ହେଡଲାଇନସ୍:

ଆରମ୍ଭ ହେଲା ୨୬ତମ ରଘୁନାଥ କ୍ରିକେଟ ଟ୍ରଫି ୧୯-୨୦  

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଉଦଘାଟନୀ ମ୍ୟାଚରେ  ନୟାଗଡ଼ ୱାରୀୟର୍ସ ୫୫ରନରେ ବିଜୟୀ

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର): ରଘୁନାଥ ଆଥଲେଟିକ୍ ଆସୋସିଏସନ୍ ଆନୁକୁଲ୍ୟରେ ଆୟୋଜିତ ୨୬ତମ ରଘୁନାଥ କ୍ରିକେଟ ଟ୍ରଫିି ୧୯-୨୦ ସ୍ଥାନୀୟ ମିନି ଷ୍ଟାଡିୟମଠାରେ  ରବିବାର ଦିନ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ମ୍ୟାଚ୍ ଏମବିସି ଆସୋସିଏସନ୍ ମଦନଗାଡ଼ିିଆ ଓ ନୟାଗଡ଼ ୱାରୀୟର୍ସ  ମଧ୍ୟରେ ଅନୁଷ୍ଠିତ  ହୋଇଥିଲା । ଟସ୍ ଜିତି ନୟାଗଡ଼ ୱାରୀୟର୍ସ ପ୍ରଥମେ ବ୍ୟାଟିଙ୍ଗ୍ କରି ନିର୍ଦ୍ଧାରିତ ୨୦ ଓଭରରୁ ୧୯ ଓଭରରେ ୧୦୯ ରନ ସଂଗ୍ରହ କରି ବିଜୟ ହାସଲ କରିଥିଲା । ନୟାଗଡ଼ ୱାରୀୟର୍ସ ପକ୍ଷରୁ  ରିଂଟୁ ୩୧ବଲରେ ୪୩ରନ୍ ସଂଗ୍ରହ ଦଳକୁ ମଜଭୁତ ସ୍ଥିତିରେ ପହଂଚାଇଥିଲେ  । ଏହାର ଜବାବରେ ଏମବିସି ଆସୋସିଏସନ୍ ମଦନଗାଡ଼ିଆ ବ୍ୟାଟିଂ କରି  ୧୬ ଓଭରରେ ମାତ୍ର ୫୪ ରନ ସଂଗ୍ରହ କରି ସବୁ  ଖେଳାଳି ଆଉଟ ହୋଇଯାଇଥିଲେ । ହେଲେ ଦଳ ପକ୍ଷରୁ ଖେଳାଳିମାନେ ଜିତିବାକୁ ଆପ୍ରାଣ ଉଦ୍ୟମ ଜାରିରଖିଥିବା କାରଣରୁ ଖେଳଟି ବେଶ ରୋମାଂଚକର ହୋଇଥିଲା । 

ଉଦ୍ଘାଟନୀ ମ୍ୟାଚ୍ ନିୟୁ ଇଣ୍ଡିଆ ଇନ୍ସୁରାନ୍ସ ନୟାଗଡ଼ ଶାଖା ପରିଚାଳକ  ପ୍ରକାଶ କୁମାର ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ । ଆଥଲେଟିକ୍ ଆସୋସିଏସନ୍ ର ସମ୍ପାଦକ ଦିବାକର ନାୟକ, ପ୍ରକାଶ କୁମାର ମିଶ୍ର, ସୁଶାନ୍ତ ପାତ୍ର ତଥା ଅନ୍ୟାନ୍ୟ ସଭ୍ୟମାନେ ଉପସ୍ଥିତ ଥିଲେ । ବିଶ୍ୱଜିତ ମହାପାତ୍ର, ମୃତ୍ୟୁଞ୍ଜୟ ପଟ୍ଟନାୟକ, ଦିନନାଥ ମାଝି, ମିଟନ ପାଣିଗ୍ରାହୀ, ଆଶିଷ କୁମାର ନାୟକ, କିଶୋରଦେବ ମହାରଣା ଆଜିର ମ୍ୟାଚ୍ ପରିଚାଳନା କରିଥିଲେ । ସୋମବାର ଦିନ ଓଡ଼ଗାଁ (ଏ) ଏବଂ କେସ୍ତପଡ଼ା ମଧ୍ୟରେ ୨ୟ ମ୍ୟାଚ୍ ଖେଳାଯିବ । 

0
0
0
s2sdefault