ହେଡଲାଇନସ୍:

କଲମ ଖାତା ଧରିବା ହାତରେ ହାତୁଡି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ଼ (ଶାସକ ପ୍ରଶାସକ): ବରଗଡ଼ ଜିଲ୍ଲା ପାଇକମାଲ ବ୍ଳକ ଅନ୍ତର୍ଗତ ଡୁଙ୍ଗୁରିପାଲି ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଦେଖିବାକୁ ମିଲିଛି ପୁଣି ଏକ ଅଭାବନୀୟ ଘଟଣା । ଯେଉଁଠି ଶିକ୍ଷକ ଛାତ୍ରକୁ ପାଠପଢ଼ା ସମୟରେ ପାଠ ପଢାଇବା ବଦଳରେ ଶ୍ରମିକ ଭାବରେ କର୍ଯ୍ୟକରାଉଛନ୍ତି ।

ସ୍କୁଲର ସିମେଣ୍ଟ ରାସ୍ତାକୁ ମରାମତି କରାଇବା ପାଇଁ କହିଛନ୍ତି, ଯେଉଁଠି ଛାତ୍ର ଜଣକ ସିମେଣ୍ଟ ରାସ୍ତାକୁ ହାତୁଡିରେ ବାଡେଇବାର ଦୄଶ୍ୟ ଦେଖିବାକୁ ମିଲିଛି  ଏବଂ ଶିକ୍ଷକ ନିଜେ ଉପସ୍ଥିତ ରହି ତଦାରଖ ମଧ୍ୟ କରୁଛନ୍ତି । ପାଞ୍ଚ ବର୍ଷରୁ ଚଉଦ ବର୍ଷ ପର୍ଯ୍ୟନ୍ତ ଯେଉଁ ଶିଶୁ ମାନେ ପାଠ ପଢୁ ନାହାନ୍ତି କିମ୍ବା କୌଣସି ସ୍ଥାନରେ ଶିଶୁ ଶ୍ରମିକ ଭାବରେ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ଉଚ୍ଚ ଶିକ୍ଷିତ କରିବା ପାଇଁ ସରକାର ବିଭିନ୍ନ ଯୋଜନା ମାନ କରିଛନ୍ତି । ହେଲେ ଯେଉଁ ଶିକ୍ଷକ ଶିକ୍ଷା ଗ୍ରହଣ କରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା କଥା ସେହି ଶିକ୍ଷକ ସ୍କୁଲରେ ଅଧ୍ୟୟନରତ ଛାତ୍ରକୁ ଶ୍ରମିକ ଭାବରେ ସ୍କୁଲ କାର୍ଯ୍ୟରେ ନିୟୋଜିତ କରିଛନ୍ତି । ସାରେ ନିଜେ ଏ ପଥର ବାଡିଆ କାମ ଟା କରି ଦେଲେନି ? ଯଦି ଶିକ୍ଷକ ମାନେ ଏପରି କାର୍ଯ୍ୟ କରିବେ ତେବେ ଛାତ୍ର ସମାଜ ଶିକ୍ଷିତ ହେବେ କିପରି ଏହା 

0
0
0
s2sdefault