ହେଡଲାଇନସ୍:

ପୋଲିସ ଚଳାଇଛି ଦମନ ଲୀଳା : ବିଧାୟିକା କୁସୁମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ସୁନ୍ଦରଗଡ଼ ସଦର ବିଧାୟିକା ଙ୍କ ସାମ୍ବାଦିକ ସମ୍ମିଳନୀ
ସୁନ୍ଦରଗଡ଼ ଜିଲ୍ଲାର ହେମଗିର ଥାନା ଅଧୀନରେ ଥିବା କନିକା ବିଟହାଉସ ଘଟଣାରେ ପୋଲିସ ର୍ କାର୍ଯ୍ୟାନୁଷ୍ଠାନ କୁ ବିରୋଧ। |


ସୁନ୍ଦରଗଡ / ହୋରାଚାନ୍ଦ ଦେଉରିଆ : ଏକ ଦୁର୍ଘଟଣା ଘଟିଥିବା ଜଣେ ବ୍ୟକ୍ତିଙ୍କମୃତ୍ୟୁ କୁନେଇ ୪ ତାରିଖରେ ଉତ୍ୟକ୍ତ ଲୋକେ କନିକା ବିଟହାଉସ ଟେକା ପଥର ମାଡ଼ ଓ ଦୁଇଟି ବୋଲେରୋ କୁ ଭଙ୍ଗାରୁଜା ଘଟଣାରେ ପ୍ରତିକ୍ରିୟାଶୀଳ ଗିରଫଦାରୀ ନାମରେ ସାଧାରଣ ଜନତାଙ୍କ ଉପରେ ପୋଲିସ ର୍ ଦୁର୍ବ୍ୟବହାର ଲୀଳା ରାତିଅଧିଆ ଚଳାଇଥିବା ଘଟଣା ଜିଲ୍ଲା ପାଇଁ ଲଜ୍ୟା!! ଖୋଦ ଆରକ୍ଷୀ ଅଧିକ୍ଷକ ସୌମ୍ୟା ମିଶ୍ରଙ୍କ ନେତୃତ୍ୱରେ ପୋଲିସ ହେମଗିର କନିକାରେ ଘରେ ଘରେ କବାଟ ଭାଙ୍ଗିପଶି ସାଧାରଣ ଲୋକଙ୍କୁ ମାଡ଼ପିଟ କରି, ଗର୍ଭବତୀ ମହିଳାଙ୍କୁ ବେଳନା ପିଣ୍ଡାରେ ତଣ୍ଟିକୁଚିପିବା, ଛୋଟ ଛୋଟ ଶିଶୁଙ୍କୁ ଖଟିଆରୁ ତଳେ କଚାଡି ଦେବା ଘଟଣା ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ବୋଲି ସୁନ୍ଦରଗଡ଼ ସଦର ବିଧାୟିକା କୁସୁମ ଟେଟେ ପ୍ରକାଶ କରିଛନ୍ତି | ଆଜି ହୋଟେଲ ସୁଜାତା ରେସିଡେନ୍ସିରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଟେଟେ ପୋଲିସର ଦୁର୍ବ୍ୟବହାର ପ୍ରତି ପ୍ରଶ୍ନବାଚୀ ଉଠାଇବା ସହିତ ବିଚାର ବିଭାଗୀୟ ତଦନ୍ତ ପାଇଁ ଦାବୀ କରିଛନ୍ତି | ଜନସାଧାରଣ ଙ୍କ ପାଇଁ ଧନ ଜୀବନ ପ୍ରତି ସୁରକ୍ଷା ପାଇଁ ନିୟୋଜିତ ପୋଲିସର ଏପରି ଛାତିଦହଲେଇ ଦେବା ଭଳି ବର୍ବର ଆଚରଣକୁ ବରଦାସ୍ତ କରାଯିବା ନାହିଁ ବୋଲି ଶ୍ରୀମତୀ ଟେଟେ କହିଛନ୍ତି |  ଆହୁରି ମଧ୍ୟ ସେ କହିଛନ୍ତି ଦୁର୍ଘଟଣା ରେ ଜଣେ ନିରୀହ ଯୁବକଙ୍କ ମୃତ୍ୟୁ ପରେ ସ୍ୱାଭାବିକ ଭାବେଲୋକେ ପ୍ରତିକ୍ରିୟାଶୀଳ ଥିଲେ ,ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ହେମଗିର ଥାନା ଅଧିକାରୀ ଥାନା ରୁ ଛାଡ଼ି ଦେଇଥିବା ବିଷୟ ଜଣାପଡ଼ିବା ପରେ ଲୋକେ ତାତିଥିଲେ ହେଲେ, ୫ ତାରିଖ ସକାଳେ କନିକା ବିଟହାଉସ ଧାରଣା ଦେବା ସହିତ ଥାନା ଅଧିକାରୀ ଘଟଣା ସ୍ଥଳରେ ଆସି ଗାଡ଼ିକୁ କାହିଁକି ଛାଡ଼ିଲେ ସେ ବିଷୟରେ ସ୍ପଷ୍ଟୀକରଣ ରଖନ୍ତୁବୋଲି  ଲୋକେ ଅଡ଼ି ବସିଥିଲେ | ହେଲେ ,ଥାନା ଅଧିକାରୀ ଙ୍କୁ ଫୋନ ଯୋଗେ ଧାରଣାସ୍ଥାନରେ ଆସିବା ପାଇଁ ଅନୁରୋଧ କରିଥିଲେ | କିନ୍ତୁ ଥାନା ଅଧିକାରୀ ଧାରଣ ସ୍ଥଳରେ ଆସିବା ପାଇଁ ମନାକରିଥିଲେ ଓ ଯାହା କରିବାର ଅଛି କର ବୋଲି କହିଥିଲେ | ତାହା ଉତ୍ତ୍ୟକ୍ତ ଲୋକଙ୍କୁ ଉତେଜନା ତୀବ୍ର ଅସନ୍ତୋଷ ହୋଇଥିଲା ଓ ସେମାନେ ବିଟହାଉସ କୁ ଟେକାପଥର ମାଡ଼ କରିଥିଲେ !!  ହେଲେ ଯେଉଁ ମାନେ ଆଇନକୁ ହାତକୁ ନେଇଛନ୍ତି ସେମାନଙ୍କୁ ପୋଲିସ ଗିରଫ କରି ଜେଲ ହାଜତକୁ ପଠାଇବାରେ କୌଣସି ଆପତ୍ତି ନାହିଁ ,କିନ୍ତୁ ଗିରଫଦାରୀ ନାମରେ ଆରକ୍ଷୀ ଅଧିକ୍ଷକଙ୍କ ନେତୃତ୍ୱରେ ପୋଲିସ ରାତିସାରା ଯୋଉ ଦମନଲୀଳା  ଚଳାଇଲା ତାହା କେଉଁ ଆଇନ ପରିସର ଭୁକ୍ତ ବୋଲି ବିଧାୟିକା ପ୍ରଶ୍ନ କରିଛନ୍ତି | ତେଣୁ ଘଟଣାରେ ପୋଲିସ ଅଧିକାରୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ରାଜ୍ୟ ସରକାରଙ୍କୁ ନିକଟରେ ଦାବୀ ଜଣାଇବା ସହ ଆଗାମୀ ବିଧାନସଭାରେ ଏ ପ୍ରସଙ୍ଗ ଉଠାଇବେ ବୋଲି ସମ୍ବିଳନୀ ରେ କହିଛନ୍ତି | ସାମ୍ବାଦିକ ସମ୍ମିଳନୀରେ ବିଜେପି ଜିଲ୍ଲା ସଭାପତି ବଟକିଶୋର ମିଶ୍ର, ନାରୀନେତ୍ରୀ ସଂଯୁକ୍ତା ନାଏକ, ଆଇନଜୀବୀ ପ୍ରଦୀପ ମହାନ୍ତି ଓ ହିମାନି ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ

0
0
0
s2sdefault