ହେଡଲାଇନସ୍:

ଦୃଢ ସଂଗଠନ ଲୋକଙ୍କ ବିଶ୍ୱାସ ଜିତିବ - ଧର୍ମେନ୍ଦ୍ର ପ୍ରଧାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡିଶାରେ ବିଜେପିର ସଦସ୍ୟତା ସଂଗ୍ରହ ଅଭିଯାନର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

 ୩୭ ହଜାର ବୁଥରେ ଦଳ ସଂଗଠନକୁ ମଜବୁତ କରିବା ଲକ୍ଷ୍ୟ
 ବିଜେପି ୨୧ ଲୋକସଭା ଓ ବିଧାନସଭା ୧୨୦+ ମିଶନ ପୂରା କରିବାକୁ ହେଲେ
ରାଜ୍ୟରେ ସଦସ୍ୟ ସଂଖ୍ୟା ୫୦ ଲକ୍ଷରେ ପହଁଚେଇବାକୁ ହେବ
 ରାଜ୍ୟରେ ବିଜେପି ସରକାର ଆଣିବା ପାଇଁ ଦେଢ କୋଟି ଲୋକଙ୍କ ସମର୍ଥନ ପାଇଁ ଦଳ ପକ୍ଷରୁ ଉଦ୍ୟମ କରାଯିବ


