ହେଡଲାଇନସ୍:

"ଯୌତୁକ ପାଇଁ ମୋ ଝିଅକୁ ମାରି ଟାଙ୍ଗି ଦେଇଛନ୍ତି " 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାଇଖାନା  ଭିତରୁ ବିବାହିତ ମହିଳାଙ୍କ  ଝୁଲନ୍ତା ମୃତ ଦେହ ଉଦ୍ଧାର : ମାରି ଟାଙ୍ଗି ଦେଇଥିବା ଅଭିଯୋଗ ।

ବୀରମହାରାଜପୁର( ରିପୋର୍ଟ ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା କୁକିଆ ଗାଁ ରେ ଜଣେ ବିବାହିତା ମହିଳାଙ୍କ ମୃତ୍ୟ ଦେହ ଉଦ୍ଧାର । ଆଜି ସକାଳୁ ପରିବାର ଲୋକେ ପାଇଖାନା ଭିତରେ ମୃତ ପ୍ରିୟବ୍ରତୀ ଙ୍କ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ପ୍ରାପ୍ତ ସୂଚନା ଅନୁଯାୟୀ - ଦୀର୍ଘ ୪ ବର୍ଷ ତଳେ ବୀରମହାରାଜପୁର ବ୍ଲକ ର ସୁବଳୟା ଥାନା ଅଧୀନର ଟେଭାପଦର ଗାଁ ର (ଝିଅର ବାପା ) ବନମାଳୀ ମହାଲିକଙ୍କ ଝିଅ ପ୍ରିୟବ୍ରତୀ ଉଲୁଣ୍ଡା ଥାନା କୁକିଆ ଗାଁ ର ବାବୁଲି ତରିଆଙ୍କୁ ବିବାହ କରିଥିଲେ । ଆଜି ସକାଳୁ ପରିବାର ଲୋକେ ଘର ପାଇଖାନା ଭିତରୁ ଝୁଲନ୍ତା ମୃତ ଦେହ ଉଦ୍ଧାର କରିଥିଲେ । ପାଇଖାନା ଭିତରେ ଶାଢ଼ୀରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ପରିବାର ଲୋକ ସଫେଇ ଦେଇଛନ୍ତି । କିନ୍ତୁ ମୃତ ପ୍ରିୟବ୍ରତୀ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ଓ ଆଗରୁ ଯୌତୁକ ନିର୍ଯାତନା ଦେଉଥିବା  ପ୍ରିୟବ୍ରତୀ ବାପା  ବନମାଳୀ ମହାଲିକ  ଉଲୁଣ୍ଡା ଥାନା ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ପୋଲିସ ପକ୍ଷରୁ ଘଟଣାସ୍ଥଳକୁ ବୀରମହାରାଜପୁର ଏସ.ଡି.ପି.ଓ , ଉଲୁଣ୍ଡା ଥାନା ଆଇଆଇସି ଏବଂ ମାଜିଷ୍ଟ୍ରେଟ ପହଞ୍ଚି ଶବକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ଯବଚ୍ଛେଦ ପାଇଁ ପଠାଇଥିଲା ରିପୋର୍ଟ ଆସିବା ପରେ ତାଙ୍କ ମୃତ୍ୟୁର କାରଣ ସମ୍ପର୍କରେ ଜଣା ପଡିବ ବୋଲି ପୋଲିସ ପକ୍ଷରୁ ପ୍ରକାଶ ।

0
0
0
s2sdefault