ହେଡଲାଇନସ୍:

ଅଜଣା ଗାଡି ଧକ୍କାରେ  ପଲଟିଲା ଇଣ୍ଡିକା :ନାବାଳିକା ସମେତ ୫ ଆହତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଦିଲ୍ଲୀପ ମହାନ୍ତି(ବାରିପଦା ) ବେତନଟୀ ଥାନା ଅନ୍ତର୍ଗତ ଦାନ୍ତିଆମୁହାଁ ଛକ ନିକଟରେ ଇଣ୍ଡିକା ଗାଡିକୁ ପଛପଟୁ ଧକ୍କା ଦେଲା ଅଜଣା ଗାଡି। ଦୁର୍ଘଟଣାରେ ଇଣ୍ଡିକାରେ ଥିବା ଗୋଟିଏ ପରିବାର ଜଣେ ନାବାଳିକା ସମେତ ୫ ଆହତ ହୋଇଛନ୍ତି । ଆହତ ମାନେ ହେଲେ ବାରିପଦା ସଦର ଥାନା ଅନ୍ତର୍ଗତ କରତବସା ଅଞ୍ଚଳର ଗଙ୍ଗାଧର ନାଏକ, ଦୀପକ କୁମାର ନାଏକ, ଚନ୍ଦନ ନାଏକ , ଡଲି ନାଏକ ଏବଂ ଜଣେ ପ୍ରାୟ ୮ ବର୍ଷର ନାବାଳିକା। ଆହତ ମାନେ ବାରିପଦା ସ୍ଥିତ ପିଆରଏମ୍  ମେଡିକାଲ ରେ ଭର୍ତ୍ତି। ଆହତ ମାନଙ୍କ ମଧ୍ୟରୁ ଜଣେ ଗୁରୁତର ଥିବା ଜଣାପଡିଛି | 

0
0
0
s2sdefault