ହେଡଲାଇନସ୍:

ଭାରତବର୍ଷର ପ୍ରଗତିରେ ବାଧା ଆଣିବା ପାଇଁ ଚାହୁଁଛନ୍ତି ସିଏଏ ବିରୋଧୀ -ଧର୍ମେନ୍ଦ୍ର ପ୍ରଧାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ବ୍ରହ୍ମପୁର ନୀଳକଣ୍ଠ ନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବରେ ଯୋଗଦାନ

 ସରସ୍ୱତୀ ବିଦ୍ୟାଳୟର ସଂପ୍ରସାରଣ ପାଇଁ ୧୦-୧୫ ଏକର ଜାଗା ଦେବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ

 ଆଗାମୀ ଦିନରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ସବୁଠୁ ବଡ ଭୂମିକା ନେବ ଏହି ଶିକ୍ଷାନୁଷ୍ଠାନ

 ବ୍ରହ୍ମପୁରରେ ନୂଆ ବିଜେପି କାର୍ଯ୍ୟାଳୟର ଉଦଘାଟନ

 ବିଜେପିକୁ ତୃଣମୂଳ ସ୍ତରରେ ମଜବୁତ୍ କରିବା ଲକ୍ଷ୍ୟ

 ଶରଣାର୍ଥୀଙ୍କୁ ସାମୂହିକ ଭାବେ ନାଗରିକତ୍ୱ ଦେବାରେ ସିଏଏ ଏକ ପଦକ୍ଷେପ

 ରାଜ୍ୟରେ ବିଜେପି ରାଜନୈତିକ ଶକ୍ତିଶାଳୀ ଦଳ ଭାବେ ଉଭା ହୋଇଛି

ଭୁବନେଶ୍ୱର/ବ୍ରହ୍ମପୁର(Shasak Prashasak)– ଯେଉଁମାନେ ନାଗରିକତା ସଂଶୋଧନ ଆଇନ(ସିଏଏ)ରେ ଦ୍ୱନ୍ଦ ତିଆରି କରିବା ପାଇଁ ଚାହୁଁଛନ୍ତି ସେମାନେ ଭାରତବର୍ଷର ପ୍ରଗତିରେ ବାଧା ଆଣିବା ପାଇଁ ଚାହୁଁଛନ୍ତି । ବିଶେଷ ଭାବରେ ଦେଶରେ କଂଗ୍ରେସ ଦଳ ଅରାଜକତା ତିଆରି କରିବା ପାଇଁ ଚାହୁଁଛି ଏବଂ ଯେଉଁଥିରେ ସେମାନେ ସଫଳ ହେବେ ନାହିଁ ବୋଲି ସାମ୍ବାଦିକଙ୍କ ଏ ସମ୍ପର୍କିତ ପ୍ରଶ୍ନର ଉତରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ବ୍ରହ୍ମପୁର ଗସ୍ତ ଅବସରରେ ନୀଳକଣ୍ଠ ନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବରେ ଯୋଗଦାନ ସହ ସରସ୍ୱତୀ ବିଦ୍ୟାଳୟର ସଂପ୍ରସାରଣ ପାଇଁ ୧୦-୧୫ ଏକର ଜାଗା ଦେବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ବ୍ରହ୍ମପୁରରେନୂଆ ବିଜେପି କାର୍ଯ୍ୟାଳୟର ଉଦଘାଟନ କରିବା ପରେ ଗଣମାଧ୍ୟମକୁ ବିବୃତି ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟସଭା ଓ ଲୋକସଭାରେ ନାଗରିକତା ସଂଶୋଧନ ବିଲ୍ ଗୃହୀତ ହୋଇସାରିଛି । ତିନୋଟି ପଡୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ଇସଲାମିକ ରିପବ୍ଲିକ ଘୋଷିତ ରାଜ୍ୟ ଗୁଡିକରୁ ସଂଖ୍ୟାଲଘୁ ହିନ୍ଦୁ, ଶିଖ୍, ପାର୍ଶି, ଜୈନ, ବୌଦ୍ଧ, ଖ୍ରୀଷ୍ଟିୟାନ ଶରଣାର୍ଥୀଙ୍କୁ ସାମୂହିକ ଭାବେ ନାଗରିକତ୍ୱ ଦେବାରେ ସିଏଏ ବା ନାଗରିକତା ସଂଶୋଧନ ଆଇନ ମାଧ୍ୟମରେ ଏକ ପଦକ୍ଷେପ ବୋଲି ସେ କହିଛନ୍ତି । ନାଗରିକତା ସଂଶୋଧନକୁ ବିଜେଡି ଉଭୟ ଲୋକସଭା ଓ ରାଜ୍ୟସଭାରେ ସମର୍ଥନ ଦେଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ନୀଳକଣ୍ଠ ନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ବ୍ରହ୍ମପୁରର ନୀଳକଣ୍ଠ ନଗର ସ୍ଥିତ ଶିକ୍ଷାର ମନ୍ଦିର ସମଗ୍ର ରାଜ୍ୟରେ ସଫଳ ଛାତ୍ର ସୃଷ୍ଟି କରିବାରେ ୧ ନମ୍ବରରେ ରହିଛି । ଆଜି ସରସ୍ୱତୀ ମହାବିଦ୍ୟାଳୟର +୩ ବିଜ୍ଞାନ ବିଭାଗର ଭବନର ଶିଳାନ୍ୟାସ ମଧ୍ୟ ହୋଇଯାଇଛି । ଭାରତ ସରକାରଙ୍କ ପିଏସୟୁ ତରଫରୁ ଏହି ଭବନ ନିର୍ମାଣ କରାଯିବାକୁ ଯୋଜନା କରାଯାଇଥିବା ବେଳେ ଆଗାମୀ ଦିନରେ ଏହି ଶିକ୍ଷାନୁଷ୍ଠାନ ଉଚ୍ଚ ଶିକ୍ଷା କ୍ଷେତ୍ରରେ ସବୁଠୁ ବଡ ଭୂମିକା ନେବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ସାମାଜିକ, ସାଂସ୍କୃତିକ-ବୌଦ୍ଧିକ ଯାତ୍ରାରେ ବ୍ରହ୍ମପୁରର ନୀଳକଣ୍ଠ ନଗର ସ୍ଥିତ ସରସ୍ୱତୀ ବିଦ୍ୟା ମନ୍ଦିରର ଭୂମିକା ଗୁରୁତ୍ୱପୂର୍ଣ୍ଣ । କେବଳ ପାଠ ନୁହେଁ, ଏହି ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କର ବ୍ୟକ୍ତିତ୍ୱ ବିକାଶ କରିବା

କାମରେ ଲାଗିଛି । ବିଶେଷ ଭାବରେ ଏହି ବିଦ୍ୟାଳୟ ମଧ୍ୟବିତ ଶ୍ରେଣୀର ଅଭିଭାବକମାନଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ହୋଇପାରିଛି । ପରୀକ୍ଷା ଫଳ ବାହାରିଲେ ନୀଳକଣ୍ଠ ନଗର ଶିଶୁ ମନ୍ଦିର ଉପରେ କେବଳ ବ୍ରହ୍ମପୁର ନୁହେଁ ସମଗ୍ର ରାଜ୍ୟରନଜର ଥାଏ । ଦୀର୍ଘ ବର୍ଷ ଧରି ଏକ ଶିକ୍ଷାନୁଷ୍ଠାନର ପିଲାମାନେ ଲଗାତାର ପ୍ରଥମ ୧୦ ସ୍ଥାନରେ ସ୍ଥାନ ପାଇ ଆସିଛନ୍ତି । ସେ କହିଛନ୍ତି ଯେ ଏହି ଶିକ୍ଷାନୁଷ୍ଠାନକୁ ଆଗକୁ ବଢେଇବା ପାଇଁ ସମସ୍ତଙ୍କ ଦାୟିତ୍ୱ ରହିଛି । ରାଜ୍ୟ ସରକାର ଏଭଳି ବିଦ୍ୟାଳୟକୁ ପୃଷ୍ଠପୋଷକତା କରିବାର ଆବଶ୍ୟକତା ରହିଛି । ରାଜ୍ୟରେ ୧ ନମ୍ବର ସ୍କୁଲ୍ ପାଇଁ ସବୁପ୍ରକାର ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି । ରାଜ୍ୟ ସରକାର ବ୍ରହ୍ମପୁର ସହରର ଉପକଣ୍ଠରେ ୧୦-୧୫ ଏକର ଜାଗା ଦେବାକୁ ସେ ଅନୁରୋଧ କରିଛନ୍ତି । ଓଡିଶାକୁ ପରିବର୍ତନ କରିବାକୁ ହେଲେ ପିଲାଙ୍କୁ ପୃଷ୍ଟିକର ଖାଦ୍ୟ ଦେଇ ଭଲ ଶିକ୍ଷା ଦେବାର ଆବଶ୍ୟକତା ରହିଛି ବୋଲି ଏ ଅବସରେ ସେ କହିଛନ୍ତି ।

