ହେଡଲାଇନସ୍:

କରୋନା ମୁକାବିଲା : ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ 3 ମାସର ଦରମା ଦେଲେ ପ୍ରଧାନ ଶିକ୍ଷୟିତ୍ରୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

Bolangir( niroj mishra ): ସାରା ବିଶ୍ବ ମହାମାରୀ କରୋନା ଭାଇରସ ପ୍ରକୋପରେ ଥରହର ହେଉଛି । ଭାରତରେ ମଧ୍ୟ ଲଗାତାର କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢିବାକୁ ଲାଗିଛି । ଓଡିଶାର ସ୍ଥିତି ବର୍ତ୍ତମାନ ସୁଦ୍ଧା ଏକ ପ୍ରକାର ଠିକ୍ ରହିଛି, ତେବେ ସମସ୍ତଙ୍କ ସହଯୋଗରେ ମହାମାରୀ କରୋନାକୁ ପରାଜିତ କରିବାକୁ ରାଜ୍ୟ ସରକାର ନିବେଦନ କରିଛନ୍ତି । ସେହି କ୍ରମରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ‘କୋଭିଡ୍-୧୯’ କୁ ନିଜର ୩ ମାସର ଦରମା ପ୍ରଦାନ କରିଛନ୍ତି ଶିକ୍ଷୟତ୍ରୀ ଶ୍ରୀମତୀ ବିନୋଦମଞ୍ଜରୀ ମିଶ୍ର । ବଲାଙ୍ଗିର ସହର ରାମେଶ୍ବରନଗର ନିବାସୀ ଶ୍ରୀମତୀ ମିଶ୍ରଙ୍କ ଏହି ମହନିୟ କାର୍ଯ୍ୟ ଯୋଗୁଁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।

0
0
0
s2sdefault