ହେଡଲାଇନସ୍:

ଲୋକପ୍ରିୟ ଡାକ୍ତରାଣୀଙ୍କର ପରଲୋକ: ଆଜି ହେବ ଅନ୍ତେଷ୍ଟି, ଅଞ୍ଚଳରେ ଗଭୀର ଶୋକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାଇକମାଲ :- ଜଣେ ହୋମିଓପ୍ୟାଥିକ ଡାକ୍ତର ଭାବରେ ସେ ଅତି ଲୋକପ୍ରିୟ ଥିଲେ । ତାଙ୍କ ପାଖକୁ ଆସୁଥିବା ରୋଗୀ ମୁହଁରେ ଟିକେ ହସ ଫୁଟେଇବା ପାଇଁ ସେ ସବୁବେଳେ ପ୍ରୟାସ କରୁଥିଲେ ଓ ସଫଳ ମଧ୍ୟ ହେଇଥିଲେ । ହେଲେ ଗତ କାଲି ସନ୍ଧ୍ୟା ରେ ଆସିଥିଲା ଏକ ଦୁଃଖଦ ଖବର । ସମସ୍ତଙ୍କୁ ପର କରି ହୃଦଘାତ ରେ ଆରପାରି କୁ ଚାଲିଗଲେ ଡାକ୍ତର ସନ୍ଧ୍ୟା ଅଗ୍ରୱାଲ । ତାଙ୍କର ମୃତ୍ୟୁ ର ଖବର ପ୍ରଚାର ହେବା ପରେ ଅଂଚଳରେ ଖେଳି ଯାଇଥିଲା ଗଭୀର ଶୋକ । ଆଜି ତାଙ୍କର ଅନ୍ତେଷ୍ଟି କ୍ରିୟା ସମ୍ପନ୍ନ ହେବ ବୋଲି ପରିବାର ସୂତ୍ରରୁ ଜଣା ପଡ଼ିଛି । ଡାକ୍ତର ସନ୍ଧ୍ୟା ତାଙ୍କ ପଛରେ ସ୍ୱାମୀ  ଡାକ୍ତର ସୁରେଶ ଅଗ୍ରୱାଲ , ଝିଅ ଡାକ୍ତର ଶୋମ୍ୟା ଅଗ୍ରୱାଲ , ପୁଅ ଆଶୁ ଅଗ୍ରୱାଲ ଙ୍କୁ ଛାଡି ଯାଇଛନ୍ତି ।

0
0
0
s2sdefault