ହେଡଲାଇନସ୍:

କ୍ୟାବିନେଟ ସଚିବ କହିଲେ " ଲକ ଡାଉନ ଅବଧି ବଢିବାର ପ୍ରସ୍ତାବ ନାହିଁ" 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

  ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ଲକଡାଉନ ଅବଧି ବଢିବ ବୋଲି ଗୁଜବ ସୃଷ୍ଟି କରି ଲୋକମାନଙ୍କୁ ଆଶଙ୍କା ଭିତରକୁ କିଛି ଲୋକ ଠେଲି ଦେଉଥିବା ବେଳେ ଓ ଏହାର କାରର ସ୍ୱରୂପ ବିଭିନ୍ନ ସ୍ଥାନରେ କାର୍ଯ୍ୟ କରୁଥିବା ଶ୍ରମିକ , କର୍ମଚାରୀ ଆଦିଙ୍କ ସ୍ଥାନାନ୍ତରର ପ୍ରାବଲ୍ୟ ପରିଲକ୍ଷିତ ହୋଇଥିବା ବେଲେ ଏହାରୀ ଉପରେ ଆଶ୍ବସ୍ତିସୂଚକ ସ୍ପଷ୍ଟୀକରଣ ରଖିଛନ୍ତି କେନ୍ଦ୍ର ସରକାରଙ୍କ କ୍ୟାବିନେଟ ସଚିବ ରାଜୀବ ଗଉୱା | 

କରୋନା ମହାମାରୀ ନିୟନ୍ତ୍ରଣ କରିବା ଲାଗି ସାମାଜିକ ଦୂରତ୍ୱ ବଜାୟ ରଖିବାଉଦ୍ଦେଶ୍ୟ ରଖି  ସାରା ଦେଶରେ ୨୧ଦିନିଆ ଲକ ଡାଉନ୍ ଲାଗୁ ହୋଇଛି । ରାଜ୍ୟମାନେ ଏହାକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କେନ୍ଦ୍ର ସରକାରଙ୍କ ତରଫରୁ ସତର୍କତା ମୂଳକ ପଦକ୍ଷେପ ଭାବେ  ଘରୋଇ ବିମାନ ଉଡାଣ, ଟ୍ରେନ୍ ଏବଂ ବସ ସେବା ଉପରେ କଟକଣା ଲାଗିଛି ।  ସାରାଦେଶରେ ବଢିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ତେବେ ଦେଶରେ କରୋନା ସ୍ଥିତିକୁ ଦେଖି କେନ୍ଦ୍ର ସରକାର ୨୧ଦିନ ଯାଏଁ ଲକ୍‌ଡାଉନ୍‌ ଘୋଷଣା  କରିଛିନ୍ତି । ଲକ୍‌ଡାଉନ୍‌କୁ ଆଜି ଷଷ୍ଠ ଦିନ ପୂରିଛି ।  ଏପଟେ ଲୋକମାନେ ଗୁଜବ ବା ଆଶଙ୍କା କରୁଛନ୍ତି ଯେ ଲକ ଡାଉନ ସମୟ ବୃଦ୍ଧି ପାଇବ | ତେଣୁ  ଲକ ଡାଉନ ଜନିତ ଯନ୍ତ୍ରଣା ତଥା ଲମ୍ବିତ କଟକଣାସମୟ ଆଶଙ୍କା କରି କିଛି ରାଜ୍ୟରେ ଶ୍ରମିକମାନେ ଅନେକ ଦୂର ଚାଲି ଚାଲି ଘରକୁ ଫେରିଥିବା କାରଣରୁ ଅସ୍ୱାଭାବିକ ପରିସ୍ଥିଥି ସୃଷ୍ଟି ହେବାରେ ଲାଗିଛି | ତେଣୁ ଲୋକଙ୍କ ମନରେ ରହିଥିବା ଭ୍ରମ ଦୂର କରିବା ପାଇଁ କେନ୍ଦ୍ର କ୍ୟାବିନେଟ୍ ସଚିବ " I’m surprised to see such reports, there is no such plan of extending the lockdown  " ଲକଡାଉନ ଅବଧି ଆଉ ବଢିବାର କୌଣସି ପ୍ରସ୍ତାବ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି | 

0
0
0
s2sdefault