ହେଡଲାଇନସ୍:

ରାସ୍ତାକୁ ଓହ୍ଲାଇ କର୍ତ୍ତବ୍ୟରତ ପୋଲିସ ଭାଇଙ୍କ ହୋସଲା ବଢ଼ାଇଲେ ନାରାୟଣ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସହରବାସୀଙ୍କୁ କରନା ସମ୍ପର୍କିତ ସତର୍କତା ଓ ସଚେତନତା କରାଉଥିବା ଜାଗ୍ରତ ପୋଲିସ ବାହିନୀକୁ  ପାରଳା ବିଧାୟକଙ୍କ ଖାଦ୍ୟପୁଡା ବଣ୍ଟନ କଲେ

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ :  କରୋନା ଭାଇରସ୍ କୋଭିଡ୍-୧୯କୁ ନେଇ ପାରଳାଖେମୁଣ୍ଡି ସହରରେ ନିଜ ଜୀବନକୁ ବାଜି ଲଗାଇ ଦିନରାତିକୁ ଏକ କରିଦେଇ ସହର ବାସୀଙ୍କୁ ସତର୍କତା ଓ ସଚେତନତା କରାଉଥିବା ଜାଗ୍ରତ ପୋଲିସ ବାହିନୀଙ୍କ ପ୍ରତି ଅଶେଷ ସମ୍ମାନ ଜଣାଇ ପାରଳା ବିଧାୟକ କେ. ନାରାୟଣ ରାଓ ଆଜି ସେମାନଙ୍କୁ ଖାଦ୍ୟପୁଡା ବଣ୍ଟନ କରିଛନ୍ତି ।

ବିଧାୟକ ଶ୍ରୀ ରାଓ  ତାଙ୍କ ଦଳୀୟ ନେତା ଓ କର୍ମୀଙ୍କ ସହିତ ମିଶି ସହରର ବିଭିନ୍ନ ଛକ ଓ ରାସ୍ତା ମାନଙ୍କରେ ସତର୍କ ଓ ସଚେତନତାର ଡ୍ୟୁଟି କରୁଥିବା ସମସ୍ତ ପୋଲିସ ବାହିନୀଙ୍କୁ ବୁଲି ବୁଲି ଖାଦ୍ୟପୁଡା , ଫଳ ଓ ପାଣି ବୋତଲ ବଣ୍ଟନ କରିଥିଲେ ।

ଏ ସମ୍ପର୍କରେ ସାମ୍ବାଦିକ ମାନଙ୍କୁ ଅଧିକ ସୂଚନା ଦେଇ କହିଥିଲେ ଯେ , କରୋନା ଭୁତାଣୁ କୋଭିଡ୍-୧୯ ମାହାମାରି, ଏହା କେବଳ ଓଡିଶା କି ଭାରତରେ ନୁହେଁ , ଏହା ସମଗ୍ର ବିଶ୍ବରେ ତା’ର ସଂକ୍ରମଣତାର କାୟାବିସ୍ତାର କରି ଭୟାବହତାର ହଇଚଇ ସୃଷ୍ଟି କରି ପକାଇଛି । ଯେଉଁ କରୋନା ଭୁତାଣୁରେ କି ସମଗ୍ର ବିଶ୍ବରେ ଏକ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ସଂକ୍ରମିତ ହୋଇଥିବା ବେଳେ ଏଥିରେ ହଜାର ହଜାର ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ହୋଇ ସାରିଲେଣି ।

 ତେଣୁ ଏହିଭଳି ଯୁଦ୍ଧକାଳୀନ  ପରିସ୍ଥିତିରେ ସହରର ଲୋକମାନଙ୍କୁ ସମ୍ପୂର୍ଣ୍ଣ ସଚେତନ କରାଇବା ଦିଗରେ ମୁଖ୍ୟତଃ ଭାବେ ପୋଲିସ ବାହିନୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେମାନେ ଯେଉଁଭଳି ଏ କ୍ଷେତ୍ରରେ ଦିନରାତିକୁ ଏକ କରିଦେଇ ଅହରହ ସତର୍କତା ଓ ସଚେତନତାର ସେବା ଯୋଗାଇ ଆସୁଛନ୍ତି , ସେଥିପାଇଁ ସେମାନେ ସମସ୍ତଙ୍କ ଧନ୍ୟବାଦ ଓ ପ୍ରଶଂସାର ପାତ୍ର ।

