ହେଡଲାଇନସ୍:

ସମୟ ଆଉ ହୃଦୟ ଲଗାଇଦେଇଛନ୍ତି ଉପଜିଲ୍ଲାପାଳ ଲୋକଙ୍କୁ କରୋନାରୁ ଦୁରେଇ ରଖିବା ପାଇଁ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାଜକାର୍ଯ୍ୟକୁ ନିଜ ମାନବୀୟ ଉତ୍ତରଦାୟିତ୍ୱ ବିବେଚନା କରି ଦିନରାତି କରିଦେଇଛନ୍ତି ଏକ 

 ବରଗଡ(ଶାସକ ପ୍ରଶାସକ) :- ବର୍ତ୍ତମାନ ସାରା ଦେଶରେ ଲକଡାଉନ ରହିଛି । କୋରୋନା ମହାମାରୀ ଯେମିତି ନ ବ୍ୟାପିବ ସେଥିପାଇଁ ଦିନରାତି ତୃଣମୂଳ ସ୍ତରରେ ପରିଶ୍ରମ କରୁଛନ୍ତି ବହୁ ସରକାରୀ ଅଧିକାରୀ ଓ କର୍ମଚାରୀ । ସେମାନେ ନିଜ ଜୀବନକୁ ବାଜି ଲଗେଇ ଲାଗିପଡିଛନ୍ତି ଜନ ସାଧାରଣ ଙ୍କୁ ଏହି ମହାମାରୀର ଭୟାବହ ପରିଣାମରୁ ରକ୍ଷା କରିବା ପାଇଁ ଅହରହ କାମ କରିଚାଲିଥିବା ଅଧିକାରୀ କର୍ମଚାରୀମାନଙ୍କୁ ଯେତେ କୃତଜ୍ଞତା ଜଣାଇବା କାମ ହେବ  | ଆମ ମାନଙ୍କ ନିରାପତ୍ତା ପାଇଁ ତଥା ଆମକୁ ମହାମାରୀଙ୍କୁ ଲୋକଙ୍କ ଠାରୁ ଦୁରେଇ ରଖିବା ପାଇଁ କିଏ ଡାକ୍ତରଖାନାରେ କାମ କରୁଛି ତା କିଏ ସଡକ ଉପରେ ତ ଆଉ କିଏ ସିଧା ଲୋକଙ୍କ ମନରେ ସରକାରଙ୍କ ନିୟମ ଓ କଟକଣା ପ୍ରତି ଆସ୍ଥା ଆଉ ପ୍ରଶାସନ ପ୍ରତି ବିଶ୍ୱାସ ଜନ୍ମାଇବା ପାଇଁ ନିରବଛିନ୍ନ ଉଦ୍ୟମ କରିଆସୁଛନ୍ତି ଲୋକଙ୍କ ଦରଦୀ ବନ୍ଧୁ ଭାବେ | ଆଉ ନିଜ ସ୍ୱାସ୍ଥ୍ୟ କଥା ଚିନ୍ତନକରି ଆମକୁ ସୁସ୍ଥ ରଖିବା ସଂକଳ୍ପ nei କରୋନା ଲଢେଇରେ ସାମିଲ ଏହି ସୈନିକ ତଥା ଜନସେବକମାନଙ୍କୁ ଖୋଦ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ବି କୃତଜ୍ଞତା ଜଣାଇଛନ୍ତି | ଆଉ ସେଇଭଳି ଜଣେ ଆଗଧାଡିର ସୈନିକ ବା ମଣିଷ ଦରଦୀ ଅଧିକାରୀ ହେଉଛନ୍ତି ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୁଆନ । ପ୍ରଶାସନିକ ସେବାରେ ରହି ନିଜକୁ ଜଣେ ଲୋକ ସେବକ ଭାବେ ବିବେଚନା କରି ଆସିଥିବା ଶ୍ରୀ ଦରୁଆନ  କୋରୋନା ସତର୍କତା ଜାରି ହେବା ପରେ ଜଣେ ଦାୟିତ୍ୱସଂପନ୍ନ ଅଧିକାରୀ ଭାବେ ଲୋକଙ୍କ ପାଖରେ ପହଂଚିଲୋକଙ୍କୁ ସଚେତନ କରାଇବାରେ ଦିନରାତି ଏକ କରିଦେଇଛନ୍ତି | କ୍ରମାଗତ ଭାବରେ ନିଜ ଉପଖଣ୍ଡ ଅଧୀନରେ ଥିବା ବିଭିନ୍ନ ସ୍ଥାନକୁ ବାରମ୍ବାର ଗସ୍ତ କରି ଅଞ୍ଚଳର ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହିତ ଯୋଗାଯୋଗ କରି ପରିସ୍ଥିତି ଉପରେ ସତର୍କ ନଜର ରଖିଛନ୍ତି । 