ସେହିପରି ବ୍ରହ୍ମପୁର ନିଳାଚଂଳ ନଗର ଠାରେ ଭାରତୀୟ ଜନତା ପାର୍ଟିର ନୂତନ କାର୍ଯ୍ୟାଳୟକୁ ଉଦ୍ଘାଟନ କରିବା ଅବସରରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟରେ ଦଳକୁ ତୃଣମୂଳ ସ୍ତରରେ ମଜବୁତ୍ କରିବାର ଅଭିଯାନ ଆରମ୍ଭ ହୋଇଛି । ଦଳୀୟ କାର୍ଯ୍ୟାଳୟ ନିର୍ମାଣ ହେବା ତନ୍ମଧ୍ୟରୁ ଏକ ମାଧ୍ୟମ । ସେହିପରି ଭାରତୀୟ ଜନତା ପାର୍ଟିର ବିଭିନ୍ନ ଜିଲ୍ଲାରେ ନୂଆ ଜିଲ୍ଲା ସଭାପତିମାନଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି । ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ଓ ରାଜ୍ୟର ଅନେକ ଗୁଡିଏ ଦାୟିତ୍ୱ ଅଛି । ସେହି ଦାୟିତ୍ୱକୁ ସରକାରୀ ସ୍ତରରେ ଯାହା କରିବାର ଆବଶ୍ୟକତା ଅଛି କରାଯିବ । ରାଜ୍ୟରେ ବିରୋଧ ଦଳ ଭୂମିକାରେ ବିଜେପି ତା’ ଦାୟିତ୍ୱ ନିର୍ବାହ କରିବ ।

ଓଡିଶାରେ ଦଳର ସଂଗଠନକୁ ଦୃଢ କରିବା ସହ ପ୍ରଧାନମନ୍ତ୍ରୀଙ୍କ ବାର୍ତାକୁ ତୃଣମୂଳ ସ୍ତରରେ ପହଁଚାଯିବ । ଓଡିଶାର ବିରୋଧୀ ଦଳର ଭୂମିକାକୁ ନିର୍ବାହ କରି ସାମାନ୍ୟ ଲୋକଙ୍କର ଅପେକ୍ଷାକୁ ପ୍ରଶାସନ ସାମ୍ନାରେ ବିଧାନସଭା ଭିତରେ ଓ ବିଧାନସଭା ବାହାରେ ଆଣିବା ଦଳର ଦାୟିତ୍ୱ ବୋଲି ସେ କହିଛନ୍ତି । ଗତ ଲୋକସଭା ଓ ବିଧାନସଭା ନିର୍ବାଚନ ପରେ ବିଜେପି ରାଜ୍ୟରେ ଏକ ରାଜନୈତିକ ଶକ୍ତିଶାଳୀ ଦଳ ଭାବେ ଉଭା ହୋଇଛି ବୋଲି ସେ କହିଛନ୍ତି । 

0
0
0
s2sdefault