ହେଡଲାଇନସ୍:

ବୀରମହାରାଜପୁର ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରରେ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୀରମହାରାଜପୁର -- (ରିପୋର୍ଟ ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରଠାରେ ଆଜି ୧୦ମ ବାର୍ଷିକ କ୍ରୀଡା ଉତ୍ସବ ତିନିଦିନ ଧରି ଚାଲିଥିବା ଆଜି ଉଦଯାପିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ଯ ଅତିଥି ଭାବେ  ସୁବର୍ଣ୍ଣପୁର ଜିଲ୍ଲା ପରିଷଦର ଅଧ୍ୟକ୍ଷା ଉଷା କୁମାରୀ  , ସମ୍ମାନିତ ଅତିଥି ଭାବେ    ବିଜେପି ନେତ୍ରୀ ନଳିନୀ ପଣ୍ଡା ଓ ଇନ୍ଦ୍ରଜିତ ପରୁଆ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଦୀପ ପ୍ରଜ୍ବଳନ ଓ କ୍ରୀଡ଼ା ପତକା ଉତ୍ତୋଳନ କରି ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ କରିଥିଲେ । ଉଦ୍ଯାପନୀ ଉତ୍ସବରେ ଅରବିନ୍ଦ ଶିକ୍ଷା କେନ୍ଦ୍ର ର ପରିଚାଳନା ସମ୍ପାଦକ ମନୋରଞ୍ଜନ ଦାସ ସଭାପତିତ୍ବରେ ମାନ୍ୟବର ପରିବହନ ଓ ବାଣିଜ୍ଯ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା ମୁଖ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଓ ଟ୍ରଷ୍ଟ ସଭାପତି   ରଞ୍ଜୀତ୍ କୁମାର ରଥ ଓ ସମାଜସେବୀ ନାରାୟଣ ଲୁହା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଚାମ୍ପିୟନ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ପ୍ରକାଶ ଯୋଗ୍ଯ ଯେ- ଏହି ଶିକ୍ଷା ଅନୁଷ୍ଠାନ ରେ ୬୩୬ ଜଣ ଛାତ୍ରଛାତ୍ରୀ ଙ୍କୁ ନେଇ ବରିଷ୍ଠ, କନିଷ୍ଠ ଓ ଉପକନିଷ୍ଟ ଗୃପ ରେ ଭାଗ କରାଯାଇଥିଲା । ପାରମ୍ପରିକ ଖେଳ ସହ ୨୬ ଗୋଟି ଖେଳରେ ଛାତ୍ର ଛାତ୍ରୀ ମାନେ ଭାଗନେଇ ଥିଲେ । ବାଲିକା ବିଭାଗ ରେ ସୋନାଲୀ ନାଏକ, ଖୁଶି ରାଣୀ ମେହେର, ବର୍ଷା ରାଣୀ ସାହୁ ଓ ବାଳକ ବିଭାଗରେ କାହ୍ନୁଚରଣ ମହାକୁର, ଅବନୀ ମିଶ୍ର, ସମ୍ପଦ ପଧାନ ପ୍ରମୁଖ ଚାମ୍ପିୟନ ହୋଇଥିଲେ । ବାଲକ ବିଭାଗରେ ଭାଗବତ ସାହୁ, ପ୍ରଭୁଦତ୍ତ ମିଶ୍ର ଓ ବାଳିକା ବିଭାଗରେ ମଞ୍ଜୁଲତା ବାରିକ,  ସମଞ୍ଜୁରି ସାହୁ ଖେଳ ପରିଚାଳନ କରିଥିବା ବେଳେ ୩୬ ଜଣ ଅପା ଓ ଭାଇ ସହଯୋଗ କରିଥିଲେ ।  ଗୋପାଳ ରଣା ଅତିଥି ପରିଚୟ ଓ ଧନ୍ଯବାଦ ଦେଇଥିଲେ ।

0
0
0
s2sdefault