ତେଣୁକରି , ମାନବିକତା ଦୃଷ୍ଟିରୁ ସେମାନଙ୍କ ପାଇଁ ବିଧାୟକ ଭାବେ ସମ୍ମାନ ଜଣାଇ ମୋର ମଧ୍ୟ କିଛି କର୍ତ୍ତବ୍ୟ କରିବାର ଅଛି , ଯାହାକି ଆଜି ସେହି ପୋଲିସ ବାହିନୀଙ୍କୁ ଖାଦ୍ୟପୁଡା , ଫଳ ଓ ପାଣି ବୋଟଲ ବଣ୍ଟନ କରାଯାଇଛି । ଏହା ପରେ ପରେ ଆମେ ସହର ଓ ଅନ୍ୟାନ୍ୟ ଠାରେ ଯେଉଁ ପଶୁପକ୍ଷୀ ବାହାରେ ବୁଲୁଛନ୍ତି କିନ୍ତୁ , ପୂର୍ବଭଳି ଖାଇବାକୁ କୌଣସି ଖାଦ୍ୟ ପାଉ ନାହାଁନ୍ତି , ସେମାନଙ୍କୁ ମଧ୍ୟ ଆମେ ଖାଇବା ବ୍ୟବସ୍ଥା କରିବୁ ବୋଲି କହିଥିଲେ ।

ଅନ୍ୟପକ୍ଷରେ , ଏହିଭଳି ବିଭିନ୍ନ ସ୍ଥାନରେ ଯେଉଁ ମାନେ ବର୍ତ୍ତମାନ ସ୍ଥିତିରେ କୌଣସି ଠାରୁ କିଛି ଖାଇବାକୁ ପାଇ ପାରୁନାହାନ୍ତି , ସେମାନଙ୍କୁ ମଧ୍ୟ ଖାଇବାର ବ୍ୟବସ୍ଥା କରାଯିବ ବୋଲି କହିଥିଲେ ।  ଅନ୍ୟପକ୍ଷରେ , ଏହିଭଳି ବିଭିନ୍ନ ସ୍ଥାନରେ ଯେଉଁ ମାନେ ବର୍ତ୍ତମାନ ସ୍ଥିତିରେ କୌଣସି ଠାରୁ କିଛି ଖାଇବାକୁ ପାଇ ପାରୁନାହାନ୍ତି , ସେମାନଙ୍କୁ ମଧ୍ୟ ଖାଇବାର ବ୍ୟବସ୍ଥା କରାଯିବ ବୋଲି କହିଥିଲେ ।

ଅନ୍ୟ ପକ୍ଷରେ , ଦେଶର  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଓଡିଶାର ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଏହି କରୋନା ଭୁତାଣୁ କୋଭିଡ-୧୯କୁ ନେଇ ସତର୍କତା , ସୁରକ୍ଷିତ , ସାମାଜିକ ଦୂରତା ଓ ସଚେତନତା ନେଇ ଯେଉଁ ଘୋଷଣା କରିଛନ୍ତି , ଯେ ସମସ୍ତେ ନିଜ ଘରେ ରହିବେ , ବାହାରକୁ ବାହାରିବେ ନାହିଁ , ସାମାଜିକ ଦୂରତା ବଜାୟ ରଖିବେ ପ୍ରଭୁତି , ଏହି ଘୋଷଣାକୁ ସମସ୍ତେ ସମ୍ମାନ ଜଣାଇ ନିଜ ଘରେ ରହି ପାଳନ କରୁଛନ୍ତି । ଯାହାକି ୯୦ ପ୍ରତିଶତ ଏହା ସଫଳ ହୋଇଛି । ହେଲେ ଏ ଦିଗରେ ଲୋକେ ଅବଗତ ଥିଲେ ମଧ୍ୟ ୧୦ ପ୍ରତିଶତ ଲୋକେ ଏହାକୁ ଅତି ଖାମଖିଆଲ ଓ ବେଖାତିର କରି ଅଯଥାରେ ବାହାରେ ବୁଲାବୁଲି କରୁଛନ୍ତି , ଏହା ସେମାନେ ଠିକ କରୁନାହାନ୍ତି । ସମସ୍ତେ ଆମେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ନିର୍ଦ୍ଦେଶାବଳୀକୁ ମାନି ଘରେ ରହି କରୋନାର ଉଚିତ ମୁକାବିଲା କରିବା , କାହିଁକି ନା କରୋନା ଭୁତାଣୁ ଦିନକୁ ଦିନ ଅଧିକ ମାତ୍ରାରେ ବଢିବାରେ ଲାଗିଛି ସିନା , ଏହା କମିବାର ନା ନେଉନି । ତେଣୁ କରି ଏ ଦିଗରେ ଆହୁରି ଅଧିକ ମାତ୍ରାରେ ଜନ-ସଚେତନତାର ଆବଶ୍ୟକତା ଅତ୍ୟନ୍ତ ଜରୁରୀ ହୋଇ ପଡିଛି ବୋଲି ବିଧାୟକ ଶ୍ରୀ କେ . ନାରାୟଣ ରାଓ କହିଥିଲେ ।

ଏହି ଖାଦ୍ୟପୁଡା ବଣ୍ଟନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପାରଳା ପୌର ପରିଷଦର ପୂର୍ବତନ ନଗରପାଳ , ନୃସିଂହ ପଟ୍ଟନାୟକ , ପି.କ୍ରିଷ୍ଣା  ଓ ଭି.ଚିଟି ବାବୁ ଓ ଜମିଦାର ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ ।

0
0
0
s2sdefault