ହେଡଲାଇନସ୍:

ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ :  ଚତୁର୍ଥ ଅନ୍ତର୍ଜାତୀୟ ଆଇସିଏମଏସଇଏ ସମ୍ମିଳନୀର ଉଦ୍ଯାପନୀ ଉତ୍ସବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ରାଜ ସୀତାପୁର ନିକଟସ୍ଥ ଆଲୁରୀ ନଗର ଠାରେ ଥିବା ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ପରିସରରେ ଗତ ୩ ଦିନ ଧରି ଚାଲିଥିବା ଚତୁର୍ଥ ଆନ୍ତର୍ଜାତୀୟ ଆଇସିଏମଏସଇଏ ସମ୍ମିଳନୀର ଉଦ୍ ଯାପନୀ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି ।

      ଏହି ଆନ୍ତର୍ଜାତୀୟ ସମ୍ମିଳନୀର ଉଦ୍ ଯାପନୀ କାର୍ଯ୍ୟକ୍ରମରେ ପ୍ରଫେସର ଲିଓମାର ଏସ୍ ଗାଲସିଆ , ଫିଲିପାଇନସ ଶିଳ୍ପ ଏବଂ ବୈଷୟିକ ଇଞ୍ଜିନିଅରିଂ ୪.୦-ରେ ରହିଥିବା ସୁବିଧା ଏବଂ ସୁଯୋଗ ସମ୍ପର୍କରେ ଆଲୋକପାତ  କରିଥିଲେ। ପ୍ରଫେସର କାଥେରିନ ଏସ୍ .ହେରାନ ଡେଜ ଫିଲିପାଇନସ ସ୍ମାର୍ଟ  ଉପକରଣ ପ୍ରସ୍ତୁତି ଉପରେ ସୂଚନା ପ୍ରଦାନ କରିଥିଲେ ।   ପ୍ରଫେସର ମିଚେଲ ଏସ୍ ଓ ରୋଜବୋ ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟା ଉପରେ ନିଜର ମତାମତ ରଖିଥିଲେ ।

   ମିଷ୍ଟର ଶ୍ରୀ ଓମ୍ ସେଥିଆ ଉନ୍ନତ ମାନର କେମେରା ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ଏବଂ ଏହାର ବ୍ୟବହାର ସମ୍ପର୍କରେ ସ୍କାଇପ ମାଧ୍ୟମରେ ସମସ୍ତଙ୍କୁ ପ୍ରେରିତ କରିଥିଲେ ।  ଉଦ୍ ଯାପନୀ ଉତ୍ସବ କାର୍ଯ୍ୟକ୍ରମରେ ପ୍ରଫେସର ଫିଲିପ ପ୍ରିକୋନସିଲୋ ମୁଖ୍ୟଅତିଥି ଭାବେ , ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର ଉପ-ସଭାପତି ପ୍ରଫେସର ଡି.ଏନ୍.ରାଓ , ରେଜିଷ୍ଟ୍ରାର ପ୍ରଫେସର ଅନିତା ପାତ୍ର , ଆବାହକ ପ୍ରଫେସର ଆର:ସି:ମହାନ୍ତି ଏବଂ ପରିଚାଳନା ସମ୍ପାଦକ ପ୍ରଫେସର ଅଶୋକ ମିଶ୍ର ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଉପସ୍ଥିତ ଥିଲେ ।

    ମୁଖ୍ୟଅତିଥି ପ୍ରଫେସର ଫିଲିପ ପ୍ରିକୋନସିଲୋ  ତାଙ୍କ ବକ୍ତବ୍ୟରେ ବର୍ତ୍ତମାନର ଯୁବପୀଢ଼ିଙ୍କୁ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଏବଂ ଉନ୍ନତ ମାନର ବୈଷୟିକ ଜ୍ଞାନ-କୌଶଳର ବ୍ୟବହାର କରିବା ନିମନ୍ତେ ପରାମର୍ଶ ଦେଇଥିଲେ । ସିୟୁଟିଏମର ଉପ-ସଭାପତି ପ୍ରଫେସର ଡି .ଏନ୍. ରାଓ  ତାଙ୍କ ବକ୍ତବ୍ୟରେ ସମ୍ମିଳନୀର ସଫଳ ଆୟୋଜନ ହୋଇଥିବା ଯୋଗୁଁ ସମସ୍ତଙ୍କୁ ଭୁୟସୀ ପ୍ରସଂଶା କରିଥିଲେ | ସିୟୁଟିଏମର ରେଜିଷ୍ଟ୍ରାର ପ୍ରଫେସର ଅନିତା ପାତ୍ର ଉପସ୍ଥିତ ସମସ୍ତଙ୍କୁ ସମ୍ମିଳନୀର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ।

    ସମ୍ମିଳନୀର ପରିଚାଳନା  ସମ୍ପାଦକ ତଥା ସିୟୁଟିଏମର ପ୍ରଫେସର ଅଶୋକ ମିଶ୍ର , ସମ୍ମିଳନୀର ବିଷଦ ବିବରଣୀ ପାଠ କରିଥିଲେ । ସମ୍ମିଳନୀର  କାର୍ଯ୍ୟକ୍ରମର ସଫଳ ଆୟୋଜନ ନିମନ୍ତେ ସମସ୍ତ ଅଧ୍ୟାପକ ,  ସହ-ଅଧ୍ୟାପକ ଏବଂ ପ୍ରାଧ୍ୟାପକ ମାନଙ୍କୁ ସମ୍ମାନିତ କରା ଯାଇଥିଲା । ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ସହଯୋଗ ଫଳରେ ସମ୍ମିଳନୀ କାର୍ଯ୍ୟକ୍ରମର ସଫଳ ଆୟୋଜନ  କରାଯାଇ ପାରିଥିଲା ।

   ପରିଶେଷରେ ସମ୍ମିଳନୀ କାର୍ଯ୍ୟକ୍ରମର ଆବହକପ୍ରଫେସର ଆର.ସି.ମହାନ୍ତି ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault