ହେଡଲାଇନସ୍:

ଏକାଗ୍ର ନିଷ୍ଠାର ଅନ୍ୟ ନା ବି ଦେବାଶିଷ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୧୭ ବର୍ଷ ରୁ କମ୍ ଜାତୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ,ରେଢାଖୋଲରୁ ଦେବାଶିଷ ମନୋନିତ 

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ଓଡ଼ିଶା କ୍ରିକେଟକୁ ମିଳିବାକୁ ଯାଉଛି ଆଉ ଜଣେ ପ୍ରତିଭାବାନ ଖେଳାଳି । ଆଗାମୀ ଜାନୁଆରୀ ୩ ତାରିଖରୁ ଆରମ୍ଭ ହେଉଥିବା ୧୭ ବର୍ଷରୁ କମ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ପାଇଁ ପ୍ରତିନିଧିତ୍ୱ କରିବାକୁ ଯାଉଛନ୍ତି ସମ୍ବଲପୁର ଜିଲ୍ଲା  ରେଢାଖୋଲ ର ଦେବାଶିଷ ବାଘ । ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଜାନୁଆରୀ ମାସ ୩ ତାରିଖରୁ ୮ ତାରିଖ ଯାଏ ଡାମନଡିଉଠାରେ ଖେଳାଯିବ ।

ରେଢାଖୋଲର ଏକ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିବା ବାଘ ଜଣେ ମେଧାବୀ ଛାତ୍ର । ବର୍ତ୍ତମାନ ସେ ସ୍ଥାନୀୟ ଗୌରଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ୧୦ମ ଶ୍ରେଣୀରେ ପଢୁଛନ୍ତି । ତାଙ୍କ ପିତା ସୁମନ୍ତ ବାଘ ପେସାରେ ଜଣେ ଟ୍ରକ୍ ଡ୍ରାଇଭର ହୋଇଥିବା ବେଳେ  ମାତା ରଞ୍ଜିତା ବାଗ ଜଣେ ଗୃହିଣୀ ।  ଛୋଟ ବେଳୁ କ୍ରିକେଟ ପ୍ରତି ଆଗ୍ରହ ରଖିଥିବା ଦେବାଶିଷ, ନିଜର ବ୍ୟକ୍ତିଗତ ଉଦ୍ୟମ, ଏକାନ୍ତ ନିଷ୍ଠା ଓ ଅଧ୍ୟବସାୟ ବଳରେ ଏହି ସ୍ଥାନରେ ପହଞ୍ଚିଛନ୍ତି  ।

ପ୍ରଥମରୁ ଖେଳ ଶିକ୍ଷକ ସୁକାନ୍ତ କୁମାର ପ୍ରଧାନଙ୍କ ତତ୍ତ୍ୱାବଧାନ ଏବଂ ପରେ ରେଢାଖୋଲ ଖାଁ କ୍ରିକେଟ୍ କ୍ଲବର ପ୍ରତିଷ୍ଠାତା ହାରୁନ ଖାଁଙ୍କର ପ୍ରତ୍ୟକ୍ଷ ତତ୍ୱାବଧାନରେ ଆଜି ସେ ଅଣ୍ଡର ସେଭେନଣ୍ଟିନରେ ସ୍ଥାନ ପାଇ ଓଡିଶାର ଗୌରବ ବୃଦ୍ଧି କରିଛନ୍ତ  । ଆଗକୁ ଭଲ ପ୍ରଦର୍ଶନ ଜାରି ରଖିବା ସହ ଜାତୀୟ ତଥା ଅର୍ନ୍ତଜାତୀୟ ସ୍ତରରେ ସଫଳତା ସାଉଁଟିବାକୁ ଆଶା ରଖିଛନ୍ତି ଦେବାଶିଷ ।

0
0
0
s2sdefault