ହେଡଲାଇନସ୍:

"ହମ ନାଲି ୟା ଶୌଚାଳୟ ସାଫ କରନେ କେ ଲିୟେ ସାଂସଦ ନହିଁ ବନେ ହେ "

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଜେପି ସାଂସଦ  ପ୍ରଜ୍ଞା ଠାକୁରଙ୍କ ପୁଣି ଏକ ବିବାଦୀୟ ବୟାନ

ଭୋପାଲ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଛତାକୁ ନେଇ ଗୁରୁତ୍ୱର ସହ ଚିନ୍ତା କରୁଥିବା ବେଳେ ଏହାକୁ ନେଇ ଦେଶବ୍ୟାପୀ  ସଚେତନତା କାର୍ଯ୍ୟକ୍ରମ ଜାରିରହିଛି | ପ୍ରଧାନମନ୍ତ୍ରୀ ମଧ୍ୟ ମନ୍ତ୍ରୀ, ସାଂସଦ, ବିଧାୟକ ପରାମର୍ଶ ଦେଇଛନ୍ତି ଯେ ସ୍ୱଚ୍ଛତା ଉପରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପଦକ୍ଷେପ ନିଅନ୍ତୁ | ଖୋଦ ମନ୍ତ୍ରୀ, ସାଂସଦ, ବିଧାୟକମାନେ ପ୍ରଧାନମନ୍ତ୍ରୀଙ୍କ ଏହି ସ୍ଲୋଗାନକୁ ସମ୍ମାନ ଦେଇ ନିଜେ ଝାଡୁ ଧରି ବିଭିନ୍ନ ସ୍ଥାନରେ ସଫେଇ ମଧ୍ୟ କରୁଛନ୍ତି | ଏହାର ଉଦ୍ଦେଶ୍ୟ ହେଉଛି ଲୋକ ପ୍ରତିନିଧିମାନେ ଏହି କାର୍ଯ୍ୟ କଲେ ସାଧାରଣ ଜନତା ଏହାଦ୍ୱାରା ପତତ୍ସହିତ ହେବେ ନିଜ ଅଂଚଳକୁ ସ୍ୱଚ୍ଛ ରଖିବା ପାଇଁ | ସ୍ୱଚ୍ଛ ଭାରତ ଅଭିଯାନ ନରେନ୍ଦ୍ର ମୋଦି ସରକାରଙ୍କ ୟୁଏସପି ହୋଇଥିବା ବେଳେ ଏହାକୁ ନେଇ ପରୋକ୍ଷରେ ଭିନ୍ନମତ ପୋଷଣ କରିଛନ୍ତି ବିଜେପି ସାଂସଦ ସାଧବୀ ପ୍ରଜ୍ଞା ଠାକୁର | ସାଧାରଣ ଜନତାଙ୍କ ମୌଳିକ ସମସ୍ୟା ସମାଧାନ କରିବା ଜଣେ ଲୋକ ପ୍ରତିନିଧିଙ୍କ ପରମ କର୍ତ୍ତବ୍ୟ ହୋଇଥିବା ବେଳେ ପ୍ରଜ୍ଞା ଠାକୁର ନିଜ ଦାୟିତ୍ୱକୁ ଏଡାଇ ଯିବା ସହ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ସ୍ଲୋଗାନକୁ ପରୋକ୍ଷରେ ତାତ୍ସଲ୍ୟ କରିବା ଭଳି ମନ୍ତବ୍ୟ ଦେଇଛନ୍ତି |
ବାରମ୍ବାର ବିବାଦୀୟ ବୟାନ ଦେଇ ଦଳକୁ ଆଡୁଆରେ ପକାଇ ଆସିଥିବା ପ୍ରଜ୍ଞା ଠାକୁର ନିଜ ସଂସଦୀୟ କ୍ଷେତ୍ର ଭୋପାଲରେ ଏକ ପ୍ରକାର ବେତଣ୍ଡା କଥା କହିଛନ୍ତି | କିଛି ଲୋକ ତାଙ୍କୁ ସାକ୍ଷାତ କରି ନିଜ ଅଂଚଳରେ ବର୍ଷା ପାଣି ପଡିଲେ ଡ୍ରେନ କାମ ଠିକ ନଥିବା ଯୋଗୁ ମୈଲା ପାଣି ସେମାନଙ୍କ ଘର ଭିତରେ ପଶୁଛି | ଏ ସମସ୍ୟାର ସମାଧାନ ପାଇଁ ସେମାନେ ସାଂସଦଂକୁ ଅନୁରୋଧ କରିବାରୁ  ସେ କହିଥିଲେ ଯେ   " ଧ୍ୟାନ ରଖୋ, ହମ ନାଲି ସାଫ କରନେ କେ ଲିୟେ ନହିଁ ବନେ ହେ | ଠିକ ହେ ନା !! ହମ ଆପକା ଶୌଚାଳୟ ସାଫ କରନେ କେ ଲିୟେ ବିଲକୁଲ ନହିଁ ବନାଏ ଗଏ | ହମ  ଜିସ କାମ କେ ଲିୟେ ବନାଏ ଗାଏ ହେଇ ବୋ କାମ ଈମାନଦାରୀ ସେ କରେଙ୍ଗେ | ୟେ ହମ ପହଲେ ଭି କହନା ଥା, ଆଜ ଭି କହନା ହେ କରନା, ଆଗେ ଭି କରେଙ୍ଗେ |" ଏପରି କହି ସମସ୍ୟାରେ ଥିବା ଲୋକଙ୍କୁ ନିରାଶ କରିବା ସହ ମୋଦିଜୀଙ୍କ ସ୍ଲୋଗାନ ଓ ପରାମର୍ଶକୁ ତାତ୍ସଲ୍ୟ କରିବା ଭଳି ବୟାନ ଦେଇଛନ୍ତି |

0
0
0
s2sdefault