ହେଡଲାଇନସ୍:

ବିଜୟଙ୍କ ବିଜୟ ସୁନିଶ୍ଚିତ : ଧର୍ମେନ୍ଦ୍ର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାଟକୁରାରେ କେନ୍ଦ୍ରମନ୍ତ୍ରୀଙ୍କ ମାରାଥନ ପ୍ରଚାର

 ବିଜୟ ବାବୁ ବିଧାୟକ ହେଲେ ମୋଦି ଦେଉଥିବା ଟଙ୍କାର ହିସାବ ପାଟକୁରାର ଲୋକମାନେ ପାଇପାରିବେ
 ଓଡିଶାରେ ଗୋଟିଏ ଦଳ ଦୀର୍ଘ ୨୦ ବର୍ଷ ଧରି ଶାସନରେ ରହି  ମଧ୍ୟ ଗରିବ ଲୋକମାନଙ୍କ ସମସ୍ୟାର ସମାଧାନ ହୋଇନାହିଁ
 ପାଟକୁରାବାସୀଙ୍କ ଅହେତୁକ ଜନସମର୍ଥନ ବିଜେପି ପ୍ରତି ରହିଛି

ପାଟକୁରା – ପାଟକୁରାରେ ବିଜେପିର ବିଜୟ ସୁନିଶ୍ଚିତ  । ପାଟକୁରାବାସୀ ଏହି ନିର୍ବାଚନରେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ପଦ୍ମ ଫୁଲରେ ଭୋଟ ଦେଇ ଜୟଯୁକ୍ତ କରିବେ ବୋଲି କେନ୍ଦ୍ରାପଡା ଜିଲ୍ଲା ପାଟକୁରା ବିଧାନସଭା ଉପନିର୍ବାଚନ ପାଇଁ ମାରାଥନ ପ୍ରଚାର କରିବା ପରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ରମନ୍ତ୍ରୀ  ଶ୍ରୀ ପ୍ରଧାନ କହିଛନ୍ତି ଯେ ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳିରେ ଲୋକମାନଙ୍କର ଅହେତୁକ ଜନସମର୍ଥନ ଭାରତୀୟ ଜନତା ପାର୍ଟି ବିଶେଷତଃ ଦଳୀୟ ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପ୍ରତି ରହିଛିା ଏଥର ଲୋକମାନେ ଦଳମତ ନିର୍ବିଶେଷରେ ନିଃସନେ୍ଦହ ବିଜୟ ବାବୁଙ୍କୁ ବିଧାୟକ କରିବେ ବୋଲି ସେ କହିଛନ୍ତି ।
ଚଳିତ ନିର୍ବାଚନରେ କେନ୍ଦ୍ରରେ ମୋଦି ଓ ରାଜ୍ୟରେ ନବୀନ ସରକାର ହୋଇସାରିଥିବା ବେଳେ ପାଟକୁରା ନିର୍ବାଚନ ଫଳାଫଳ ଦିଲ୍ଲୀ ଓ ଭୁବନେଶ୍ୱର ସରକାରକୁ ବଦଳାଇ ପାରିବନାହିଁ । ମାତ୍ର ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ଭଳି ଲୋକ ବିଜେତା ହୋଇ ବିଧାୟକ ଭାବେ ବିଧାନସଭାକୁ ଗଲେ ମୋଦି ଦେଉଥିବା ଟଙ୍କାର ହିସାବ ଗଗଣ୍ଡାର ଲୋକମାନେ ପାଇପାରିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଓଡିଶାରେ ଗୋଟିଏ ଦଳ ଦୀର୍ଘ ୨୦ ବର୍ଷ ଧରି ଲମ୍ବା ସମୟର ଶାସନ ଦାୟିତ୍ୱରେ ରହିବା ପରେ ମଧ୍ୟ ଗରିବ ଲୋକମାନଙ୍କର ସମସ୍ୟାର ସମାଧାନ ହୋଇପାରିନଥିବା ବେଳେ ଆଗାମୀ ୫ ବର୍ଷରେ ସମାଧାନ ହୋଇପାରିବ କି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି । ସେହିପରି ଶ୍ରୀ ପ୍ରଧାନ କହିଛନ୍ତି ଯେ ଗଣତବରେ ଭୋଟ ଦେଉଥିବା ଲୋକମାନଙ୍କର ନିଷ୍ପତିକୁ ସ୍ୱୀକାର କରିବା ଦରକାର | ଗଣତନ୍ତ୍ରରେ  ପେଂଚ ଲୋକଙ୍କ ହାତରେ ଅଛି । ବିଜେପି ତା’ କାମ କରୁଥିବା ବେଳେ ଅନ୍ୟାନ୍ୟ ରାଜନୈତିକ ଦଳ ସେମାନଙ୍କର କାମ କରୁଛନ୍ତି ଏବଂ ପାଟକୁରାବାସୀ ତାଙ୍କ କାମ କରିବେ ବୋଲି ସେ କହିଛନ୍ତି ।
ନରେନ୍ଦ୍ର ମୋଦିଙ୍କ ପ୍ରତି ଓଡିଆ ଲୋକଙ୍କ ଅଭୁତପୂର୍ବ ଭରସା ଅଛି । ଏଥର ପାଟକୁରାବାସୀ ଦଳୀୟ ପ୍ରାର୍ଥୀ ବିଜୟ ବାବୁଙ୍କ ଜିତାଇବେ । ମହିଳା, ଯୁବ ବର୍ଗ, ବରିଷ୍ଠ  ଲୋକମାନଙ୍କ ମନ୍ତବ୍ୟ ଅନୁଯାୟୀ ଏଠାରେ ବିଜେପିର ବିଜୟ ହେବ ବୋଲି ଶ୍ରୀ ପ୍ରଧାନ ଦୃଢୋକ୍ତି ପ୍ରକାଶ କରିଛନ୍ତି ।


0
0
0
s2sdefault