ହେଡଲାଇନସ୍:

ଦୁଃଖ ଆଣିଦେଲା ବଣଭୋଜି : ସଡ଼କ ଦୁର୍ଘଟଣାରେ ୧ମୃତ୍ୟୁ ୨ଗୁରୁତର

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

(ଆଠମଲ୍ଲିକ/ସନ୍ତୋଷ ମେହେର): ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଆମ୍ବସରମୁଣ୍ଡା ପଂଚାୟତ ତାଳମଳିହା ଗ୍ରାମର ଯୁବକ ଚିତ୍ତରଞ୍ଜନ ସାହୁ(୨୨)ଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବେଳେ,ଅନ୍ୟ ଦୁଇ ଜଣ ବିକାଶ ସାହୁ ଏବଂ ସୁଜିତ ପ୍ରଧାନ ଗୁରୁତର ଅଛନ୍ତି I ସୂଚନା ମୁତାବକ ମାଧପୁର ନିକଟସ୍ଥ ମନଜୋର ନିକଟକୁ ବନଭୋଜି ପାଇଁ ଆସିଥିବା ଏହି ଯୁବକ ମାନେ ମାଧପୁରକୁ କୌଣସି ଜିନିଷ ନେବାକୁ  ଆସିଥିଲେ I ମାଧପୁର ମନଜୋରକୁ ଫେରୁଥିବା ବେଳେ ନୂଆଗାଁ ଛକ ନିକଟରେ ଏକ ପିକଅପ ଧକ୍କା ଦେଇ ଫେରାର ହୋଇଯାଇଛି I ଦୁର୍ଘଟଣା ପରେ ତିନି ଜଣଙ୍କୁ ମାଧପୁର ଗୋଷ୍ଠୀ ଉପସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରା ଯାଇଥିଲା I ସେହିଠାରେ ଡାକ୍ତର ଚିତ୍ତରଞ୍ଜନ ସାହୁଙ୍କୁ ମୃତ୍ୟୁ ଘୋଷଣା କରିଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି I

0
0
0
s2sdefault