ହେଡଲାଇନସ୍:

ପୋଲିସ ବାହିନୀଙ୍କୁ ଚା, ବିସ୍କୁଟ୍‌ ବାଣ୍ଟିଲେ "ସୁରଘୁଙ୍ଗୁର"ର କର୍ମକର୍ତ୍ତା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ: କରୋନା ଭୂତାଣୁର ସଂକ୍ରମଣରୁ ରୋକିବା ଲାଗି ସାରା ଦେଶରେ ୨୧ଦିନିଆ ଲକ୍‌ଡାଉନ ଘୋଷଣା କରାଯାଇଛି। ଫଳରେ ଦୋକାନ, ବଜାର ସବୁ ବନ୍ଦ ରହିଛି। ଏହି ସମୟରେ ଜନସାଧାରଣଙ୍କୁ ଘରେ ରହିବାକୁ ନିବେଦନ କରାଯାଇଥିବାବେଳେ ପୋଲିସ, ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ଖବରଦାତାମାନଙ୍କୁ ସଚେତନ କରିବାକୁ କୁହାଯାଇଛି। ଯାଦ୍ୱାରା ପୋଲିସ ଓ ଖବରଦାତାମାନେ ଦିନତମାମ ଖରାରେ ଛିଡ଼ା ହୋଇ ଲୋକଙ୍କୁ ବାହାରକୁ ନ ଯିବାକୁ ସତର୍କ କରାଇବା ସହ ନିଜ କର୍ତ୍ତବ୍ୟ ତୁଲାଉଛନ୍ତି। ଏପରି କ୍ଷେତ୍ରରେ ସେମାନଙ୍କ ମନକୁ ସ୍ଥିର ରଖିବା ପାଇଁ ରେଢାଖୋଲ ସାଂସ୍କ୍ରୁତିକ ସାମାଜିକ ସଂଗଠନ ସୁରଘୁଙ୍ଗୁର ର କର୍ମକର୍ତ୍ତା ମାନେ ମହାନତା ଦେଖାଇଛନ୍ତି। ସେମାନେ ରେଢାଖୋଲ ର ବିଭିନ୍ନ ଛକରେ କାର୍ଯ୍ୟରତ ଥିବା ପୋଲିସ କର୍ମଚାରୀମାନଙ୍କୁ ମାଗଣାରେ ଚା’ ଓ ବିସ୍କୁଟ ଦେଉଥିବାର ଦେଖିବାକୁ ମିଳିଛିି। ଏ ନେଇ ସଂଗଠନର ସଭାପତି  ସୁଶାନ୍ତ କୁମାର ନାଗ  କହିଛନ୍ତି ଯେ, ଲକଡାଉନ ଯୋଗୁ ଦୋକାନ ବଜାର ସବୁ ବନ୍ଦ ରହିଛି। ଏହି ସମୟରେ କାର୍ଯ୍ୟ କରୁଥିବା ପୋଲିସ ଓ ମିଡିଆ ଭାଇମାନେ ବହୁତ ହଇରାଣ ହେଉଛନ୍ତି। ତେଣୁ ଆମ୍ଭେ ମାନେ  ଚିନ୍ତା କଲୁ ତାଙ୍କ ପାଖରେ ଚା’ ପହଞ୍ଚାଇଲେ ସେମାନେ ଆଉ କିଛି ସମୟ ଭଲରେ ଡିୟୁଟି କରିପାରିବେ ଏବଂ ଲୋକଙ୍କୁ କରୋନା ସମ୍ପର୍କରେ ସଚେତନ କରାଇପାରିବେ। ସେଥି ପାଇଁ ଆମ୍ଭେ ମାନେ ଏହି ପଦକ୍ଷେପ ନେଲୁ I ସେହିପରି ଜଣେ ପୋଲିସ କର୍ମଚାରୀ କହିଛନ୍ତି, ଏଭଳି ସମୟରେ  ଆମ ପାଖରେ ଚା’ ଟିକେ ପହଞ୍ଚାଉଛନ୍ତି। ତେଣୁ ତାଙ୍କ ମାନଙ୍କୁ  ଧନ୍ୟବାଦ। ଏଥିରେ ସାଂସ୍ର୍କୁତିକ ସାମାଜିକ ସଂଗଠନ ସୁରଘୁଙ୍ଗୁର ର ଉପସଭାପତି ରଶ୍ମିରଞ୍ଜନ ଖଡିରତ୍ନ , ସହ ସଂପାଦକ ଗଜାନନ ଭେସ୍ରା, କୋଷାଧ୍ୟକ୍ଷ ନନ୍ଦୁ ମିରା, ଅନିଲ ପ୍ରୁଷ୍ଟି ସଦସ୍ୟ ପ୍ରକାଶ ମୂଖି, ସୁୁଧାଂଶୁ ପୁରୋହିତ , ନରେନ, ମନୋଜ ସାମିଲ ରହିଥିଲେ I

 

0
0
0
s2sdefault