ଭୁବନେଶ୍ୱର(Shasak Prashasak) – ଦୃଢ ସଂଗଠନ ମାଧ୍ୟମରେ ଓଡିଶାବାସୀଙ୍କ ବିଶ୍ୱାସ ଜିତି ହେବ । ତେଣୁ ବିଶ୍ୱାସ ଜିତିବା ପାଇଁ ଦୃଢ ସଂଗଠନ ଜରୁରୀ ବୋଲି ଓଡିଶାରେ ବିଜେପି ସଦସ୍ୟତା ସଂଗ୍ରହ ଅଭିଯାନର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଏଥର ନିର୍ବାଚନରେ ୩୬ ହଜାର ସଦସ୍ୟତାଙ୍କ ପାଇଁ ଓଡିଶାରେ ପାଖାପାଖି ୧ କୋଟି ଭୋଟ ବିଜେପିକୁ ମିଳିଥିଲା । କିନ୍ତୁ ସରକାର ଗଢିବା ପାଇଁ ପୂର୍ଣ୍ଣାଙ୍ଗ ସଫଳତା ମିଳିଲା ନାହିଁ । ଯଦି ଏହି ସଂଖ୍ୟାକୁ ବଢାଯିବ ତେବେ ପରବର୍ତୀ ନିର୍ବାଚନରେ ଭୋଟ ସଂଖ୍ୟା ଦେଢ କୋଟିକୁ ଟପିପାରେ । ତେଣୁ ଆଗାମୀ ଦିନରେ ଦେଢ କୋଟି ଲୋକଙ୍କ ସମର୍ଥନ ପାଇଁ ଦଳ ପକ୍ଷରୁ ଉଦ୍ୟମ କରାଯିବ | ମୋଦିଙ୍କ ନେତୃତ୍ୱରେ ପ୍ରତ୍ୟେକ ବୁଥକୁ  ଯାଇ ସକ୍ରିୟ ଭୂମିକା ଗ୍ରହଣ କରିବା ପାଇଁ ଶ୍ରୀ ପ୍ରଧାନ ଦଳୀୟ କାର୍ଯ୍ୟକର୍ତାଙ୍କୁ ଆହ୍ୱାନ ଜଣାଇଛନ୍ତି । ରାଜ୍ୟରେ ୩୭,୦୦୦ ବୁଥରେ ୫୧ ପ୍ରତିଶତ ଭୋଟ ଜିତିବା ପାଇଁ ବୁଥସ୍ତରରେ କାମ କରିବାକୁ ଶ୍ରୀ ପ୍ରଧାନ ଆହ୍ବାନ  ଜଣାଇଛନ୍ତି । ଓଡିଶାରେ ସଶକ୍ତ, ମଜବୁତ ସଂଗଠନ ତିଆରି କରିବା ଆମର ଲକ୍ଷ୍ୟ ରହିଛି । ଏହାର ପ୍ରଥମ ସର୍ତ ବୁଥ ସ୍ତରରୁ ସଦସ୍ୟତା ମାଧ୍ୟମରେ ସଂଗଠନକୁ ମଜବୁତ କରିବା ପାଇଁ ପଡିବ । ବିଜେପି ୨୧ ଲୋକସଭା ଓ ବିଧାନସଭା ୧୨୦+ ମିଶନ ପୂରା କରିବାକୁ ହେଲେ ରାଜ୍ୟରେ ସଦସ୍ୟ ସଂଖ୍ୟା ୫୦ ଲକ୍ଷରେ ପହଁଚେଇବାକୁ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଜେପିର ସଂଗଠନ ପର୍ବରେ ଦୁଇଟି ବିଷୟ ଅଧିକ ଯୋଡାଯାଇଛି । ପ୍ରଧାନମବୀଙ୍କ ପଂଚବଟି ନିର୍ମାଣ କରିବାର ଆହ୍ୱାନ ଅନୁଯାୟୀ ସବୁ ବୁଥରେ ୫ଟି ବୃକ୍ଷରୋପଣ କରାଯିବ । ଏହା ସହ ସ୍ୱଚ୍ଛ ଭାରତ ଅଭିଯାନକୁ ମଧ୍ୟ ଯୋଡାଯିବ । ସାମାଜିକ ସେମ୍ବେଦନା ତିଆରି କରିବା ଆମର ଉଦ୍ଦେଶ୍ୟ  ରହିଛି । ରାଜନୀତି କାର୍ଯ୍ୟକର୍ତା କେବଳ ରାଜନୈତିକ ବିରୋଧ ଓ ସମର୍ଥନ ଭିତରେ ନିଜକୁ ସୀମିତ ନରଖି ସମାଜ ପ୍ରତି ସମ୍ବେଦନଶୀଳ ହେଉ । ଏହା ବିଜେପି ସଂଗଠନ ପର୍ବର ଲକ୍ଷ୍ୟ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ବିଜେପି ପ୍ରତି ସାଧାରଣ ଜନତାଙ୍କ ଆଗ୍ରହ ବଢିଛି । ସାଧାରଣ ନିର୍ବାଚନରେ ଏହା ପ୍ରମାଣିତ ହୋଇଛି । ମୋଦିଙ୍କ ବିକାଶମୂଳକ କାର୍ଯ୍ୟ ପାଇଁ ଏହା ସମ୍ଭବ । ୧୩୦ କୋଟି ଭାରତୀୟ ଓ ସାଢେ ୪ କୋଟି ଓଡିଆଙ୍କ ଭାଗ୍ୟରେ ପରିବର୍ତନ କରିବା ପାଇଁ ହେଲେ ଦେଶ ଓ ରାଜ୍ୟରେ ଏକ ସଶକ୍ତ ନିର୍ଣ୍ଣାୟକ ମୋଦିଙ୍କ ସରକାର କରିବାର ଆବଶ୍ୟକତା ଅଛି ।
ଜନସଂଘର ପ୍ରତିଷ୍ଠାତା  ଡ.ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜନ୍ମଦିବସରେ ଭାରତୀୟ ଜନତା ପାର୍ଟିର ସଂଗଠନ ପର୍ବ ବନାରସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କରକମଳରେ ଶୁଭାରମ୍ଭ ହୋଇଯାଇଛି । ବିଶ୍ୱର ସବୁଠୁ ବଡ ଦଳ ଭାରତୀୟ ଜନତା ପାର୍ଟିର ୧୧ କୋଟି ସଦସ୍ୟ ରହିଥିବା ବେଳେ ପୁନର୍ବାର ଏହାକୁ ସଦସ୍ୟକୁ ବୃଦ୍ଧି କରିବା ପାଇଁ ଏହାର ଅଭିଯାନ ଓଡିଶା ସମେତ ଦେଶରେ ଆରମ୍ଭ ହୋଇଛି । ଓଡିଶାର ଏକାମ୍ର ବିଧାନସଭା କ୍ଷେତ୍ର ଭୀମଟାଙ୍ଗୀ ଅଂଚଳରେ ଏହାକୁ ଆରମ୍ଭ କରାଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

0
0
0
s2sdefault