ହେଡଲାଇନସ୍:

ମହିଳାଙ୍କ ପ୍ରତି ସମସ୍ତ ପ୍ରକାର ହିଂସା ବନ୍ଦ ପାଇଁ ଜିଲ୍ଲାସ୍ତରୀୟ ସମ୍ମିଳନୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରାୟଗଡ ସ୍ଥିତ ସରକାରୀ ହାଇସ୍କୁଲ ପଡିଆ ଠାରେ ଅଲିଭା ମହାସଂଘ ଓ ମହିଳା ବିକାଶ ପ୍ରତିଷ୍ଠାନ (ଆଇଡ଼ବ୍ଲ୍ୟୁଡି) ର ମିଳିତ ସହଯୋଗରେ ଏବଂ ଦି ହଙ୍ଗର ପ୍ରୋଜେକ୍ଟ ସହାୟତାରେ ମହିଳାଙ୍କ ପ୍ରତି ସମସ୍ତ ହିଂସା ବନ୍ଦ ପାଇଁ ଏକ ଜିଲ୍ଲାସ୍ତରୀୟ ମହିଳା ଜାଗରଣ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।

ମହିଳା ବିକାଶ ପ୍ରତିଷ୍ଠାନର ଜିଲ୍ଲା ସଂଯୋଜକ ନଟବର ପାଢ଼ୀ ସଭାପତିତ୍ୱ କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ ।  ମୁଖ୍ୟତଃ ସମାଜ ଓ ବିଭିନ୍ନ କ୍ଷେତ୍ରରେ ମହିଳା ମାନଙ୍କ ପ୍ରତି ବିଭିନ୍ନ ପ୍ରକାରର ହିଂସା ଦିନକୁ ଦିନ ବଢ଼ିବାରେ ଲାଗିଛି । ରାସ୍ତାଘାଟ ଠାରୁ ଆରମ୍ଭ କରି ଘରୋଇ ହିଂସା ଓ ନିର୍ଯ୍ୟାତନାରେ ମହିଳା ମାନେ ସୁରକ୍ଷିତ ନୁହନ୍ତି । ଏମିତି କି ହିଂସାରେ ପିଡିତା ହୋଇ ବହୁ ମହିଳାଙ୍କ ଜୀବନ ହାନି ହେଉଛି । ମହିଳା ମାନଙ୍କ ପ୍ରତି ଏଭଳି ଘୁଣ୍ୟ ଆଚରଣ ଅତ୍ୟନ୍ତ ନିନ୍ଦନୀୟ । ଅନ୍ୟପକ୍ଷରେ ମହିଳା ମାନଙ୍କ ପ୍ରତି ହିଂସା ବନ୍ଦ ପାଇଁ ଦେଶରେ ଅନେକ ଆଇନ ପ୍ରଣୟନ କରାଯାଇଛି , କିନ୍ତୁ ସେହି ଆଇନ ମହିଳା ମାନଙ୍କ ପ୍ରତି ହେଉଥିବା ହିଂସାକୁ ବନ୍ଦ କରିପାରୁନି । ଏହା ଏକ ସାମାଜିକ ସମସ୍ୟାରେ ପରିଣତ ହୋଇଗଲାଣି । ତେଣୁ ଏଥିପାଇଁ ବ୍ୟାପକ ଜନ-ସଚେତନତା ଓ ଜାଗରଣର ଆବଶ୍ୟକତା ରହିଛି ବୋଲି କହିଥିଲେ ।

ମୁଖ୍ୟଅତିଥି ଭାବେ ମୋହନା ବିଧାୟକ ଦାସରଥି ଗମାଙ୍ଗ ଯୋଗଦେଇ ମହିଳା ମାନେ ଏବଂ ଘର ପରିବାରର ବଡ ମାନଙ୍କ ପକ୍ଷରୁ ନିଜ ପିଲାମାନଙ୍କୁ ଛୋଟରୁ ବଡ ହେବା ପର୍ଯ୍ୟନ୍ତ ଉଚିତ ଶିକ୍ଷା ସହ ଭଲ ସଂସ୍କାର ଦିଅନ୍ତି , ତାହା ହେଲେ ଏହା ଗାଁ , ସମାଜ , ରାଜ୍ୟ ଓ ଦେଶ ପାଇଁ ଅତ୍ୟନ୍ତ ମଙ୍ଗଳମୟ ହେବ ବୋଲି କହିଥିଲେ । ମହିଳା ମାନେ ସଶକ୍ତି ହେବାସହ ସଚେତନ ହୋଇ ଆବଶ୍ୟକ ସ୍ଥଳେ ନିଜ ସୁରକ୍ଷା ନିଜେ ଉଦ୍ୟମ କରିବା ଆବଶ୍ୟକତା ରହିଛି ବୋଲି କହିଥିଲେ । 

