ହେଡଲାଇନସ୍:

 ଛୁଆ ହାତୀର ମୃତ ଦେହ ଉଦ୍ଧାର ,ଛୁଆ ହାତୀକୁ ଜଗି ବସିଥିଲା ମାଆ ହାତୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କାମାକ୍ଷାନଗର(ଶାସକ ପ୍ରଶାସକ): ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅଁଳାବେରେଣି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ତୁମୁସିଙ୍ଗା ଖୁଦଖାଇ ନାଳ ନିକଟରୁ ଏକ ଛୁଆ ହାତୀର ମୃତ ଦେହ ଉଦ୍ଧାର କରାଯାଇଛି ।ମୃତ ଛୁଆ ହାତୀଟିର ବୟସ ପ୍ରାୟ ୧ ମାସ ହେବ ବୋଲି ଜଣାପଡିଛି । ତେବେ ସୂଚନା ଅନୁଯାୟୀ, କିଛି ଦିନ ହେବ ଛୁଆ ହାତୀଟି ଅସୁସ୍ଥ ଥିଲା । ଏକ ସାତ ଟିକିଆ ହାତୀ ପଲ ସହିତ ଛୁଆ ହାତୀଟି ରହିଥିବା ସ୍ଥାନୀୟ ଲୋକମାନେ ଦେଖିଥିଲେ । ତେବେ ମଙ୍ଗଳବାର ଦିନ ସକାଳ ୮ଟା ସମୟରେ ତୁମୁସିଙ୍ଗା ଗ୍ରାମର କିଛି ଲୋକ ଛୁଆ ହାତୀ ଓ ମାଆ ହାତୀକୁ ଦେଖି ବନ ବିଭାଗକୁ ଜଣାଇ ଥିଲେ । ତେବେ କାଦୁଅରେ ହାତୀ ଛୁଆଟି ଫସି ଯାଇ ସଂକ୍ରମଣ କାରଣରୁ ମୃତ୍ୟୁ ବରଣ କରିଥିବା ଅନୁମାନ ରେଞ୍ଜର ବିଭୂଦାନନ୍ଦ ମିଶ୍ର କହିଛନ୍ତି । ଖବର ପାଇ ଘଟଣା ସ୍ଥଳରେ ରେଞ୍ଜର ବିଭୂଦାନନ୍ଦ ମିଶ୍ର ,ଅଁଳାବେରେଣିର ଭିଏଏସ ଡାକ୍ତର ଉଦୟନାଥ ମହାଳିକ ,ଅଁଳାବେରେଣି ଫରେଷ୍ଟର ଏବଂ ବନ ବିଭାଗର କର୍ମଚାରୀମାନେ ପହଂଚି ମୃତ ହାତୀ ଛୁଆଟିକୁ ଉଦ୍ଧାର କରିଥିଲେ । ଶବ ବ୍ୟବଚ୍ଛେଦ ପରେ ଖୁଦଖାଇ ନାଳ ନିକଟରେ ଥିବା ଏକ ପଡ଼ିଆରେ ଛୁଆ ହାତୀଟିକୁ ପୋତି ଦିଆ ଯାଇଛି ।

0
0
0
s2sdefault