ହେଡଲାଇନସ୍:

ଜଙ୍ଗଲରୁ ମହିଳାଙ୍କର କ୍ଷତ ବିକ୍ଷତ ଶବ ଉଦ୍ଧାର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ  :- ବରଗଡ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ଝାରବନ୍ଧ ପଂଚାୟତ ଟେମରିମାଲ ଗ୍ରାମର ଜଙ୍ଗଲ ଭିତରେ ଜଣେ 23 ବର୍ଷୀୟା ଅବିବାହିତା ମହିଳାର କ୍ଷତ ବିକ୍ଷତ ଶବ ଆଜି ଦେଖିବା ପରେ ଲୋକମାନେ ପାଇକମାଲ ଥାନାକୁ ଖବର ଦେଇଥିଲେ । ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ଖବର ପାଇବା ପରେ ଘଟଣା ସ୍ଥଳକୁ ପହଂଛିବା ସହିତ ପଦ୍ମପୁର SDPO ଶ୍ରୀ ପ୍ରଦୀପ କୁମାର ସାହୁ ମଧ୍ୟ ଘଟଣା ସ୍ଥଳରେ ପହଂଛି ତଦନ୍ତ ଜାରି ରଖିଥିବା ଜଣା ପଡ଼ିଛି । ଏହା ଏକ ହତ୍ୟା କାଣ୍ଡ ବୋଲି ଚାର୍ଛ ଚାଲିଥିବା ବେଳେ ପ୍ରକୃତ ଘଟଣା ପୋଲିସର ବିସ୍ତୃତ ତଦନ୍ତ ପରେ ସାମନାକୁ ଆସି ପାରିବ । ଘଟଣା ସ୍ଥଳକୁ ସନ୍ଧାନୀ କୁକୁର ଓ ସାଇନଟିଫିକ ଦଳ ମଧ୍ୟ ପହଂଛିବ ବୋଲି ଜଣା ପଡ଼ିଛି ।

0
0
0
s2sdefault