ଅନ୍ୟମାନଙ୍କ ମଧ୍ୟରେ ମଞ୍ଚାସୀନ ଅତିଥି ଭାବେ ଅଲିଭା ମହାସଂଘର କୁମାରୀ କାର୍ଜି , ହାଇସ୍କୁଲର ପ୍ରଧାନଶିକ୍ଷୟତ୍ରୀ ଏସ୍. ମଣିମାଳା , ରାୟଗଡର ମହିଳା ସବ-ଇନ୍ସପେକ୍ଟର ସ୍ମୃତି ବଡ଼ଜେନା , ଏସ୍.କରଡ଼ାସିଂ ର ସରପଞ୍ଚ ଦମୟନ୍ତି ଶବର , ମହିଳା ବିକାଶ ପ୍ରତିଷ୍ଠାନର ସମ୍ପାଦିକା ମିନତୀ ପାଢ଼ୀ , ଏବିଡ଼ିଓ--ପିତାମ୍ବର ବେହେରା ଏବଂ ସମାଜସେବୀ ପ୍ରେମାନନ୍ଦ ସ୍ୱାଲସିଂ ପ୍ରମୁଖ ଯୋଗଦେଇ ନାରୀ ସମାଜ ପ୍ରତି ଯେଉଁ ଅନ୍ୟାୟ ଓ ଅବିଚାର କରାଯାଉଛି , ଏହାକୁ ହ୍ରାସ କରାଇବା ଦିଗରେ ନାରୀ ସଶକ୍ତ ହୋଇ ନିଜ ମନକୁ ସଚେତନତା କରିବା ଜରୁରୀ । 

  ମା’ମାନେ ନିଜ ପିଲା ମାନଙ୍କୁ ଛୋଟ ବୟସରୁ ବାହାରକୁ କାମଧନ୍ଦା ପାଇଁ ନ ଛାଡି ପାଠ ପଢ଼ାଇବା ସହ ଉଚିତ ଶିକ୍ଷା ଦେଇ ସଂସ୍କାର-ଧର୍ମୀ କରାଇବା ହେଲେ ସବୁ ସ୍ତରରେ ଦେଖାଦେଉଥିବା ନାରୀହିଂସା ଓ ନିର୍ଯ୍ୟାତନା ହ୍ରାସ ହେବାରେ ସହାୟକ ହୋଇପାରିବ ବୋଲି ମତ ପ୍ରକାଶ ପାଇଥିଲା ।

ଏହି ଅବସରରେ ହାଇସ୍କୁଲର ଛାତ୍ରୀମାନେ ଗଣେଶ ବନ୍ଦନା ନୃତ୍ୟ ଓ ନାରୀ ସଶକ୍ତି ଉପରେ ସଚେତନତା ଧର୍ମୀ ନାଟକ ପରିବେଷଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ କୁ ରାୟଗଡ ନାଏବ ସରପଞ୍ଚ ନିରଞ୍ଜନୀ ମିଶାଲ, ମହିଳା ବିକାଶ ପ୍ରତିଷ୍ଠାନର ସଂଯୋଜିକା ଭାଗ୍ୟଲକ୍ଷ୍ମୀ ନାୟକ , ସଂଯୋଜିକା ନିର୍ମଳା ପଟ୍ଟନାୟକଙ୍କ ସମେତ ରଶ୍ମିରେଖା ଭଦ୍ର , ସନ୍ୟାସୀ ଭୂୟାଁ , ମାନସ ରଞ୍ଜନ ବିଶୋଇ ପ୍ରମୁଖ ପରିଚାଳନାରେ ବିଶେଷ ସହଯୋଗ କରିଥିଲେ ।

0
0
0
s2sdefault