ହେଡଲାଇନସ୍:

ସୋଆ ନୂତନ କୋଭିଡ 19 ହସ୍ପିଟାଲ ବୁଲି ଅନୁଧ୍ୟାନ କଲେ ପାଣ୍ଡିୟାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର,(ଶାସକ ପ୍ରଶାସକ): ମହାମାରୀ କରୋନାର ମୁକାବିଲା  କରିବା ପାଇଁ ଦେଶର ପ୍ରଥମ ଓ  ସର୍ବବୃହତ କୋଭିଡ 19 ହସ୍ପିଟାଲ ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ପରିଚାଳିତ ସମ ହସ୍ପିଟାଲ ପକ୍ଷରୁ ସ୍ଥାପନ କରାଯାଉଛି। ଏ ନେଇ ରବିବାର ଏହି ନୂତନ ହସ୍ପିଟାଲର ସ୍ଥାପନ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି 5ଟି ସଚିବ ଶ୍ରୀ ଭି  କେ ପାଣ୍ଡିଆନ । ଆଉ ସାଙ୍ଗରେ ଥିଲେ ଉନ୍ନୟନ କମିଶନର ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଓ କୃଷି ବିଭାଗର ପ୍ରମୁଖ ସଚିବ ଶ୍ରୀ ସୌରଭ ଗର୍ଗ ।  ସୋଆର କ୍ୟାମ୍ପସ 2 ର କନଭେନସନ ସେଣ୍ଟରରେ ଆସନ୍ତା 15 ଦିନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଏହି ନୂତନ କୋଭିଡ 19  ହସ୍ପିଟାଲ ପରିଦର୍ଶନ କରିବା ସହ ଭିତ୍ତିଭୂମି ପରଖି ଥିଲେ ରାଜ୍ୟ ସରକାରଙ୍କ  ଏହି ବରିଷ୍ଠ ଅଧିକାରୀ ମାନେ।

ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଂଜନ ନାୟକ  ଏହି ଅଧିକାରୀ ମାନଙ୍କୁ ହସ୍ପିଟାଲ ସମ୍ବନ୍ଧରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ। ଓଡିଶା ସରକାରଙ୍କର ଏହି ବରିଷ୍ଠ ଅଧିକାରୀ ମାନଙ୍କର ଏହି ପରିଦର୍ଶନ ସମୟରେ ସୋଆ କୁଳପତି ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର, ଆଇଏମଏସ ଓ ସମ  ହସ୍ପିଟାଲର ମେଡିକାଲ ସୁପରିଟେଣ୍ଡେଣ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଆଡି ସିନାଲ୍ ମେଡିକାଲi ସୁପରିଟେଣ୍ଡେଣ୍ଟ ଡାକ୍ତର ରାଜେଶ ଲେଙ୍କା, ଆଇଟିଇଆର ର ନିର୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ ଓ ସୋଆ ର ଛାତ୍ର ମଙ୍ଗଳ ଦିନ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ, ଦେଶର ସର୍ବବୃହତ କୋଭିଡ 19 ହସ୍ପିଟାଲ ସ୍ଥାପନ ନେଇ ଗତ ଗୁରୁବାର ଦିନ ସମ ହସ୍ପିଟାଲ୍ ସହିତ ରାଜ୍ୟ ସରକାରଙ୍କ  ତ୍ରିପାକ୍ଷିକ ଚୁକ୍ତି ସ୍ଵାକ୍ଷରିତ ହୋଇଥିଲା । ଆସନ୍ତା 15 ଦିନ ମଧ୍ୟରେ ଏହି ସ୍ୱତନ୍ତ୍ର ହସ୍ପିଟାଲ କାର୍ଯକ୍ଷମ ହେବା ଏହି  ହସ୍ପିଟାଲରେ   କୋଭିଡ୍‌-୧୯ ସଂକ୍ରମିତଙ୍କ ଚିକିତ୍ସା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ଥିବା ସହ, ରୋଗୀ ସେବା,  ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫ, ଲାବୋରେଟୋରୀ,  ରେଡିଓଲୋଜିକାଲ, ଆଇସିୟୁ, ଏବଂ ଅନ୍ୟ ସାହାଯ୍ୟ ଯୋଗାଇଦିଆଯିବ । ଏହି  ସ୍ଵତନ୍ତ୍ର ହସ୍‌ପିଟାଲ୍‌ ପାଇଁ ଆର୍ଥିକ ସହଯୋଗ  ସରକାରଙ୍କ  ଉଦ୍ୟୋଗ ମହାନଦୀ କୋଲ୍‌ ଫିଲ୍ଡ୍‌ ଲିମିଟେଡ୍‌ ଯୋଗାଇଦେବ ।

0
0
0
s2sdefault