    ଝାରବନ୍ଧ,ପାଇକମାଲ , ମିଠାପାଲି , ବିକ୍ରମ ନଗର , ବରତୁଣ୍ଡା , ଜାମସେଠ , ମାଣ୍ଡୋସିଲ , ଛୀଂଦେଇକେଲା ,  ମେଳଛାମୁଣ୍ଡା, ଲେଖାପଦର , ବନାବିରା, ଗ୍ରୀଞ୍ଜେଲ ସୀମା , ସୋହେଲା , ଗର୍ଭନା, ଦଶ ମାଇଲ, ଦୁବୁଲାବାହାଲ, ତବଡା, ଲୁହୁରାଚଟି ବୋଦର  ଆଦି ଗ୍ରାମକୁ ଯାଇ ଲୋକଙ୍କୁ ସାଧାରଣ ଦୂରତା ବଜାୟ ରଖିବା ପାଇଁ କହିବା ସହିତ ସ୍ଥାନୀୟ କିରାନା ବ୍ୟବସାୟୀ ମାନଙ୍କୁ କୋଣସି ଜିନିଷର ଦାମ ନ ବଢାଇବା ପାଇଁ ଦୃଡ଼ ଚେତାବନୀ ଦେଇଥିଲେ । ବିଭିନ୍ନ ସ୍ଥାନ ବୁଲି ଲୋକ ଙ୍କୁ ସଚେତନ କରାଇବା ସହିତ ସ୍ଥାନୀୟ ସରପଞ୍ଚ ଓ ଲୋକ ପ୍ରତିନିଧି ଙ୍କର ସହିତ ଗୁରୁତ୍ୱ ପୂର୍ଣ ଆଲୋଚନା କରିଛନ୍ତି । ସାମାଜିକ ଦୂରତ୍ୱ ରଖିବା, ଅଯଥା ଘରୁ ନ ବାହାରିବା,  ଘର ଛାଡ଼ି କେହି ନ ଯିବା ପାଇଁ କିମ୍ବା ଘରକୁ କୁଣିଆ ନ ଡାକିବା ପାଇଁ  ଲୋକଙ୍କୁ ପରାମର୍ଶ ଦେଇଥିବା ସହିତ ଏହି ଘଡିସନ୍ଧି ମୁହୂର୍ତ୍ତରେ ସମସ୍ତ ରାଜ୍ୟ ସରକାର ଙ୍କ ନିୟମ ସବୁ ପାଳନ କରିବା ପାଇଁ କହିଥିଲେ । ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗସ୍ତ କରି ସମସ୍ତ ଭିତ୍ତିଭୂମି ପ୍ରସ୍ତୁତି ଦେଖିବା ସହ ସେଠାରେ କର୍ମଚାରୀ ଙ୍କର ସହିତ ଆଲୋଚନା ବି କରିଆସୁଛନ୍ତି  । ଉପଖଣ୍ଡ ସୀମାନ୍ତକୁ ଯାଇ  ସୀମାରେ ଯାତାୟାତ କରୁଥିବା ଲୋକ ଓ ଗାଡି ଚଲାଚଳ ଉପରେ ଅନୁଧ୍ୟାନ କରିବା ସହ ସେଠାରେ ଉପସ୍ଥିତ ସୋହେଲା ଥାନାଧିକାରୀ  ଶ୍ରୀ ନିର୍ମଳ ଚନ୍ଦ୍ର ମହାପାତ୍ର ଙ୍କର ସହିତ ଏହି ବିଷୟରେ ଆଲୋଚନା ମଧ୍ୟ କରିଥିଲେ ।  ଦୁବୁଲାବାହାଲ ଗ୍ରାମର ଯୁବକ ମାନେ ନିଜ ଭିତରେ ଏକ ସ୍ୱତନ୍ତ୍ର ପାଣ୍ଠି ସଂଗ୍ରହ କରି ସେ ଅଂଚଳରେ ରହିଥିବା କୃଷି ଶ୍ରମିକ ମାନଙ୍କୁ ଚାଉଳ ବଣ୍ଟନ କରିଥିଲେ । ଯୁବ ସମାଜର ଏହି ମହତ କାର୍ଯ୍ୟ ପାଇଁ ଉପଜିଲ୍ଲାପାଳ ସେମାନଙ୍କୁ ଧନ୍ୟବାଦ ଦେବା ସହିତ ଯୁବ ସମାଜର ଏହି ମହତ କାର୍ଯ୍ୟ ଅନ୍ୟ ସମସ୍ତଙ୍କ ପାଇଁ ଗୋଟେ ଉଦାହରଣ ହେବ ବୋଲି କହିଥିଲେ । କରନା କଟକଣା ବେଳେ ସରକାରଙ୍କ ସମସ୍ତ ସୁବିଧା ସୁଯୋଗ ଲୋକଙ୍କ ପାଖରେ ପହଂଚୁଛି କି ନାହିଁ, ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷିତ କାର୍ଯ୍ୟକ୍ରମ ଠିକଣା ଢଙ୍ଗରେ ଲୋକଙ୍କ ପାଖରେ ପହଁଚୁଛି କି ନାହିଁ, ତଥା ସରକାରଙ୍କ ଦ୍ୱାରା ଘୋଷିତ ମାର୍ଗଦର୍ଶିକା ସଠିକ ଅନୁପାଳନ ହେଉଛିକି ନାହିଁ ତାହାର ତଦାରଖ କରିବା ସହ ଲୋକ କୌଣସି ପ୍ରକାରର ଶୋଷଣର ବା ଅସୁବିଧାର ଶିକାର ଯେପରି ନହୁଅନ୍ତି ତାହାରି ଉପରେ କଡା ନଜର ରଖିଛନ୍ତି | ରାଜକାର୍ଯ୍ୟକୁ ନିଜ ମାନବୀୟ ଉତ୍ତରଦାୟିତ୍ୱ  ଭାବେ ବିବେଚନା କରି ଏଥିପାଇଁ ଦିନରାତି ଏକ କରିଦେଇଛନ୍ତି ଶ୍ରୀ ଦରୁଆନ |

      ସୂଚନାଯୋଗ୍ୟ ଯେ ଉପଜିଲ୍ଲାପାଳ ଶ୍ରୀ ଦରୁଆନ ପଦ୍ମପୁରରେ କାର୍ଯ୍ୟ ଭାର ଗ୍ରହଣ କରିବା ପରେ ଅଂଚଳ ବାସୀଙ୍କର ଅତି ପ୍ରିୟପାତ୍ର ଓ ନିକଟତର  ହେଇ ପାରିଛନ୍ତି । କୋରୋନା ସତର୍କତା ଜାରି ହେବା ପରେ ସେ ବାରମ୍ବାର ଲୋକଙ୍କର ନିକଟରେ ପହଂଚି ଲୋକଙ୍କୁ ପରାମର୍ଶ କରିବା ସହ  ଆକଟ କରିଆସୁଛନ୍ତି | ଆଉ ଲୋକମାନେ ବି ତାଙ୍କ କଥାର ପ୍ରଭାବ ପଡୁଥିବା ଦେଖିବାକୁ ମିଳୁଛି | ଏଭଳି ଜଣେ ଲୋକପ୍ରିୟ ଅଫିସର ବାସ୍ତବରେ ପ୍ରଶଂସାର ହକଦାର | 

0
0
0
s2sdefault