ହେଡଲାଇନସ୍:

ବାରବାଟୀ ଠାରେ ସଦସ୍ୟତା ଅଭିଯାନରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଓ ସଦର ବିଧାୟକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଜିଲ୍ଲା ସଂଗଠନକୁ ମଜବୁତ କରିବା ପାଇଁ ନେତାଙ୍କ ଆହ୍ୱାନ

ବାଲେଶ୍ୱର(ଉଜ୍ଜ୍ୱଳ କର): ଭାରତୀୟ ଜନତା ପାର୍ଟିିର ସଂଗଠନ ପର୍ବ ଅନ୍ତର୍ଗତ ଦେଶବ୍ୟାପୀ ସଦସ୍ୟତା ଅଭିଯାନ ଚାଲୁଥିବା ବେଳେ ଅନୁରୂପ ବାଲେଶ୍ୱର ସହରର ବାରବାଟୀଠାରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଏବଂ ଜିଲ୍ଲା ସଭାପତି ତଥା ବାଲେଶ୍ୱରର ବିଧାୟକ ମଦନ ମୋହନ ଦତ୍ତ ବାଲେଶ୍ୱର ନଗର ତରଫରୁ ଆୟୋଜିତ ସଦସ୍ୟତା ଅଭିଯାନରେ ଯୋଗ ଦେଇ ଅନେକ ନୂତନ ସଦସ୍ୟକୁ ଦଳରେ ସାମିଲ କରାଇଲେ । ଏହି ପରିପ୍ରେକ୍ଷୀରେ ନୂତନ ସଦସ୍ୟ ମାନଙ୍କୁ କେନ୍ଦ୍ରମନ୍ତ୍ରୀ ଓ ବିଧାୟକ ଦଳୀୟ ଉତ୍ତୋରୀୟ ଦେଇ ସ୍ୱାଗତ କରିଥିଲେ । ସବୁଜ ଭାରତ ମିଶନ ପାଇଁ ବିଧାୟକ ଏବଂ ମନ୍ତ୍ରୀ ଉଭୟ ଦୁଇଟି ବୃକ୍ଷ ରୋପଣ କରି ସମସ୍ତ ସଦସ୍ୟକୁ ଉପଯୁକ୍ତ ସ୍ଥାନରେ ଅଧିକ ରୁ ଅଧିକ ଗଛ ଲଗେଇବା ପାଇଁ ଅନୁରୋଧ କରିଥିଲେ । ନୂତନ ସଦସ୍ୟମାନଙ୍କୁ ଭାଜପା ପକ୍ଷରୁ ଦିଆଯାଇଥିବା ଟୋଲ ଫ୍ରି ନମ୍ବର ୮୯୮୦୮୦୮୦୮୦ ରେ ମିସ୍ କଲ କରି ବିଜେପିରେ ସଦସ୍ୟ ହେବା ପାଇଁ ଜିଲ୍ଲା ସଦସ୍ୟତା ପ୍ରମୁଖ ଶ୍ରୀ ପର୍ଶୁରାମ ବେହେରା ଓ ସହପ୍ରମୁଖ ଚନ୍ଦ୍ରଶେଖର ନନ୍ଦ ଆହ୍ୱାନ କରିଥିଲେ । ଏହି ଅଭିଯାନ ଜୁଲାଇ୬ ଠୁ ଆରମ୍ଭ ହୋଇ ଆସନ୍ତା ଅଗଷ୍ଟ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ ।  ନଗର ବିଜେପି ସଭାପତି ସୀତାକାନ୍ତ ସ୍ୱାଇଁ, ବାଲେଶ୍ୱର ନଗରର ସଦସ୍ୟତା ପ୍ରମୁଖ ସୁଜିତ ଦେବ ଓ ଚିତ୍ତରନ ପଣ୍ଡା ଏବଂ ସଦସ୍ୟତା ସହ ପ୍ରମୁଖ ଉପେନ୍ଦ୍ର ଶତପଥି, ମଣ୍ଟୁ ପେରିୱାଲ ଓ ଯୋଗେନ ରଣା ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରବିନାରାୟଣ ମହାପତ୍ର, ଉମାକାନ୍ତ ମହାପାତ୍ର, ଶୁଭଙ୍କର ମହାପାତ୍ର, ଗୌରାଙ୍ଗ ଦାସ, ବିଭୁପଦ ଦାସ, ବୈଲଚନ ଦାଶ, ଯଜାତି ଦାସ, ସତ୍ୟଜିତ ମିଶ୍ର, ମିହିର ବାରିକ, ସୁଶାନ୍ତ ବର୍ଦ୍ଧନ, ବିନୟ ମହାରଣା, ଧିରଜ ମହାନ୍ତି, ଆଶାଲତା ବାଡି, ଅଶୋକ ଦାସ, ଅରୂପ ଜେନା, ନିତିନ ଦାସ,ବିକାଶ ପାଢୀ, ମନ୍ମୟ ଦାସ, ମହୁଆ ପ୍ରଧାନ, ସସ୍ମିତା ଦାସ, ସସ୍ମିତା ଚାନ୍ଦ, ଶ୍ରୀୟା ଦାସ, ପଙ୍କଜ ମହାନ୍ତି, ବିବେକାନନ୍ଦ ରାଉତ, ରାଧାକାନ୍ତ ଦାସ, ଆଲୋକ ପଣ୍ଡା, ଅନନ୍ତ ନାୟକ, ଜିତେନ୍ଦ୍ର ପାଣିଗ୍ରାହୀ, ବବଲୁ ମିଶ୍ର, ବିଦ୍ୟାସାଗର ପଣ୍ଡା, ସବିତା ପାଣିଗ୍ରାହୀ, ଜାନକୀ ମାହାର୍ଣ୍ଣା, ଆଶାଲତା ବାଡି, ପାର୍ବତୀ ଜେନା, ସୁସ୍ମିତା ପଣ୍ଡା, ତରୁଲତା ମହାନ୍ତି, ରଶ୍ମିତା ମାଝୀ, ହରପ୍ରିୟା ରଣା, ନିବେଦିତା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault