ଆଠମଲ୍ଲିକ/ ସନ୍ତୋଷ ମେହେର : ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କାଦପଡା ମହାନଦୀ ପଡିଆରେ ଚାଲିଥିବା ୫୨ତମ ଜୟ ଜଗନ୍ନାଥ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍ଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ଦୁଇ ପାରଂପରିକ ପ୍ରତିଦ୍ୱନ୍ଦୀ ରଘୁ ସ୍ପୋର୍ଟିଂ ବୌଦ୍ଧ ଓ ଆଠମଲ୍ଲିକ ମଧ୍ୟରେ ହୋଇଥିଲା । ପ୍ରଥମ ଟସ୍ ଜିଣି ରଘୁ ସ୍ପୋର୍ଟିଂ ଦଳ ବ୍ୟାଟିଂ କରିଥିଲା । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ ହରାଇ ୧୩୪ ରନ ସଂଗ୍ରହ କରିଥିଲା । ଏହାର ଜବାବରେ ଆଠମଲ୍ଲିକ ଦଳ ୧୮.୨ ବଲରେ ୭ ଉଇକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରିବା ସହ ଟୁର୍ଣ୍ଣାମେଣ୍ଟର ଚମ୍ପିଆନ ଆଖ୍ୟା ଅର୍ଜନ କରିଥିଲା । ଆଜିର ଉଦ୍ଯାପନୀ କାର୍ଯ୍ୟକ୍ରମରେ ଅତିଥି ଭାବରେ ଯୁବ ବ୍ୟବସାୟୀ ଦୁଃଖିଶ୍ୟାମ ରାଉଳ, ଯୁବ ଓକିଲ ଶୁଭାଶିଷ ପଣ୍ଡା, କିଆକଟା ସରପଞ୍ଚ ସୋମନାଥ ମଲ୍ଲିକ, ବାସୁଦେବପୁର ସରପଞ୍ଚ, ଗ୍ରାମର ବରିଷ୍ଠ ବ୍ୟକ୍ତି ପଦ୍ମନ ପ୍ରଧାନ, ବିଜୟ ପ୍ରଧାନ ଓ ଶିକ୍ଷକ ତାପସ ଚାଉଳିଆ ପ୍ରମୁଖ ଯୋଗ ଦେଇ ଖେଳାଳିମାନଙ୍କୁ ଟ୍ରଫି ପ୍ରଦାନ କରିବା ସହ ଉତ୍ସାହିତ କରିଥିଲେ । ଚମ୍ପିଆନ ଦଳକୁ ୧୦ ହଜାର ସହ ଟ୍ରଫି ପ୍ରଦାନ କରାଯାଇଥିଲା ବେଳେ ରନର୍ସ ଦଳକୁ ୭୦୦୦ହଜାର ସହ ଟ୍ରଫି ପ୍ରଦାନ କରାଯାଇଥିଲା । ସେହିପରି ମ୍ୟାନ୍ ଅଫ୍ ଦି ମ୍ୟାଚ ପୁରସ୍କାର ଆଠମଲ୍ଲିକ ଖେଳାଳି ସ୍ୱାଧୀନଙ୍କୁ ପ୍ରଦାନ କରାଯାଇଥିବା ବେଳେ ମ୍ୟାନ୍ ଅଫ୍ ଦି ସିରିଜ ପୁରସ୍କାର ଆଠମଲ୍ଲିକର ଟିନୁଙ୍କୁ ପ୍ରଦାନ କରାଯାଇିଲା । ସୁଶାନ୍ତ ଦେହୁରୀ ଓ ମଣ୍ଟୁ ପ୍ରଧାନ ଖେଳ ପରିଚାଳନା କରିଥିବା ବେଳେ ସ୍କୋରର ଦାୟିତ୍ୱରେ ଥିଲେ ଜ୍ଞାନରଂଜନ ପ୍ରଧାନ । ସେହିପରି ସାନ୍ତାନୁ ବାଘ ଖେଳର ଧାରାବିବରଣୀ ପ୍ରଦାନ କରିଥିବା ବେଳେ ଶିବାଶକ୍ତି, ରାଣାପ୍ରତାପ, ସୋନୁ, ଡେନୁ, ବାପି ପ୍ରମୁଖ ସହଯୋଗ କରିଥିଲେ ।
ରାଜ୍ୟ
କାଦପଡା ଜୟ ଜଗନ୍ନାଥ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ
- Hits: 615