପ୍ରତିହତ କରିବାପାଇଁ ଅଦ୍ୟବିଧି କୌଣସି ଔଷଧ ବାହାରିନାହିଁ । କେବଳ ଜନ ସଚେତନତା ମାଧ୍ୟମରେ ଏହାକୁ ରୋକାଯାଇ ପାରିବ।ତେଣୁ ସରକାର ତଥା ବିଭିନ୍ନ ଅନୁଷ୍ଠାନ ମାନ ଲୋକଙ୍କୁ ସଚେତନ କରାଉଛନ୍ତି । ସାମାଜିକ ଦୂରତ୍ବ ରଖିବା ତଥା ବାରମ୍ବାର ହାତଧୋଇବା ସହ ଘରୁ ବାହାରକୁ ଗଲେ ମୁହଁକୁ ଘୋଡେ଼ଇକି ଯିବା ଆଦି ସଚେତନତା ବାର୍ତ୍ତା ଦିଆଯାଉଛି । ଏହାକୁ ନଜରରେ ରଖି ଆଜି ପଦ୍ମପୁର ଭେଉଁରିଆ ଛକ ଠାରେ ପଦ୍ମପୁର ପବ୍ଲିକ ସ୍କୁଲ ତରଫରୁ ଅସହାୟ ମାନଙ୍କୁ ମାସ୍କ ବଣ୍ଟନ କରାଯାଇଥିଲା । ଏହି ସମୟରେ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରଓ୍ବାନ ମଧ୍ୟ ଉପସ୍ଥିତ ରହି ଲୋକଙ୍କୁ ସଚେତନ କରାଇଥିଲେ। ଏହି କାର୍ଯ୍ୟକ୍ରମ ରେ ପଦ୍ମପୁର ର କିଛି ଯୁବଗୋଷ୍ଠୀ ଯଥା ଶିବାଶିଷ ପଟ୍ଟନାୟକ, ନୀଲାମ୍ବର ଦୀପ,ସରଜୁ ପଟ୍ଟନାୟକ,ବଣ୍ଟି ପଟ୍ଟନାୟକ ଓ ସୁନିତ ସିୟା ସହଯୋଗ କରିଥିଲେ।

0
0
0
s2sdefault