ହେଡଲାଇନସ୍:

ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ବୟଂଶାସିତ ମହାବିଦ୍ୟାଳୟ ଭୂଗୋଳ ବିଭାଗର  ଆନ୍ତର୍ଜାତିକ ଆଲୋଚନାଚକ୍ର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ବୟଂଶାସିତ ମହାବିଦ୍ୟାଳୟର ଭୂଗୋଳ ବିଭାଗର ୯ ଜଣ ଛାତ୍ରଛାତ୍ରୀ  ବ୍ରହ୍ମପୁର ସ୍ଥିତ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ଆନ୍ତର୍ଜାତିକ ଆଲୋଚନା ଚକ୍ରରେ ଅଂଶଗ୍ରହଣ କରିଥିଲେ ।

   ମୁଖ୍ୟତଃ ବିଶ୍ଵବ୍ରହ୍ମାଣ୍ଡର ଆବିଷ୍କାର ଗ୍ରହଣପୁଞ୍ଜ ଏବଂ ଆମ ପୃଥିବୀ ପ୍ରସଙ୍ଗରେ ଆୟୋଜିତ ଆଲୋଚନା ଚକ୍ରରେ ୟୁଏସଏ-ନାସାର ସୁନାମ ଧନ୍ୟ ବୈଜ୍ଞାନିକ ଡ଼ଃ କୈଳାଶ ଚନ୍ଦ୍ର ସାହୁ ମୁଖ୍ୟବକ୍ତା ଭାବେ ଏବଂ ଆମେରିକା ସ୍ଥିତ ଜର୍ଜିଆ ବିଶ୍ୱବିଦ୍ୟାଳୟର ଭୂଗୋଳ ବିଭାଗ ପ୍ରାଧ୍ୟାପକ ଡ଼ଃ ଦୀପକ ମିଶ୍ର , ଅଂଶଗ୍ରହଣ କରି ଆଲୋଚନା ଚକ୍ରର ବିଷୟ-ବସ୍ତୁ ଉପରେ ଭିଡିଓ ଓ ଆଲୋଚନା ମାଧ୍ୟମରେ ପୁଙ୍ଖାନୁପୁଙ୍ଖ ଭାବେ ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ । ଖଲ୍ଲିକୋଟ ସ୍ଥିତ ପ୍ରାକୃତିକ ସମ୍ବଳର ବିନିଯୋଗ ଏବଂ  ଜିଓ-ଇଂଫରମେଟିକ୍ସର ବିଭାଗୀୟ ମୁଖ୍ୟ ଡ଼ଃ ମନୋରଞ୍ଜନ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଭୂଗୋଳ ବିଭାଗର ୯ ଜଣ ଛାତ୍ରଛାତ୍ରୀ ହେଲେ ଗୀତାଞ୍ଜଳୀ ପଣ୍ଡା , ବିଷ୍ଣୁପ୍ରିୟା , ବିବୃତି , କାହ୍ନୁ ଚରଣ ରାଉତ , ଶ୍ରୀ-ଗଣେଶ , ଶ୍ରୀ- ମାର୍କୋ , ଶ୍ରୀ-ଆଜୁସ , ଶ୍ରୀ-ବାଗ୍ମୀଚାନ୍ଦ , ଶ୍ରୀ-ଲିଭିଙ୍ଗଷ୍ଠନ , ପ୍ରମୁଖ ପ୍ରଥମ ଥର ପାଇଁ ଏସକେସିଜି ଭୂଗୋଳ ବିଭାଗୀୟ ମୁଖ୍ୟ:-ପ୍ରାଧ୍ୟାପକ ଇନ୍ଦୁଭୂଷଣ ସାହୁଙ୍କ ପ୍ରୋତ୍ସାହନ  ତଥା ଅଧ୍ୟାପକ ବୈଲୋଚନ ବେହେରାଙ୍କ ପ୍ରେରଣାରେ ଅନୁପ୍ରାଣିତ ହୋଇ ଆଲୋଚନା ଚକ୍ରରେ ସକ୍ରିୟ ଅଂଶଗ୍ରହଣ କରି ବିଭିନ୍ନ ପ୍ରଶ୍ନୋତ୍ତର ମାଧ୍ୟମରେ ନିଜର ଜ୍ଞାନର ପରିସୀମାକୁ ବିସ୍ତାର କରିଥିଲେ । ଯାହାକି , ଏହା ଥିଲା ଭୂଗୋଳ ବିଭାଗ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ଅପୂର୍ବ ସୁବର୍ଣ୍ଣ ସୁଯୋଗ ଏବଂ ଅଭୂଲା ସ୍ମୃତି ।ଆଲୋଚନା ଚକ୍ରର ଉପଲବ୍ଧଜ୍ଞାନ ଓ ଅନୁଭୁତିକୁ ସମସ୍ତେ ବିଭାଗର ଅନ୍ୟାନ୍ୟ ଛାତ୍ରାଛାତ୍ରୀ ମାନଙ୍କୁ ନିଜସ୍ୱ ଅନୁଭୂତି ଓ ପ୍ରତିକ୍ରିୟା ପ୍ରକାଶ କରିଥିଲେ ।

ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ଭୂଗୋଳ ଆଲୋଚନା ପାଠ୍ୟଚକ୍ର ପକ୍ଷରୁ ଅଂଶଗ୍ରହଣ କରିଥିବା ସମସ୍ତ ୯ ଜଣ ଛାତ୍ରଛାତ୍ରୀଙ୍କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଥିଲା । ଛାତ୍ରାଛାତ୍ରୀ ମାନଙ୍କ ଅନୁଭୂତି ଦ୍ୱାରା ଅନୁପ୍ରାଣିତ ହୋଇ ଭବିଷ୍ୟତରେ ଏଭଳି ଆଲୋଚନା ଚକ୍ରରେ ଅନେକ ଛାତ୍ରାଛାତ୍ରୀ ଅଂଶ ଗ୍ରହଣ କରିବା ପାଇଁ ଇଚ୍ଛା-ପ୍ରକାଶ କରିଥିଲେ ।

ଶିକ୍ଷା ଅର୍ଜନର ଏଭଳି ନୂତନ ପଥ ଓ ମାର୍ଗ କେବଳ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ଶ୍ରୀ ସାହୁ ଏବଂ ଅଧ୍ୟାପକ ଶ୍ରୀ ବେହେରାଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ସମ୍ଭବ ହୋଇ ପାରିଥିଲା ବୋଲି ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀ ମାନେ ମତ-ପୋଷଣ କରିଥିଲେ ।

ଏହି ଅବସରରେ ଭୂଗୋଳ ବିଭାଗ ପକ୍ଷରୁ ଏକ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଉତ୍ସବ କାର୍ଯ୍ୟକ୍ରମ ଆୟୋଜିତ କରା ଯାଇଥିଲା । ସେହି କାର୍ଯ୍ୟକ୍ରମରେ ବିଭାଗର ସହ-ସମ୍ପାଦିକା ରୂପାଲୀନ ବେହେରା ଓ ରାବିଡ଼ି ଦେବୀ ଲିମା ଏବଂ ବିଭାଗୀୟ କର୍ମଚାରୀ ଅଭିଷେକ ବିଭେରା ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

 

0
0
0
s2sdefault