ହେଡଲାଇନସ୍:

ଚନ୍ଦ୍ରପୁର ଥାନା ଅନ୍ତର୍ଗତ ଏକ ନାବାଳିକା ହତ୍ୟା ଘଟଣାରେ ଯୁବକ ଗିରଫ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡ(ସରୋଜ ସାହୁ) : ରାୟଗଡ ଜିଲ୍ଲାର ଚନ୍ଦ୍ରପୁର ଥାନା ଅନ୍ତର୍ଗତ ଆଦିବାସୀ ସାହୀର ଏକ ୧୩ ବର୍ଷ ବୟସ୍କା ନାବାଳିକାକୁ ହତ୍ୟା ଘଟଣାରେ ସେହି ଥାନା ଅନ୍ତର୍ଗତ ବନଡ୍ରି ଗ୍ରାମ, କାଲିମା ସାହୀ ର ସେବ ବାଘସିଂ (୧୯ ବର୍ଷ ବୟସ୍କ) ଯୁବକ ଜଡିତ ଥିବା ଜଣା ପଡିବା ପରେ ତାକୁ ଚନ୍ଦ୍ରପୁର ପୋଲିସ ଗିରଫ କରିଥିଲେ । ଉକ୍ତ ଘଟଣାକୁ ନେଇ ଆଜି ତା. ୨୪.୧୨.୨୦୧୯ ରିଖ ଦିନ ରାୟଗଡ ଆରକ୍ଷୀ ଅଧିକ୍ଷକ ସର୍ବଣା ବିବେକ ଏମ, ଏକ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ । ପୂର୍ଣ୍ଣ ଘଟଣାରୁ ପ୍ରକାଶ ଯେ, ଚନ୍ଦ୍ରପୁର ଥାନା ଅନ୍ତର୍ଗତ ଆଦିବାସୀ ସାହୀର ଷÂ ଷ୍ଟଣ୍ଡାର୍ଡରେ ପଢୁଥିବା ୧୩ ବର୍ଷର ନାବାଳିକା ଗତ ତା. ୨୦.୧୨.୨୦୧୯ ରିଖ ଦିନ ନିଜ ଘରୁ କେଉଁଆଡେ ନିଖୋଜ ହୋଇଯାଇଥିଲେ । ନାବାଳିକାର ଘର ଲୋକେ ବିଭିନ୍ନ ଆଡେ ବହୁତ ଖୋଜା ଖୋଜି କରିଥିଲେ ମଧ୍ୟ ଉକ୍ତ ନାବାଳିକାକୁ କୌଣସି ଠାରେ ଠାବ କରିପାରି ନଥିଲେ । ଏ ନେଇ ନାବାଳିକାର ବାପା ବ୍ରାଡି କ୍ରିତାଙ୍ଗା ତା. ୨୩.୧୨.୨୦୧୯ ରିଖ ଦିନ ଝିଅ ନିଖୋଜ ଥିବା ଚନ୍ଦ୍ରପୁର ଥାନାରେ ଏକ କେସ ଦାଖଲ କରିଥିଲେ । ଏହି ଘଟଣାକୁ ଗୁରୁତର ସହ ନେଇ ଚନ୍ଦ୍ରପୁର ପୋଲିସ ଚନ୍ଦ୍ରପୁର ଥାନା କେସ ନଂ. ୩୩/୨୩.୧୨.୨୦୧୯, ୟୁ/ଏସ. ୩୬୩ ଆଇପିସି ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ଚନ୍ଦ୍ରପୁର ପୋଲିସ ଚନ୍ଦ୍ରପୁର ସ୍ଥିତ ମଡେଲ ସ୍କୁଲ ନିକଟରେ ଥିବା ପଡିଆ ମଧ୍ୟରେ ନିଖୋଜ ନାବାଳିକାର ମୃତ ଦେହ ଠାବ କରି ତଦନ୍ତ ପ୍ରକ୍ରିୟାକୁ ଯୋରଦାର କରିଥିଲା । ଏହି ଘଟଣାର ତଦନ୍ତ ସମୟରେ ଚନ୍ଦ୍ରପୁର ପୋଲିସ ଚନ୍ଦ୍ରପୁର ଥାନା ଅନ୍ତର୍ଗତ ବନଡ୍ରି ଗ୍ରାମର କାଲିମା ସାହୀ, ନିବାସୀ ଆଲବ୍ରେଟୋ ବାଘସିଂଙ୍କ ୧୯ ବର୍ଷ ବୟସ୍କ ପୁତ୍ର ସେବ ବାଘସିଂ ନାବାଳିକାକୁ ହତ୍ୟା କରିଥିବା ଜାଣିବାକୁ ପାଇ ତାକୁ ଗିରଫ କରିଥିଲେ । ଏବଂ ଚନ୍ଦ୍ରପୁର ଥାନା କେସ ନଂ. ୩୩/୨୦୧୯, ୟୁ/ଏସ. ୩୬୩ ଆଇପିସି କୁ ପରିବର୍ତନ କରି ୩୬୩/୩୦୨ ଆପିସି ଧାରାରେ ମାମଲା ରୁଜୁ କରିବା ସହ ଏହି ଘଟଣାରେ ଆଉ କାହାର ସମ୍ପୃକ୍ତିଥିବା ସନେ୍ଦହରେ ତଦନ୍ତ ଜାରୀ ରହିଥିବା ଓ ବ୍ୟବଛେଦ ରିପୋର୍ଟ ପାଇବାପରେ ଉକ୍ତ ନାବାଳିକା ହତ୍ୟା ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ରାୟଗଡ ଆରକ୍ଷୀ ଅଧିକ୍ଷକ ସର୍ବଣା ବିବେକ ଏମ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ । ଏହି ହତ୍ୟା ଘଟଣାର ତଦନ୍ତ ଭାର ଚନ୍ଦ୍ରପୁର ଥାନାର ଏସ. କେ. ନାୟକଙ୍କୁ ଦିଆଯାଇଥିବା ରାୟଗଡ ଏସପି ଙ୍କ ଠାରୁ ପ୍ରକାଶ ।    

 

0
0
0
s2sdefault