ହେଡଲାଇନସ୍:

ରାୟଗଡ ବ୍ଳକରେ ଜିଲ୍ଲା ପ୍ରଶାସନର ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :    ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ଲୋବା ପଞ୍ଚାୟତର ଲୋବା ଗ୍ରାମ ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି ।

ଏହି ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀରେ ଜିଲ୍ଲାପାଳ ଅନୁପମ ସାହା ଅଧ୍ୟକ୍ଷତା କରିଥିବା ବେଳେ ଉଭୟେ ଜିଲ୍ଲାପାଳ ଶ୍ରୀ ଶାହା ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଅଞ୍ଚଳବାସୀଙ୍କ ଅସୁବିଧା ଓ ବିଭିନ୍ନ ସମସ୍ୟା ଉପରେ ଅଭିଯୋଗ ଶୁଣାଣୀ କରିଥିଲେ ।

ଏହି ଜନ-ଅଭିଯୋଗ ଶୁଣାଣୀ ରେ ମୋଟ ୫୭ ଗୋଟି ଅଭିଯୋଗ ଆସିଥିଲା । ସେଥିମଧ୍ୟରୁ ୩୧ ଗୋଟି ବ୍ୟକ୍ତିଗତ ଓ ୨୬ ଗୋଟି ଗୋଷ୍ଠୀଗତ ଭାବେ ବିଭିନ୍ନ ଅସୁବିଧା ଓ ସମସ୍ୟା ଉପରେ ଅଭିଯୋଗ ସବୁ ଆସିଥିଲା ।

ତେବେ ଶୁଣାଣୀ ସ୍ଥଳରେ ମୋଟ ୧୪ ଗୋଟି ଅସୁବିଧା ଓ ସମସ୍ୟା ଭିତ୍ତିକ ଅଭିଯୋଗର ତୁରନ୍ତ ସମାଧାନ ହୋଇଥିବା ବେଳେ ଅନ୍ୟସବୁ ସମସ୍ୟା ଭିତ୍ତିକ ଅଭିଯୋଗ ଗୁଡିକ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଏବଂ ବ୍ଲକର ବିଡ଼ିଓଙ୍କୁ ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଥିଲା ।

ଅନୁଗୁର ଗ୍ରାମର ମଧୁମିତା କରାଡ଼ ଏବଂ ନବରତ୍ନ କରାଡ଼ଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ ୧୫ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିଲା । ଏହି ଜନ-ଅଭିଯୋଗ ଶୁଣାଣୀ ରେ ଅନ୍ୟମାନଙ୍କ ମଧ୍ୟରେ ରାୟଗଡ ବ୍ଲକ ବିଡ଼ିଓ ଲୁକାଶ ପ୍ରଧାନଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଉପସ୍ଥିତ ଜନ-ସାଧାରଣଙ୍କୁ ଶିଶୁ ବିକାଶ ଯୋଜନା ପକ୍ଷରୁ ଛୋଟ ଛୋଟ ଶିଶୁ ମାନଙ୍କୁ କେଉଁ ପ୍ରକାରର ପୁଷ୍ଟିକର ରନ୍ଧାଖାଦ୍ୟ ପ୍ରଦାନ କରାଯିବାର ଆବଶ୍ୟକତା ରହିଛି , ସେ ସବୁ ପୁଷ୍ଟିକର ଖାଦ୍ୟ ଉପରେ ପ୍ରଦର୍ଶନୀ କରାଯାଇଥିଲା ।

ରାୟଗଡ ବ୍ଲକରେ ଥିବା ସିଡିପିଓ: ତେରେସ୍କୋଭା ମଲ୍ଲିକ ଛୋଟ ପିଲାମାନଙ୍କ ଖାଦ୍ୟ ଓ ଗର୍ଭବତୀ ମହିଳା ମାନଙ୍କ ପାଇଁ ଆବଶ୍ୟକ ହେଉଥିବା ଖାଦ୍ୟ ବିଷୟରେ ମଧ୍ୟ ଜିଲ୍ଲାପାଳଙ୍କ ସମେତ ଜନସାଧାରଣଙ୍କୁ ଅବଗତ କରାଇଥିଲେ ।

 

0
0
0
s2sdefault