ହେଡଲାଇନସ୍:

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ଗଣ ଦୁଷ୍କର୍ମ ବୃଦ୍ଧି ବିରୁଦ୍ଧରେ ଗର୍ଜ୍ଜିଲା କଂଗ୍ରେସ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଲାଙ୍ଗିର ଜିଲ୍ଲାପାଳ ଅଫିସ ସାମନାରେ ଜିଲ୍ଲା କଂଗ୍ରେସ କମଟିର ଗଣଧାରଣା

ବଲାଙ୍ଗିର,(ନିରୋଜ ମିଶ୍ର)  - ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ଗଣ ଦୁଷ୍କର୍ମ ବୃଦ୍ଧି  ଓ ଏହାକୁ ନେଇ ବିଜେଡି ସରକାର ଦିର୍ଘ ନିଷ୍କ୍ରିୟତା  ଓ ଅପାରଗତା ବିରୁଦ୍ଧରେ  ବଲାଙ୍ଗିର ଜିଲ୍ଲା କଂଗ୍ରେସ କମିଟି ଆଜି ସ୍ଥାନୀୟ ଜିଲ୍ଲାପାଳ ଅଫିସ ସାମନାରେ ଗଣଧାରଣା ଦେଇଥିଲେ । ଜିଲ୍ଲା କଂଗ୍ରେସ କମିଟି ସଭାପତି ଦିଲିପ ବେହେରାଙ୍କ ଆବାହକତ୍ୱରେ ହୋଇଥିବା ଏହି ଗଣଧାରଣାରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଆଇନ ଶୃଙ୍ଖଳାକୁ ନେଇ ଦେଇଥିବା ବିଭ୍ରାନ୍ତିକର ତଥ୍ୟକୁ ଘୋର ବିରୋଧ କରାଯାଇଥିଲା । ଏଥିରେ ଯୋଗଦେଇ ଏ.ଆଇ.ସି.ସି. ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ସମରେନ୍ଦ୍ର ମିଶ୍ର ରାଜ୍ୟ ସରକାରଙ୍କର ଅପାରତାକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ସେ କହିଥିଲେ ବର୍ଷକୁ ରାଜ୍ୟରେ ହଜାରେ ରୁ ଉର୍ଧ୍ଵ  ନାବାଳିକ ଦୁଷ୍କର୍ମର ଶିକାର ହେଉଛନ୍ତି । ଦୁଷ୍କର୍ମରେ ଓଡିଶା ସାରା ଦେଶରେ ପ୍ରଥମ । ଆଇନ ଶୃଙ୍ଖଳା କଥା ଚିନ୍ତା କଲେ ଶହ ଶହ ପ୍ଲାଟୁନ ପୋଲିସ ଉପସ୍ଥିତିରେ ପୁରୀ ଜିଲ୍ଲାର ଲୋକ ଗଣହତ୍ୟାର ଶିକାର ହେଉଛନ୍ତି । ମୁଖ୍ୟମନ୍ତ୍ରୀ ଏ ସବୁକୁ ସମସ୍ୟାକୁ ନେଇ ନିର୍ବିକାର ଅଛନ୍ତି । ଓଲଟା ଗୃହରେ ବିବୃତ୍ତି ଦେଉଛନ୍ତି ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣରେ ଅଛି ବୋଲି । ଦିନକୁ ଦିନ ମାଓବାଦୀ କାର୍ଯ୍ୟକଳାପ ବଢିଚାଲିଥିବା ବେଳେ ମାଓ ପରିସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣରେ ଅଛି ବୋଲି ମୁଖ୍ୟମନ୍ତ୍ରୀ ଓଲଟା ବିବୃତି ଦେଉଛନ୍ତି । ବର୍ଷା ଋତୁରେ ମଧ୍ୟ ଭୟଙ୍କର ପାଣିର ଅଭାବ ଦେଖାଦେଲାଣି । ଭୟଙ୍କର ମରୁଡି ପରିସ୍ଥିତି ଆଶଙ୍କାରେ ବଲାଙ୍ଗିର ଜିଲ୍ଲାରେ ·ଷୀ ଆତ୍ମହତ୍ୟା କରିସାରିଛି । ସଂସଦରେ ବିଜେଡି ସାଂସଦମାନେ ଓଡିଶାରେ ଚାଷୀ ଆତ୍ମହତ୍ୟ ହେଉଛି ବୋଲି କହୁଥିବା ବେଳେ ରାଜ୍ୟରେ କିନ୍ତୁ ତାଙ୍କ ସରକାର ଚାଷୀ ଆତ୍ମହତ୍ୟାକୁ ସ୍ୱିକାର କରୁ ନାହିଁ । ଜିଲ୍ଲା ସଭାପତି ଦିଲିପ ବେହେରା ନିଜ ଭାଷଣରେ ସ୍ଥାନୀୟ ବିଜୁ ଜନତା ଦଳର ନେତୃତ୍ୱ ନେଉଥିବା ରାଜ ପରିବାର ୧୦ହଜାର କୋଟି ଟଙ୍କା ଜମି ଦୁର୍ନିତି  କରିଛନ୍ତି କିନ୍ତୁ ଏହାକୁ ନେଇ ବିଧାନସଭାରେ ତଥ୍ୟ ପ୍ରଦାନ କରାଗଲେ ମଧ୍ୟ ଏ ଦୁର୍ନିତିକୁ ନେଇ ସରକାର ନିରବ । ମନ୍ତ୍ରୀଙ୍କ ପାଖରେ ମଧ୍ୟ କୌଣସି ଉତ୍ତର ନାହିଁ । ନାବାଳିକା ଦୁଷ୍କର୍ମ ଓ ଶିଶୁ ଅପହରଣକୁ ରୋକିବାରେ ବିଫଳଥିବା ଏହି ସରକାର ଆଗକୁ ବେଶି ଦିନ ତିଷ୍ଟି ପାରିବ ନାହିଁ ବୋଲି ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଡମ୍ବରୁ ଛତ୍ରିଆ ନିଜ ଭାଷଣରେ କହିଛନ୍ତି । ବରିଷ୍ଠ  କଂଗ୍ରେସ ନେତା ଅସୀମ ପଟ୍ଟନାୟକ ବାଏପାସ ସମସ୍ୟା, ବଲାଙ୍ଗିରରେ ହୋଇକୋର୍ଟ ବ୍ୟାଞ୍ଚ ତଥା ସ୍କୁଲ ଓ କଲେଜମାନଙ୍କରେ ଶିକ୍ଷକ ଅଭାବ ଉପରେ  ସରକାରଙ୍କ ବିରୁଦ୍ଧରେ ଗର୍ଜିଥିଲେ । ସେ କହିଥିଲେ ଠିକ୍ ନିର୍ବାଚନ ପୂର୍ବରୁ ରାଜେନ୍ଦ୍ର କଲେଜକୁ ବିଶ୍ୱ ବିଦ୍ୟାଳୟ ଘୋଷଣା ଏବଂ ପରିବର୍ତ୍ତି ସମୟରେ ତାହାକୁ ନେଇ କୌଣସି ପ୍ରକାର ଅଗ୍ରଗତି ନ ହେବା ବଲାଙ୍ଗିରର ଛାତ୍ର ସମାଜ ପାଇଁ ଏକ ଉପହାସ । ତେଣୁ ଏହି ସରକାର ବିଧାନସଭାରେ ହେଉ କି ବାହାରେ ହେଉ କହିବା ଏବଂ କରିବା ଭିତରେ ଅନେକ ଫରକ ଦେଖାଦେଇଛି । ତେଣୁ ଏହି ସରକାରର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀ ହିସାବରେ ରହିବା ଆଉ କୌଣସି  ଅଧିକାର ନାହିଁ । ଆଜି ଏହି ସବୁ ଦାବିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଇସ୍ତାଫା ଦାବି କରିଛି ଜିଲ୍ଲା କଂଗ୍ରେସ । ଆଜିର ଏହି ଗଣ ଧାରଣା ରେ ଉମାକାନ୍ତ ସାହୁ, ସରୋଜ ବିଶ୍ୱାଲ, ସନ୍ତକ ବହିଦାର, ପ୍ରେମ ପ୍ରକାଶ ମିଶ୍ର, ଅଜୟ ବାଲି, ସତ୍ୟା ସୁନା, ହୃଦାନନ୍ଦ ଭୋଇ, ନବକିଶୋର ନାଏକ, ମଧୁ ସୁଦନ କ୍ଷେତୀ ପ୍ରମୁଖ ରାଜ୍ୟ ସରକାର ଅପାରତାକୁ ନେଇ ନିଜ ବକ୍ତବ୍ୟ ରଖିଥିଲେ । ଧାରଣ ସଭା ପରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତାଫା ଦାବି କରି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ଆଜି ଏହି ସମସ୍ତ କାର୍ଯ୍ୟକ୍ରମକୁ ନଗର କଂଗ୍ରେସ ସଭାପତି ବୁଲୁ ଦାନିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜନ ହୋଇଥିବା ବେଳେ ସୁଦାମ ସାହୁ, ଅସୀତ ମିଶ୍ର, ପବିତ୍ର ବେହେରା, ସୌମ୍ୟଦୀପ ସରାଫ, ସଂଜୟ ମିଶ୍ର, ପ୍ରଫୁଲ୍ଲ ମିଶ୍ର, ଚନ୍ଦ୍ରମଣି ତ୍ରିପାଠି, କୁଳମଣୀ ସାହୁ, ଜୁଲୁ ପଟ୍ଟନାୟକ, ମାନସ ମହାନ୍ତି, କୈଳାସ ମିଶ୍ର, ନିସି କୁମ୍ଭାର, ପ୍ରକାଶ ସାହୁ, ଝୁପୁଲୁ ମହାନ୍ତି, ସୁନିଲ ବେହେରା, ଅନ୍ତ ମଚଖଣ୍ଡ, ଲୁପନ ମିଶ୍ର, ବ୍ରଜ ସେଠି, ସୁଦର୍ଶନ ମିଶ୍ର, ସୁରେନ୍ଦ୍ର ହସ୍ପାଲ,  ଅଭିନାଶ ଦାନି, ଅମୁଲ୍ୟ ସେଠ, ମିଟୁ ସାହୁ, ଅରବିନ୍ଦ ପରୁଆ, ମହମ୍ମଦ ଆକବର, ଅନିସ ସାହୁ, ବିଟୁନ ସାହୁ, ରଘୁନାଥ ଶତପଥି,ପବିତ୍ର ନେପାକ ସକ୍ରିୟ ଅଂଶଗ୍ରହଣ କରିଥିଲେ ଏବଂ ଜିଲ୍ଲା କଂଗ୍ରେସ ମୁଖପାତ୍ର ସାନନ୍ଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault