ହେଡଲାଇନସ୍:

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଉପଲକ୍ଷେ ସେବା ସପ୍ତାହ ପାଳିଲା କେନ୍ଦୁଝର ସଦର ବିଜେପି 

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ବିଶାଳ ରକ୍ତଦାନ ଶିବିର, ରକ୍ତଦାତାଙ୍କୁ ବଣ୍ଟା ଗଲା ଚାରା  

କେନ୍ଦୁଝର (ସୀମା ନାୟକ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଉପଲକ୍ଷେ ପାଳିତ ହେଉଥିବା ସେବା ସପ୍ତାହ ଅବସରରେ ଭାରତୀୟ ଜନତା ପାର୍ଟି  କେନ୍ଦୁଝର ସଦର ନିର୍ବାଚନ  ମଣ୍ଡଳୀ ପକ୍ଷରୁ ଆଜି ବିଶାଳ ରକ୍ତ ଦାନ ଶିବିର ଅନୁଷ୍ଠିତ  ହୋଇଯାଇଛି | କାର୍ଯ୍ୟକ୍ରମକୁ ସଦର ବିଧାୟକ ତଥା ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି ଓ ସିଡିଏମଓ ଡ଼ ଅଶୋକ  ଦାଶ ଉଦ୍ଘାଟନ କରିଥିଲେ | ପରିବେଶ ସୁରକ୍ଷା ପ୍ରତି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ପ୍ରତିବଦ୍ଧତାକୁ ସମ୍ମାନ ଜଣାଇ ଏହି ଅବସରରେ ପ୍ରତ୍ୟେକ ରକ୍ତଦାତାଙ୍କୁ ବୃକ୍ଷ ଚାରା ବଣ୍ଟନ ପ୍ରଦାନ କରାଯାଇଥିଲା | କେନ୍ଦୁଝର ନଗର ମଣ୍ଡଳ ସଭାପତି ଗୋପୀନାଥ ରାମ ପ୍ରଥମେ ରକ୍ତଦାନ କରିବା ପରେ ବହୁ ସଂଖ୍ୟାରେ ଦଳୀୟ କାର୍ଯ୍ୟକର୍ତ୍ତା ଓ ସାଧାରଣ ଜନତା ରକ୍ତଦାନ ଜାରିଥିଲେ | ସଦର  ବିଧାୟକ ଶ୍ରୀ ମାଝୀ, ସିଡିଏମଓ ଡ଼ ଦାସଙ୍କ ସମେତ  ବିଜେପି ଜିଲ୍ଲା ଉପସଭାପତି ଧିରେନ ପଣ୍ଡା, ସାଧାରଣ ସମ୍ପାଦକ ସୁବ୍ରତ ତ୍ରିପାଠୀ, ସମ୍ପାଦିକା ସସ୍ମିତା ପ୍ରଧାନ, ସମ୍ପାଦକ ସଂଜୀବ ନାୟକ ତଥା ବରିଷ୍ଠ କାର୍ଯ୍ୟକର୍ତ୍ତା କିରଣବାଳା ନାୟକ, ବେଣୁଧର ମହାନ୍ତ, ସରୋଜ କୁମାର ସାହୁ, କଳ୍ପନା ରାଉତ, ରବି ପାଢ଼ୀ, କେନ୍ଦୁଝର ରୋଟାରୀ କ୍ଲବ ସଭାପତି ବସନ୍ତ କୁମାର ଦାନୀଙ୍କ ସମେତ ଭାରତୀୟ ଜନତା ପାର୍ଟିର ସଦସ୍ୟ /ସଦସ୍ୟା ଓ ସାଧାରଣ ଲୋକ ଉପସ୍ଥିତ ଥିଲେ | 

0
0
0
s2sdefault