ହେଡଲାଇନସ୍:

ଭାଜପାର ଜିଲ୍ଲା ସ୍ତରୀୟ ସଂଗଠନ ପର୍ବ ଓ ସଦସ୍ୟତା ସଂଗ୍ରହ ଅଭିଯାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଭାଜପା କାର୍ଯ୍ୟାଳୟ ପରିସରରେ ଭାଜପା ପକ୍ଷରୁ ଜିଲ୍ଲା ସ୍ତରୀୟ ସଂଗଠନ ପର୍ବ ଓ ସଦସ୍ୟତା  ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଭାଜପାର ପୂର୍ବ ସଂଗଠକ ସମ୍ପାଦକ ସାରଦା ଶତପଥୀ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ଭାଜପା ସଂଗଠନକୁ ତୃଣମୁଳ ସ୍ତରରୁ ହିଁ ମଜବୁତ କରାଯିବା ସହ ଅଧିକରୁ ଅଧିକ ସଭ୍ୟ ସଂଗ୍ରହ କରିବା ପାଇଁ ଆହ୍ୱାନ କରିଥିଲେ । ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ଗତ ସାଧାରଣ ନିର୍ବାଚନରେ ଭାଜପା ଗଜପତି ଜିଲ୍ଲାରେ ବେସ ଭଲ ପ୍ରଦର୍ଶନ କରିବା ସହ ରାଜ୍ୟରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲା ।ତେଣୁ ଆଗାମୀ ଦିନରେ ଦଳିୟ ସଂଗଠନିକ ଶକ୍ତିକୁ ଅଧିକ ମଜବୁତ କରିବା ପାଇଁ ସଭ୍ୟ ସଂଗ୍ରହ କାଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ସମସ୍ତ ଭାଜପା କର୍ମୀ ଏକତ୍ରିତ ହୋଇ କାର୍ଯ୍ୟ କରିବା ଆବଶ୍ୟକ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଭାଜପା ଜିଲ୍ଲା ସଭାପତି ଜି. ଭେଙ୍କେଟ ରାବଣା ଏବଂ ଜିଲ୍ଲା ସାଧାରଣ ସମ୍ପାଦକ ଜଗନ୍ନାଥ ମହାପାତ୍ର, ଓ ରାଜ୍ୟ କାର୍ଯ୍ୟକାରିଣୀର  ସଦସ୍ୟ ସିଦ୍ଧେଶ୍ୱର ମିଶ୍ର ପ୍ରମୁଖ ଯୋଗଦେଇ ଅନ୍ତତଃ ପକ୍ଷେ ଜଣେ ବ୍ୟକ୍ତି ଭାଜପାର ସଦସ୍ୟ ଭାବେ ଅନ୍ୟ ଚାରି ଜଣଙ୍କୁ ଦଳରେ ସାମିଲ କରିବା ପାଇଁ କହିଥିଲେ । ଏତଦ୍‍ ବ୍ୟତୀତ ସଦସ୍ୟମାନଙ୍କ ପାଇଁ ଉଦିଷ୍ଟ ଫର୍ମ ସମସ୍ତ ବୁଥ୍‍ ଅଞ୍ଚଳର ପ୍ରମୁଖ ମାନଙ୍କୁ ଯୋଗାଇ ଦେବା ସଂପୃକ୍ତ ସଦସ୍ୟତା ଗ୍ରହଣ ଫର୍ମ କିଭଳି ପୁରଣ କରାଯିବଏବଂ ମୋବାଇଲ ଫୋନ ଦ୍ୱାରା କିଭଳି ଦଳିୟ ସଦସ୍ୟତାର ଗ୍ରହଣ କରାଯିବ ଏଭଳି ବିଭିନ୍ନ ବିଷୟ ଗୁଡିକ ସମ୍ପର୍କରେ କହି ସମସ୍ତଙ୍କୁ ବୁଝାଇଦିଆଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଭାଜପା କୃଷକ ମୋର୍ଚ୍ଚା  ସଭାପତି ପ୍ରଶାନ୍ତ କୁମାର ପାଳ, ବରିଷ୍ଠ ନେତା ଏମ .ଗୋପାଲ ରାଓ,କାଶୀନଗର ବ୍ଲକ ଅଧ୍ୟକ୍ଷ ସି.ଏଚ. ସିମାଦ୍ରୀ ପ୍ରମୁଖ ମଞ୍ଚାସୀନ ଥିଲେ ।

0
0
0
s2sdefault