ହେଡଲାଇନସ୍:

ରେଳ ବଜେଟରେ ମୟୂରଭଞ୍ଜକୁ ଅଣଦେଖା- କ୍ଷୋଭ ପ୍ରକାଶ କଲେ ସରୋଜିନୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 


ବାରିପଦା(ଦିଲ୍ଲୀପ ମହାନ୍ତି )- କେନ୍ଦ୍ରୀୟ ରେଳ ବଜେଟରେ ମୟୂରଭଞ୍ଜ ଜିଲ୍ଲାକୁ କ୍ରମାଗତ ଅବହେଳା ପ୍ରଦର୍ଶନ କରାଯାଇଆସୁଛି । ଜିଲ୍ଲାରେ ନୂତନ ରେଳପଥର ବିକାଶ ଓ ସମ୍ପ୍ରସାରଣ ସହ ନୂତନ ଟ୍ରେନ ଚଳାଚଳ ଆଦି ବିଭିନ୍ନ ଦାବିକୁ ନେଇ ମୟୂରଭଞ୍ଜବାସୀ ଆନେ୍ଦାଳନ କରିଆସୁଥିଲେ ମଧ୍ୟ ରେଳ ବଜେଟରେ କୌଣସି ସ୍ଥାନ ନଥାଏ । ୨୦୧୮ ବାରିପଦା ସହିଦ ସ୍ମୃତି ଭବନ ପରିସରରେ ଆୟୋଜିତ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ନେତାମାନେ ଓଡ଼ିଶାରେ ବିକାଶର ସୁର୍ୟୋଦୟ  ମୟୂରଭଞ୍ଜ ଜିଲ୍ଲାରୁ ଆରମ୍ଭ ହେବାର ନାରା ଉଠିଥିଲା ଏବଂ ୨୦୧୯ ନିର୍ବାଚନରେ ଡ଼ବଲ ଇଞ୍ଜିନ ନାରା ଦିଆଯାଇଥିଲା । ୨୦୧୯ ଜାନୁଆରୀ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦୀଙ୍କ ବାରିପଦା ଗସ୍ତ ସମୟରେ ଏବଂ ନିର୍ବାଚନୀ ପ୍ରଚାର ସମୟରେ ମୟୂରଭଞ୍ଜ ଜିଲ୍ଲାରେ ସାମଗ୍ରିକ ବିକାଶ ଆଦି ବିଭିନ୍ନ ପ୍ରତିଶ୍ରୁତିର ପାହାଡ଼ ବିଜେପିର କେନ୍ଦ୍ର ଓ ରାଜ୍ୟସ୍ତରର ନେତାମାନେ ଅଜାଡ଼ି ଦେଇଥିଲେ । ମୟୂରଭଞ୍ଜବାସୀ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଜୀ ଓ ଦଳର ନେତାମାନଙ୍କ କଥାକୁ ବିଶ୍ୱାସ କରି ମୟୂରଭଞ୍ଜ ଜିଲ୍ଲା ରେ ଡ଼ବଲ ଇଞ୍ଜିନ ଆଣିଲେ । ମୟୂରଭଞ୍ଜ ଲୋକସଭା ଆସନ ସହ ୯ଟି ବିଧାନସଭା ଆସନ ମଧ୍ୟରୁ ୬ଟିରେ ବିଜେପି ବିଧାୟକମାନଙ୍କୁ ଜିତାଇ ନୂଆ ଇତିହାସ ସୃଷ୍ଟି କରାଇଥିଲେ । ଚଳିତ ରେଳ ବଜେଟରେ ମୟୂରଭଞ୍ଜବାସୀଙ୍କୁ କିଛି ଉପହାର ମିଳିବାର ଆଶାବାନ୍ଧି ଥିବା ବେଳେ ସେମାନଙ୍କର ସ୍ୱପ୍ନ ଦିବା ସ୍ୱପ୍ନରେ ପରିଣତ ହେଲା । ରାଜ୍ୟସଭା ସାଂସଦ ଶ୍ରୀମତୀ ହେମ୍ବ୍ରମ ଦିଲ୍ଲୀରେ ଥାଇ ମୋବାଇଲରେ ଆମ ଜିଲ୍ଲା ପ୍ରତିନିଧିଙ୍କୁ ଦେଇଥିବା ସାକ୍ଷାତକାରରେ କେନ୍ଦ୍ରରେ ସୁରେଶ ପ୍ରଭୂ ରେଳମନ୍ତ୍ରୀ ରହିଥିବା ସମୟରେ ତାଙ୍କୁ ବାରମ୍ବାର ସାକ୍ଷାତ କରି ଜିଲ୍ଲାବାସୀଙ୍କ ଦୀର୍ଘ ଦିନର ଦାବି ଜଣାଇଆସୁଥିଲି ଏବଂ ବର୍ତ୍ତମାନର ରେଳମନ୍ତ୍ରୀ ପିୟୁସ ଗୋୟେଲଙ୍କୁ ମଧ୍ୟ ସାକ୍ଷାତ କରି ଲିଖିତ ଭାବେ ଜିଲ୍ଲାର ଦାବିକୁ ଉପସ୍ଥାପନ କରାଇଥିଲି । କିନ୍ତୁ, ରେଳ ବଜେଟରେ ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି- ଗୋରୁମହିଷାଣି, ରାଇରଙ୍ଗପୁର-କରଞ୍ଜିଆ ଅଥବା ବୁଢ଼ାମରା-ଚାକୁଳିଆ ରେଳପଥର ସମ୍ପ୍ରସାରଣ ଆଦିକୁ ସ୍ଥାନ ପାଇ ନଥିବା କାରଣରୁ ଗଭୀର କ୍ଷୋଭ ପ୍ରକାଶ କରିବା ସଂଗେସଂଗେ ଅତ୍ୟନ୍ତ ଦୁଃଖଦାୟକ ଓ ପରିତାପର ବିଷୟ ବୋଲି ମତ ବକ୍ତ କରିଥିଲେ । ଏଥି ସହିତ ରାଜ୍ୟସଭା ସାଂସଦ ଭାବେ ତାଙ୍କର କାର୍ଯ୍ୟକାଳ ଅଳ୍ପ କେତେମାସ ରହିଅଛି , ଏହା ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାର ସାଗ୍ରିକ ବିକାଶ ନିମନ୍ତେ ୨୦୨୦ ରେଳ ବଜେଟରେ ଜିଲ୍ଲାକୁ ଗୁରୁତ୍ୱ ଦେବା ପାଇଁ ରେଳମନ୍ତ୍ରୀ ଶ୍ରୀଗୋୟେଲଙ୍କୁ ମନାଇବା ପାଇଁ ପ୍ରୟାସ ଜାରି ରଖିବେ ବୋଲି ସୂଚନା ଦେଇଁନ୍ତି ।

0
0
0
s2sdefault